19.1 C
Bhubaneswar
Monday, November 18, 2024
Homeଦେଶ ବିଦେଶଆମେରିକାର ସେହି ହାତୀ, ଯାହାକୁ ହଜାର ହଜାର ଲୋକଙ୍କ ମଧ୍ୟରେ ଦିଆଯାଇଥିଲା ଫାଶୀ

ଆମେରିକାର ସେହି ହାତୀ, ଯାହାକୁ ହଜାର ହଜାର ଲୋକଙ୍କ ମଧ୍ୟରେ ଦିଆଯାଇଥିଲା ଫାଶୀ

ନୂଆଦିଲ୍ଲୀ: କେବେ କେବେ ଜଘନ୍ୟ ଅପରାଧ ପାଇଁ ମଣିଷକୁ ଫାଶୀରେ ଝୁଲାଯିବା କଥା ଆପଣ ଶୁଣିଥିବେ । ହେଲେ ଗୋଟିଏ ହାତୀକୁ ଫାଶୀରେ ଝୁଲାଯିବା କଥା ଆପଣ କେବେ ଶୁଣିଛନ୍ତି କି । ଆଜ୍ଞା ହଁ , ଏହାଶୁଣିବାକୁ ଟିକିଏ ଅଜବ ଲାଗୁଥିବ ନିଶ୍ଚୟ , ହେଲେ ଆମେରିକାରେ ୧୦୪ ବର୍ଷ ପୂର୍ବରୁ କିଛି ଏମିତି ହୋଇଥିଲା । ଆଜିର ସମୟରେ ଏମିତି ଏକ ଘଟଣାକୁ ଆମେ ପଶୁଙ୍କ ପ୍ରତି କ୍ରୁରତା କହିପାରୁ, ହେଲେ ସେତେବେଳେ ଆମେରିକାରେ ବିପୁଳ ସଂଖ୍ୟାରେ ଲୋକେ ହାତୀକୁ ଫାଶୀ ଦେବା ପାଇଁ ସମର୍ଥନ କରିଥିଲେ ।

