28.1 C
Bhubaneswar
Sunday, June 23, 2024
Homeଓଡିଶାପ୍ରଥମ ଦିନରୁ ମଧ୍ୟାହ୍ନ ଭୋଜନ ନିର୍ଦ୍ଦେଶ

ପ୍ରଥମ ଦିନରୁ ମଧ୍ୟାହ୍ନ ଭୋଜନ ନିର୍ଦ୍ଦେଶ

ଭୁବନେଶ୍ୱର : ସ୍କୁଲ୍ ଖୋଲିବାର ପ୍ରଥମ ଦିନରୁ ମଧ୍ୟାହ୍ନ ଭୋଜନ ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପ୍ରଥମରୁ ଅଷ୍ଟମ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ପାଇଁ ପଦକ୍ଷେପ ନିର୍ଦ୍ଦେଶ । ସମସ୍ତ ଡିଇଓଙ୍କୁ ପିଏମ୍ ପୋଷଣ ରାଜ୍ୟ ନୋଡାଲ ଅଧିକାରୀଙ୍କ ନିର୍ଦ୍ଦେଶ । ଅବ୍ୟବସ୍ଥା ପାଇଁ ପିଲା ଯେପରି ମଧ୍ୟାହ୍ନ ଭୋଜନରୁ ବଞ୍ଚିତ ନହୁଅନ୍ତି ସେଥିପାଇଁ ନର୍ଦ୍ଦେଶ ଦିଆଯାଇଛି । ତେବେ ଗ୍ରୀଷ୍ମ ଛୁଟି ପରେ ଆସନ୍ତା ୧୮ ତାରିଖରୁ ଖୋଲିବ ସ୍କୁଲ । ସେହିଭଳି ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ ନିମନ୍ତେ ରୋଷେଇଘର ଓ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା କରିବା ଲାଗି ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଏହି କାର୍ଯ୍ୟ ସୁନିଶ୍ଚିତ କରିବା ଲାଗି ବିଦ୍ୟାଳୟ ଖୋଲିବାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍‍ ୧୭ତାରିଖରେ ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ବିଦ୍ୟାଳୟ ଆସିବା ନେଇ ବାଧ୍ୟତାମୂଳକ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking