31.1 C
Bhubaneswar
Friday, October 18, 2024
Homeଦେଶ ବିଦେଶପ୍ରେମିକର ଉନ୍ମତ୍ତ କାଣ୍ଡ; ପ୍ରେମିକାର ପରିବାର ଉପରେ ଆଖିବୁଜା ଗୁଳିମାଡ

ପ୍ରେମିକର ଉନ୍ମତ୍ତ କାଣ୍ଡ; ପ୍ରେମିକାର ପରିବାର ଉପରେ ଆଖିବୁଜା ଗୁଳିମାଡ

ପାଟନା: ବିହାରର ଲଖିସରାୟରେ ପ୍ରେମିକର ଉନ୍ମତ୍ତ କାଣ୍ଡ । ପ୍ରେମରେ ବିଫଳ ହୋଇ ପ୍ରେମିକାର ପରିବାର ଲୋକଙ୍କୁ ଗୁଳି କରି ହତ୍ୟା । ଛଟ ପୂଜା କରି ଫେରିବା ସମୟରେ ଗୋଟିଏ ପଞ୍ଜାବୀ ପରିବାରର ୪ରୁ ୫ଜଣଙ୍କୁ ଅତି ନିର୍ମମ ଭାବେ ଗୁଳି କରି କରାଯାଇଛି । ଏହି ଗୁଳିକାଣ୍ଡରେ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କ ମୃତ୍ୟୁ ହୋଇଛି । ତେବେ ବର୍ତ୍ତମାନ ସୁଦ୍ଧା ମୃତକଙ୍କ ସଂଖ୍ୟା ୩ରେ ପହଞ୍ଚିଛି । ତେବେ ବିବାହ କରିବାରୁ ବିଫଳ ହେବା ପରେ ପ୍ରେମିକ ଜଣକ ଏହି ଗୁଳିକାଣ୍ଡ ଘଟାଇଥିବା ଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ସୂଚନା ଅନୁଯାୟୀ, ବିହାରର ଲଖିସରାୟ ଅଞ୍ଚଳରେ ସକାଳ ସମୟରେ ଆଖିବୁଜା ଗୁଳିମାଡ଼ । ବିବାହ କରିବାକୁ ଚାହୁଁଥିବା ବେଳେେ ବିଫଳ ହେବାରୁ ପିଶାଚ ପ୍ରେମିକ ଜଣକ ପ୍ରେମିକାର ପୁରା ପରିବାରକୁ ଗୁଳି କରି ହତ୍ୟା ଉଦ୍ୟମ କରିଥିବା ଘଟଣା ସାମ୍ନାକୁ ଆସିଛି ।

ଛଟ ପୂଜା ସାରି ପୁରା ପରିବାର ଘରକୁ ଫେରୁଥିବା ବେଳେ ଅତର୍କିତ ଗୁଳିଚଳାଇ ଥିଲା ପ୍ରେମିକ ଜଣକ । ପରିବାରର ୪-୫ ଜଣଙ୍କ ଦେହରେ ଗୁଳି ବାଜିଥିବା ବେଳେ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଥିଲେ । ଗୁରୁତରମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଅଧିକ ଚିକିତ୍ସା ପାଇଁ ସେମାନଙ୍କୁ ପାଟନା ସ୍ଥିତ ପିଏମସିଏଚକୁ ରେଫର କରାଯାଇଛି । ତେବେ ସଦ୍ୟ ସୂଚନା ମୁତାବକ ସେଠାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତକଙ୍କ ସଂଖ୍ୟା ୩ରେ ପହଞ୍ଚିଛି । ଅଭିଯୁକ୍ତର ପ୍ରେମିକାର ମଧ୍ୟ ମୃତ୍ୟୁ ହୋଇଥିବା ଜଣାପଡିଛି । ଅନ୍ୟପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ଅନ୍ୟପଟେ ପୀଡ଼ିତାଙ୍କ ସମ୍ପର୍କୀୟଙ୍କ କହିବାନୁଯାୟୀ, “ଆମେ ଛଟ ପୂଜା ସାରି ଘାଟରୁ ଘରକୁ ଫେରୁଥିଲୁ । ସେତେବେଳେ ପଡ଼ୋଶୀ ଆଶୀଷ ଚୌଧୁରୀ ପଛପଟୁ ଆସି ଗୁଳି ମାରିଥିଲା । ମୋ ନଣନ୍ଦ, ଶ୍ୱଶୂର, ସାନ ଯାଆ ଓ ବଡ ଯାଆଙ୍କ ଉପରେ ଗୁଳି ଚଳାଇଥିଲେ । ମୋ ନଣନ୍ଦ ସେହି ଯୁବକଙ୍କ ସହ ପୂର୍ବରୁ କଥା ହେଉଥିଲେ । ତେବେ ଅଭିଯୁକ୍ତ ଜଣକ ବିବାହ କରିବାକୁ ଚାହୁଁଥିଲା ହେଲେ ମୋ ନଣନ୍ଦ ମନା କରିଦେଇଥିଲେ । ଯେଉଁଥିପାଇଁ ସମସ୍ତଙ୍କ ଉପରେ ଗୁଳି ଚଳାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking