29.1 C
Bhubaneswar
Tuesday, October 22, 2024
Homeଦେଶ ବିଦେଶନିମ୍ନ ସ୍ତରରେ ଦିଲ୍ଲୀରେ ବାୟୁ ପ୍ରଦୁଷଣ

ନିମ୍ନ ସ୍ତରରେ ଦିଲ୍ଲୀରେ ବାୟୁ ପ୍ରଦୁଷଣ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ସମେତ ଏନସିଆରରେ ବାୟୁ ପ୍ରଦୁଷଣ । ଶୀତ ଋତୁ ପ୍ରାରମ୍ଭରୁ ବାୟୁର ଗୁଣବତ୍ତା ଖରାପ ହେବାରେ ଲାଗିଛି । ସୋମବାର ନୂଆ ବାୟୁ ପ୍ରଦୁଷଣ ରିପୋର୍ଟ ମୁତାବକ, ଦିଲ୍ଲୀ ଏକ୍ୟୁଆଇ ୩୦୮ ରେକର୍ଡ କରାଯାଇଛି । ଏହି ସୂଚକାଙ୍କ ସବୁଠାରୁ ଖରାପ ଶ୍ରେଣୀ । ସଫର ଇଣ୍ଡିଆ ଅନୁଯାୟୀ, ଦିଲ୍ଲୀ ଏନସିଆର ଏକ୍ୟୁଆଇ ୩୨୨ରେ ପହଞ୍ଚିଛି ।

ଦିଲ୍ଲୀରେ ବୟୁ ପ୍ରଦୁଷଣ ବଢ଼ୁଥିବାରୁ ଆନନ୍ଦ ବିହାର, ଶସନପୁର ଡିପୋ, ରାଷ୍ଟ୍ରୀୟ ରାଜମାର୍ଗ-୯ ନିକଟରେ ରାସ୍ତାର ଦୃଶ୍ୟମାନ କମିଛି । ଆକାଶରେ ଧୁଆଁ ଧୁଆଁର  ଏକ ଆସ୍ତରଣ ପଡ଼ିଯାଇଛି । ଫଳରେ ରାସ୍ତାଘାଟ ଠିକ୍ ଭାବେ ଦେଖାଯାନାହିଁ । ଦିଲ୍ଲୀ ବଢ଼ୁଥିବା ପ୍ରଦୁଷଣରୁ ନେଇ ପରିବେଶ ଓ ଜଳବାୟୁ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି, ରାଜଧାନୀରେ ଥଣ୍ଡା ବଢ଼ୁଥିବା ବେଳେ ପବନ ବେଗ କମିଛି । ଏହା ଦ୍ବାରା ପ୍ରଦୁଷଣର ମାତ୍ର ବଢ଼ିବା ସହିତ ପାର୍ଟିକୁଲେଟ୍ ମିଟର ଭୂ-ପୃଷ୍ଠ ନିକଟ ରହିଛି । ଏହାକୁ ନେଇ ଦିଲ୍ଲୀ ସରକାର ବିଭିନ୍ନ ବିଭାଗକୁ ନେଇ ବୈଠକ ହୋଇଛି । ଏଥିରେ ନଡ଼ା ପୋଡିବା ଉପରେ କଟକଣା ଲାଗିଛି । କ୍ଷେତରେ ନଡ଼ା ଜାଳିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି  । ଦଶହରା, ଦୀପାବଳି ମଧ୍ୟରେ ୧୦ରୁ ୧୫ ଦିଲ୍ଲୀ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking