ବଙ୍ଗୋପସାଗର: ବଙ୍ଗୋପସାଗରରେ ଲଘୁଚାପ । ଅକ୍ଟୋବର ୨୨ରେ ଘନୀଭୂତ ହୋଇ ଅବପାତ ହେବା ସମ୍ଭାବନା । ଅକ୍ଟୋବର ୨୩ରେ ଗଭୀର ଅବପାତ । ଏହାପରେ ୨୪-୨୫ ତାରିଖରେ ବାତ୍ୟା ରୂପ ନେଇପାରେ । ଏନେଇ ଆକଳନ କରିଛି ସ୍କାଏମେଟ୍। ହେଲେ ବାତ୍ୟା ନେଇ IMD କୌଣସି ଆକଳନ କରିନାହିଁ । ଯଦି ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହୁଏ ନାଁ ରହିବ ‘ହମୁନ୍ ‘ । ଏପଟେ ଦକ୍ଷିଣପୂର୍ବ ଆରବ ସାଗରରେ ସୃଷ୍ଟି ହେଲାଣି ଗଭୀର ଅବପାତ । ଆଜି ଏହା ବାତ୍ୟାର ରୂପ ନେବା । ଆସନ୍ତାକାଲି ଭୀଷଣ ବାତ୍ୟାର ରୂପ ନେବ । ବାତ୍ୟା ‘ତେଜ୍ ‘ ଦକ୍ଷିଣ ଓମାନ ଓ ପାର୍ଶ୍ବବର୍ତ୍ତୀ ୟେମେନ ଉପକୂଳ ଅତିକ୍ରମ କରିବ ।