ନୂଆଦିଲ୍ଲୀ : କରୋନା କାଳରେ ଲୋକମାନଙ୍କର ଜୀବିକା ଚାଲିଯାଉଥିବା ବେଳେ କିଛି ଲୋକ ଏପରି ଅଛନ୍ତି, ଯେଉଁମାନଙ୍କର ଜୀବନରେ କିଛି ଚମତ୍କାର ଘଟିଛି । ଏବେ ସାରା ବିଶ୍ୱରେ ଜଣେ ଆରବପତିଙ୍କ ବିଷୟରେ ଚର୍ଚ୍ଚା ଚାଲିଛି । ଯିଏ କି ନିଜ ପ୍ରେମିକାଙ୍କ ଘରେ ଶୋଇ ଶୋଇ ୧୦ ବିଲିୟନ ଟଙ୍କା ରୋଜଗାର କରିଛନ୍ତି । ଇଂଲଣ୍ଡର ଏହି ଯୁବକ କିପରି ଏତେ ଟଙ୍କା କମାଇଲେ ବୋଲି ଜାଣିବାକୁ ସମସ୍ତ ଲୋକଙ୍କ ମନରେ ଜିଜ୍ଞାସା ବଢ଼ିବାରେ ଲାଗିଛି । ଏହି ଯୁବକଙ୍କ ନା’ ହେଉଛି ଜନି ବପଫରହାଟ । ତେବେ ଜନି ଏକ ଭିଡ଼ିଓ କନଫରେନ୍ସିଂ ଆପ୍ ମାଧ୍ୟମରେ ଏତେ ଟଙ୍କା ରୋଜଗାର କରିଛନ୍ତି । ଇଂଲଣ୍ଡର ଧନୀ ଯୁବକମାନଙ୍କ ମଧ୍ୟରେ ଜନିଙ୍କ ନାଁ ସାମିଲ ହୋଇଛି । ୨୦୨୦ରେ ଯେତେବେଳେ ସମଗ୍ର ବିଶ୍ୱରେ କରୋନା ଯୋଗୁଁ ଲକଡାଉନ୍ ଲାଗିଲା, ସେବେ ଅଧିକାଂଶ ଲୋକେ ଘରୁ କାମ କରୁଥିଲେ । ଏହାକୁ ଦୃଷ୍ଟିରେ ରଖି ଜନି ତାଙ୍କ ପ୍ରେମିକାଙ୍କ ବେଡରୁମରେ ଶୋଇ ଶୋଇ ଏକ ଭିଡ଼ିଓ କନଫରେନ୍ସଂ ଆପ୍ ହୋପିନ୍ ତିଆରି କରିଥିଲେ । ଜନି ଏହି ଆପ୍ ପାଇଁ ପ୍ରଥମେ ଫଣ୍ଡ ଜମା କରିଥିଲେ । ଏହାକୁ ତିଆରି କରିବା ପରେ ଏଥିରୁ ଅଧିକ ମାତ୍ରାରେ ଟଙ୍କା ରୋଜଗାର କରିଛନ୍ତି । ମଞ୍ଚେଷ୍ଟର ବିଶ୍ୱବିଦ୍ୟାଳୟରୁ ଜନି ଗ୍ରାଜୁଏଟ୍ ପାସ୍ କରିଥିଲେ ଓ ଏହି ଆପର ଆଇଡିଆ ତାଙ୍କ ମନରେ ୨୦୧୮ରୁ ଥିଲା । କିନ୍ତୁ ସେତେବେଳେ ତାଙ୍କ ପାଖରେ ଟଙ୍କା ନଥିଲା । ୨୦୨୦ରେ ସେ ନିଜ ପ୍ରେମିକାଙ୍କ ବେଡରୁମରେ ଶୋଇ ଶୋଇ କୋଡିଂ କରିଥିଲେ । ତେବେ ଏହି ହୋପିନ୍ ଆପ୍ ଜୁମ୍ କଲ୍ ଆପ୍ ଭଳି । ଯେଉଁଥିରେ ଲାଇଭ ଭିଡ଼ିଓ କଲ୍ କରାଯାଇ ପାରିବ । ଏହା ଲଞ୍ଚ ହେବାର ବର୍ଷେ ଭିତରେ ୫୦ ଲକ୍ଷରୁ ଅଧିକ ଲୋକ ଡାଉନଲୋଡ କରିଥିଲେ । ଜନି ଏବେ ଏହି ଆପ୍ ଜରିଆରେ ୧୦ ଆରବ ଟଙ୍କା ରୋଜଗାର କରୁଛନ୍ତି ।