ଏହି ଘଟଣାଟି ହେଉଛି ୧୩ ସେପ୍ଟେମ୍ବର ୧୯୧୬ ମସିହାର । ଯେତେବେଳେ ଆମେରିକାର ଟେନେସି ରାଜ୍ୟରେ ଦୁଇ ହଜାରରୁ ଅଧିକ ଲୋକଙ୍କ ମଧ୍ୟରେ ମ୍ୟାରୀ ନାମକ ଏକ ହାତୀକୁ ଫାଶୀରେ ଝୁଲା ଯାଇଥିଲା । ଏମିତି ଘଟଣା ପଛର କାରଣ ଟିକିଏ ଅଜବ । ଯାହାକୁ ଜାଣିବା ପରେ ଆପଣ ବି ଆଶ୍ଚର୍ଯ୍ୟ ହୋଇ ରହିଯିବେ । ବାସ୍ତବରେ ଚାର୍ଲୀ ସ୍ପାର୍କ ନାମକ ଜଣେ ବ୍ୟକ୍ତି ଟେନେସିରେ ସ୍ପାର୍କସ ୱାର୍ଲ୍ଡ ଫେମସ ଶୋ ନାମକ ଏକ ସର୍କସ ଚଲାଉଥିଲେ । ସେହି ସର୍କସରେ ଅନେକ ପଶୁ ଥିଲେ । ଯାହା ମଧ୍ୟରେ ମ୍ୟାରୀ ନାମକ ଏକ ହାତୀ ବି ଥିଲା ।
ପ୍ରାୟ  ୫ ଟନ ଓଜନ ଥିବା ମ୍ୟାରୀ ସେହି ସର୍କସର ମୁଖ୍ୟ ଆକର୍ଷଣ ଥିଲା । କୁହାଯାଏ, ଥରେ ମ୍ୟାରୀର ମାହୁନ୍ତ କୌଣସି କାରଣ ପାଇଁ ସର୍କସ ଛାଡି ଦେଇଥିଲେ । ପରେ ତାଙ୍କ ସ୍ଥାନରେ ଆଉ ଜମେ ମାହୁନ୍ତଙ୍କୁ ରଖାଯାଇଥିଲା । ହେଲେ ତାଙ୍କୁ ମ୍ୟାରୀ ହାତୀ ବିଷୟରେ କିଛି ଅଧିକ ସୂଚନା ନଥିଲା ଏବଂ ମ୍ୟାରୀ ମଧ୍ୟ ତାଙ୍କ ସହିତ ଅଧିକ ସମୟ ବିତାଇ ନଥିଲା । ସେଥିପାଇଁ ମ୍ୟାରୀକୁ ନିୟନ୍ତ୍ରଣ କରିବା ପାଇଁ ମାହୁନ୍ତଙ୍କୁ କଷ୍ଟ ହେଉଥିଲା । ଏହାରି ମଧ୍ୟରେ ଦିନେ ସର୍କସର ପ୍ରମୋଶନ ପାଇଁ ସହରରେ ପରେଡର ଆୟୋଜନ କରାଗଲା । ଯେଉଁଥିରେ ମ୍ୟାରୀ ସମେତ ଅନା ସବୁ ପଶୁ ଓ ସର୍କସର ସମସ୍ତ କଳାକାର ସାମିଲ ହୋଇଥିଲେ । ସହରର ମଧ୍ୟ ଭାଗରେ ପରେଡ ବାହାରିଥିଲା । ଏହାରି ମଧ୍ୟରେ ମ୍ୟାରୀ ରାସ୍ତାରେ କିଛି ଖାଇବା ଜିନିଷ ଦେଖିବାକୁ ପାଇଲା । ଯେଉଁଥିପାଇଁ ସେ ଦୃତ ଗତିରେ ଆଗକୁ ବଢିବାକୁ ଲାଗିଲା । ପରେ ନୂଆ ମାହୁନ୍ତ ଜଣକ ମ୍ୟାରୀକୁ ରୋକିବାକୁ ଅନେକ ଚେଷ୍ଟା କରିଥିଲେ । ହେଲେ ସେ ମାନିନଥିଲା । ପରେ ମାହୁନ୍ତ ପଛରୁ ମ୍ୟାରୀ କାନକୁ ଏକ ତେଣ୍ଟା ପକାଇଥିଲେ, ଯାହାଫଳରେ ହାତୀ ଥରିବାକୁ ଲାଗିଲା ଓ କ୍ରୋଧରେ ମାହୁନ୍ତକୁ ତଳେ ପକାଇ ଚକଟି ଦେଲା । ଘଟଣାସ୍ଥଳରେ ହିଁ ମାହୁନ୍ତଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣା ଦେଖିବା ପରେ ଲୋକେ ଯିଏ ଯୁଆଡେ ଧାଇଁବାକୁ ଲାଗିଲେ । ଆଉ କିଛି ହାତୀକୁ ମାରିଦେବାକୁ ମଧ୍ୟ କହିବାକୁ ଲାଗିଲେ । ସେ ସମୟରେ ଏହି ମାମଲା ଶାନ୍ତ ପଡି ଯାଇଥିଲା , ହେଲେ ତା ପରଦିନ ଖବରକାଗଜରେ ଏହାକୁ ମୁଖ୍ୟ ପ୍ରସଙ୍ଗ ଭାବରେ ଛପା ଯାଇଥିଲା । ଫଳସ୍ୱରୂପ ଏହି ଖବର ପୁରା ସହରରେ ପ୍ରଚାରିତ ହୋଇଥିଲା ।
ସହରର ଲୋକେ ସର୍କସର ମାଲିକ ଚାର୍ଲୀ ସ୍ପାର୍କ ଦ୍ୱାରା ମ୍ୟାରୀକୁ ମୃତ୍ୟୁଦଣ୍ଡ ଦେବା ପାଇଁ ଦାବି କରିବାକୁ ଲାଗିଲେ । ଏହାସହିତ ଧମକ ବି ଦେଲେ ଯେ, ଯଦି ଏମିତି ନହେଲା, ତେବେ ସେମାନେ ସହରରେ କେବେ ବି ସର୍କସ ଚଲାଇ ଦେବେ ନାହିଁ । ଅନେକ ଲୋକେ ହାତୀଟିକୁ ମାରିବାର ବିଭିନ୍ନ ଉପାୟ ବି ଦେଲେ । କିଏ ଟ୍ରେନରେ ଧକ୍କା ମାରିବାକୁ କହିଲେ ତ ପୁଣି କିଏ ହାତୀଟିକୁ କରେଣ୍ଟ ଦେଇ ମାରିବାକୁ କହିଲେ । ଶେଷରେ ଲୋକଙ୍କ ଜିଦ ଆଗରେ ଚାର୍ଲୀ ସ୍ପାର୍କଙ୍କୁ ନଇଁବାକୁ ପଡିଲା ଓ ସେ ମ୍ୟାରୀକୁ ମୃତ୍ୟୁଦଣ୍ଡ ଦେବା ପାଇଁ ନିଷ୍ପତ୍ତି ନେଲେ । ଏଥିପାଇଁ ସେମାନେ ୧୦୦ ଟନ ଉଠାଇ ପାରୁଥିବା ଏକ କ୍ରେନ ମଗାଇଥିଲେ ଓ ୧୩ ସେପ୍ଟେମ୍ବର ୧୯୧୬ରେ କ୍ରେନ ସାହାଯ୍ୟରେ ହାତୀକୁ ହଜାର ହଜାର ଲୋକଙ୍କ ମଧ୍ୟରେ ଫାଶୀରେ ଝୁଲାଗଲା । ଏହି ଘଟଣାକୁ ଇତିହାସରେ ପଶୁଙ୍କ ପ୍ରତି ମାନବତା ଓ ସବୁଠୁ କ୍ରୁର ଉଦାହରଣ ବୋଲି କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking