29.1 C
Bhubaneswar
Saturday, October 5, 2024
Homeଅପରାଧପ୍ରେମିକର ନାରକୀୟ କାଣ୍ଡ; ପ୍ରେମିକାକୁ ହତ୍ୟା କରି ହ୍ୱାଟ୍ସଆପ୍‌ରେ ଷ୍ଟାଟସ ଦେଲା ମୃତଦେହ ଫଟୋ

ପ୍ରେମିକର ନାରକୀୟ କାଣ୍ଡ; ପ୍ରେମିକାକୁ ହତ୍ୟା କରି ହ୍ୱାଟ୍ସଆପ୍‌ରେ ଷ୍ଟାଟସ ଦେଲା ମୃତଦେହ ଫଟୋ

ଚେନ୍ନାଇ: ନର୍ସିଂ ଛାତ୍ରୀଙ୍କୁ ହତ୍ୟା କଲା ପ୍ରେମିକ । ହତ୍ୟା ପରେ ହ୍ୱାଟ୍ସଆପ ଷ୍ଟାଟସରେ ରଖିଲା ମୃତଦେହର ଫଟୋ । ଷ୍ଟାଟସ ଦେଖି ସାଙ୍ଗମାନେ ପୋଲିସକୁ ସୂଚନା ଦେବା ପରେ ଅଭିଯୁକ୍ତ ପ୍ରେମିକକୁ ଗିରଫ କରିଛି ପୋଲିସ । ତେବେ ଏଭଳି ଏକ ଘଟଣା ଦେଖିବକୁ ମିଳିଛି ତାମିଲନାଡ଼ୁର କ୍ରୋମପେଟର ସିଏଲସି ୱାର୍କସ ରୋଡ ଅଞ୍ଚଳରେ । ସୂଚନା ଅନୁସାରେ, କେରଳର କୋଲାମରୁର ଫୌସିଆ (୨୦) ତାମିଲନାଡୁର କ୍ରୋମପେଟରରେ ଏକ କଲେଜରେ ଦ୍ୱିତୀୟ ବର୍ଷର ନର୍ସିଂ ଛାତ୍ରୀ ଥିଲେ ଏବଂ ନ୍ୟୁ କଲୋନୀର ଏକ ହଷ୍ଟେଲରେ ରହୁଥିଲେ । ତେବେ ଫୌସିଆଙ୍କ ପ୍ରେମିକ ଆଶିକ୍ (୨୦) ମଧ୍ୟ କ୍ରୋମପେଟରରେ ରହୁଥିଲେ । ଉଭୟ ପାଞ୍ଚ ବର୍ଷ ଧରି ସମ୍ପର୍କରେ ଥିଲେ ।

ଦୁହେଁ ଗୁପ୍ତରେ ବିବାହ ମଧ୍ୟ କରିଥିଲେ । ସେମାନଙ୍କର ଏକ ସନ୍ତାନ ଥିବା ବେଳେ ପିଲାଟିକୁ ଚିକମାଗାଲୁରର ଏକ ଅନାଥ ଆଶ୍ରମରେ ଛାଡି ଦେଇଛନ୍ତି । ଅନୁସନ୍ଧାନକାରୀ କହିଛନ୍ତି ଯେ, ଏହି ଦମ୍ପତି ଶୁକ୍ରବାର ଦିନ ୧୦.୩୦ ସମୟରେ ଏକ ହୋଟେଲକୁ ଯାଇଥିଲେ । ହୋଟେଲରେ ରହିବା ଭିତରେ ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଆଶିକ ଅନ୍ୟ ଜଣେ ମହିଳାଙ୍କ ସହ ଥିବାର ଫଟୋକୁ ଆଶିକଙ୍କ ଫୋନରେ ଦେଖିଥିଲେ ଫୌସିଆ । ଏନେଇ ଆଶିକଙ୍କୁ ଏହି ଫଟୋ ବିଷୟରେ ପଚାରିଥିଲେ । ଯାହାକୁ ନେଇ ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ପରେ ଫୌସିଆଙ୍କୁ ଆଶିକ ମାର ପିଟ କରିବା ସହ ଉତ୍ୟକ୍ତ ହୋଇ ଟି-ସାର୍ଟରେ ତାଙ୍କ ଗଳାକୁ ଚିପି ହତ୍ୟା କରିଥିଲେ । ପରେ ସେ ହ୍ୱାଟସଆପ୍ ଷ୍ଟାଟସରେ ଫୌସିଆଙ୍କ ମୃତ ଶରୀରର ଫଟୋ ଅପଲୋଡ୍ କରିଥିଲେ ।

ତେବେ ଫୌସିଆଙ୍କ କିଛି କଲେଜ ବନ୍ଧୁଙ୍କ ପାଖରେ ଆଶିକଙ୍କ ନମ୍ବର ମଧ୍ୟ ଥିଲା । ସେମାନେ ସନ୍ଧ୍ୟା ପ୍ରାୟ ୫ ଟାରେ ଆଶିକର ଷ୍ଟାଟସ୍ ଦେଖି ପୋଲିସକୁ ସୂଚନା ଦେଇଥିଲେ । ସପଟେ ଖବର ପାଇବା ପରେ ଉକ୍ତ ଅଞ୍ଚଳର ସମସ୍ତ ଲଜ୍ ଏବଂ ହୋଟେଲରେ ଖୋଜାଖୋଜି କରିଥିଲା ପୋଲିସ । କ୍ରୋମପେଟର ସିଏଲସି ୱାର୍କସ ରୋଡରେ ଥିବା ଏକ ହୋଟେଲରେ ପୀଡିତାଙ୍କ ମୃତଦେହ ମିଳିଥିଲା । ପୋଲିସ ଉକ୍ତ ଅଞ୍ଚଳରେ ସିସିଟିଭି କ୍ୟାମେରା ଫୁଟେଜ ଯାଞ୍ଚ କରି ନିକଟସ୍ଥ ଏକ ହୋଟେଲରୁ ଆଶିକ୍କୁ ଗିରଫ କରିଥିଲା । ପୋଲିସର କହିବା ଅନୁସାରେ, ଦୁଇ ବର୍ଷ ପୂର୍ବେ ଫୌସିୟା ଜାଣିବାକୁ ପାଇଥିଲେ ଯେ, ଆଶିକ୍ ଅନ୍ୟ ମହିଳାଙ୍କ ସହ ସମ୍ପର୍କ ରଖିଛନ୍ତି । ଏହା ପରେ ଦୁହେଁ ଅଲଗା ହୋଇଯାଇଥିଲେ । ଫୌସିୟା ପୋସ୍କୋ ଆକ୍ଟ ଅନୁଯାୟୀ, କେରଳ ପୋଲିସରେ ଆଶିକ୍ ବିରୋଧରେ ମାମଲା ଦାୟର କରିଥିଲେ । ପୋଲିସ ଆଶିକକୁ ଗିରଫ କରି ଜେଲକୁ ମଧ୍ୟ ପଠାଇଥିଲା । ପରେ ଉଭଙ୍କ ମଧ୍ୟରେ ଆପୋଷ ବୁଝାବଣା ହୋଇ ଉଭୟ ପୁଣି ଏକାଠି ରହିଥିଲେ । ତେବେ ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଯୁବତୀଙ୍କ ହତ୍ୟା କରିବା ପଛରେ ଅନ୍ୟ କୌଣସି କାରଣ ଅଛି କି ନାହିଁ ସେନେଇ ପୋଲିସ ତଦନ୍ତ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking