28.1 C
Bhubaneswar
Sunday, October 6, 2024
Homeଦେଶ ବିଦେଶମସାଲା ଦୋସା ସହ ମିଳିଲାନି ସମ୍ବର; ରେସ୍ତୋରାଁ ମାଲିକଙ୍କୁ ୩୫୦୦ ଟଙ୍କା ଜୋରିମାନା

ମସାଲା ଦୋସା ସହ ମିଳିଲାନି ସମ୍ବର; ରେସ୍ତୋରାଁ ମାଲିକଙ୍କୁ ୩୫୦୦ ଟଙ୍କା ଜୋରିମାନା

ପାଟନା : ଜଣେ ଗ୍ରାହକଙ୍କୁ ମସାଲା ଦୋସା ସହ ସମ୍ବର ଦିଆଯାଇନଥିବାରୁ ଖାଉଟୀ ଅଦାଲତ ୪୫ ଦିନ ମଧ୍ୟରେ ସଂପୃକ୍ତ ଗ୍ରାହକଙ୍କୁ ୩୫୦୦ ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ ସଂପୃକ୍ତ ରେସ୍ତୋରାଁ ମାଲିକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଘଟଣାଟି ବିହାରର ବକ୍ସର ଜିଲ୍ଲାରେ ଘଟିଛି । ଜୋରିମାନା ପ୍ରଦାନ ନକଲେ ୮ ପ୍ରତିଶତ ହାରରେ ସୁଧ ଆଦାୟ କରାଯିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ୨୦୨୨ ଅଗଷ୍ଟ ୧୫ରେ ମନୀଶ ଗୁପ୍ତା ନାମକ ଜଣେ ଆଇନଜୀବୀ ନିଜର ଜନ୍ମଦିନ ଉପଲକ୍ଷେ ମସାଲା ଦୋସା ଆଣିବାକୁ ‘ନମକ’ ରେସ୍ତୋରାଁକୁ ଯାଇଥିଲେ । ୧୪୦ ଟଙ୍କା ପୈଠ କରିବାପରେ ତାଙ୍କୁ ଦୋସା ପାର୍ସଲ ହସ୍ତାନ୍ତର କରାଯାଇଥିଲା ।

ତେବେ ଘରକୁ ଆସି ପାର୍ସଲ ଖୋଲିଲାପରେ ଦୋସା ସାଙ୍ଗରେ ସମ୍ବର ନଥିବା ଜାଣିପାରିଥିଲେ । ସାଧାରଣତଃ ଦୋସା ସାଙ୍ଗରେ ସମ୍ବର ଓ ଚଟ୍‌ନୀ ପରସା ଯାଇଥାଏ । ରାଗିଯାଇ ମନୀଶ ଉକ୍ତ ରେସ୍ତୋରାଁକୁ ଯାଇ ସମ୍ବର ସମ୍ପର୍କରେ ପଚାରିଥିଲେ । ମାଲିକ କ୍ଷୁବ୍ଧ ହୋଇ ତାଙ୍କୁ କହିଥିଲେ ‘୧୪୦ ଟଙ୍କାରେ ତୁମେ କ’ଣ ପୂରା ରୋସ୍ତୋରାଁ କିଣିନେବ?’ । ଓକିଲ ନୋଟିସ ପଠାଇବା ସତ୍ତ୍ୱେ ସୁଫଳ ନ ମିଳିବାରୁ ମନୀଶ ଖାଉଦୀ ଅଦାଲତରେ ଏକ ମାମଲା ରୁଜୁ କରିଥିଲେ । ମାମଲା ରୁଜୁ ହେବାର ୧୧ ମାସପରେ ମନୀଷଙ୍କୁ ନ୍ୟାୟ ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking