26.1 C
Bhubaneswar
Tuesday, September 17, 2024
Homeଅପରାଧପ୍ରେମ ନେଲା ପ୍ରେମିକର ଜୀବନ

ପ୍ରେମ ନେଲା ପ୍ରେମିକର ଜୀବନ

ନୂଆଦିଲ୍ଲୀ: ପ୍ରେମ  ପରିବ୍ୟାପ୍ତ ସାଗରର ସୀମାହୀନ ଢ଼େଉ। ସାତ ଦରିଆଠାରୁ ବି ବଡ଼ ହୃଦୟର ଦରିଆ । ସେଥିପାଇଁ ତ ପ୍ରେମ  ଆଉ ହୃଦୟର ସମ୍ପର୍କ ବହୁ ନିବିଡ଼ । ପ୍ରେମିକା ହେଉ ବା ପ୍ରେମିକ, ସେମାନଙ୍କ ରାଗ ରୁଷା ଅଭିମାନ ସବୁକୁ ଜାବୁଡ଼ି ଧରେ ହୃଦୟ । ଏହା ଏମିତି ଏକ ସମ୍ପର୍କ, ଯାହା ଯୁଗ ଯୁଗର । ହେଲେ ସେହି ପ୍ରେମ ଯେବେ, ଘୃଣା ଓ ସନ୍ଦେହରେ ପରିବର୍ତ୍ତନ ହୁଏ ଜୀବନକୁ ନର୍କ କରିଦିଏ ।

ଏଭଳିକି ଜୀବନ ନେବାକୁ ମଧ୍ୟ ପଛାଏନି । ଏଭଳି ଏକ ଘଟଣା ଦେଖିଛି ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଅଞ୍ଚଳରେ ।  ପ୍ରେମ ପାଇଁ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତ ଯୁବକ ଜଣକ ହେଲେ,ବିହାର ମଧୁବନି ଅଞ୍ଚଳର ରାଜେଶ କୁମାର ଠାକୁର। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ଏ-ହି ହତ୍ୟାକାଣ୍ତ ଘଟିଲା ସେନେଇ ତଦନ୍ତ ଜାରି ରଖିଛି।

ସୂଚନା ଅନୁସାରେ, ବିହାର ମଧୁବନି ଅଞ୍ଚଳର ରାଜେଶ କୁମାର ଠାକୁର ଦିର୍ଘ ବର୍ଷ ହେବ ବୁର୍ଲାରେ (Burla) ରହି ଆସୁଥିଲେ। ସେ ବୁର୍ଲା ନିକଟସ୍ଥ ବି.ଆର ଷ୍ଟିଲ କାରଖାନାରେ ଶ୍ରମିକ ଭାବରେ କାର୍ଯ୍ୟ କରୁଥିଲେ ।  କିନ୍ତୁ ଅଭିଯୋଗ ହୋଇଛି ଯେ, ଗତ କିଛି ଦିନ ହେବ ସେଠାରେ ସେ ଜଣେ ଯୁବତୀଙ୍କୁ ଭଲ ପାଇ ବସିଥିଲେ । ଏବଂ ସମ୍ପୃକ୍ତ ଯୁବତୀ ମଧ୍ୟ ରାଜେଶଙ୍କୁ ମନପ୍ରାଣ ଦେଇ ଭଲ ପାଉଥିଲେ। କିନ୍ତୁ ଏହି ପ୍ରେମ ସମ୍ପର୍କକୁ ଗ୍ରହଣ କରି ନଥିଲେ ଯୁବତୀଙ୍କ ଘର ଲୋକେ । ଏହାପରେ , ସମ୍ପୃକ୍ତ ଯୁବକଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲେ ସମ୍ପୃକ୍ତ ଯୁବତୀଙ୍କ ଘର ଲୋକେ।

ଗତ କିଛି ଦିନ ହେବ ରାଜେଶ, ନିଖୋଜ ଥିଲେ। ଏନେଇ କମ୍ପାନୀ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିଲା । ପୋଲିସ୍ ଘଟଣାତ ତଦନ୍ତ ଆରମ୍ଭ କରି ସମ୍ପୃକ୍ତ ଯୁବକଙ୍କ ଗଳିତ ମୃତଦେହ ଆଜି ବୁର୍ଲା ଥାନା ଅନ୍ତର୍ଗତ ମଡିଆ ଡୁଙ୍ଗୁରିପଡା ନିକଟ ଏକ ପୋଖରୀରୁ ଉଦ୍ଧାର କରିଛି । ଯୁବକଙ୍କୁ ପଥରରେ ଛେଚି ହତ୍ୟା କରଯାଇଥିବା ପୋଲିସ୍ କହିଛି । ପୋଲିସ ଏହି ଘଟଣାରେ ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି । ଯୁବକଙ୍କୁ ପ୍ରେମ ପାଇଁ ହତ୍ୟା କରାଯାଇଥିବା ପୋଲିସ୍ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ତେବେ, ଏହି ଘଟଣାରେ ଆଉ କେଉଁମାନଙ୍କ ହାତ ରହିଛି ସେନେଇ ପୋଲିସ୍ ଛାନଭିନ୍ ଚଳାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking