28.1 C
Bhubaneswar
Thursday, July 4, 2024
Homeଅପରାଧପ୍ରେମ ଜନିତ ହତ୍ୟାକାଣ୍ଡ: ଛତାବର ଡ୍ରେନ୍‌ରୁ କଟାମୁଣ୍ଡ ଉଦ୍ଧାର

ପ୍ରେମ ଜନିତ ହତ୍ୟାକାଣ୍ଡ: ଛତାବର ଡ୍ରେନ୍‌ରୁ କଟାମୁଣ୍ଡ ଉଦ୍ଧାର

ବାରିକପୁର: ପ୍ରେମ ଜନିତ କାରଣକୁ ନେଇ ଦିନକୁ ଦିନ ମଣିଷଙ୍କ ମଧ୍ୟରେ ଏକ ପୈଶାଚିକ ଧାରଣା ସୃଷ୍ଟି ହେଉଥିବା ବେଳେ ଅନେକ ଅପରାଧ ମଧ୍ୟ ଘଟୁଛି । ଏପରିକି ପରକ୍ରିୟା ପ୍ରୀତି ଯୋଗୁ ଅନେକଙ୍କର ଜୀବନ ଚାଲି ଯାଉଥିବା ଦେଖାଯାଉଛି । ଏଭଳି ଏକ ଘଟଣା ଆଜି ଦେଖିବାକୁ ମିଳିଛି ଭଣ୍ଡାରିପୋଖରୀ ଥାନା ଛତାବର ଠାରେ । ସୂଚନା ଅନୁଯାୟୀ ନୟାଗଡ଼ ଜିଲ୍ଲା ଇଟାଭାଟି ଥାନା ଅଞ୍ଚଳର ଯୁବକ ଶ୍ରୀଧର ଦଳବେହେରା ସୁଦୂର ବାଲେଶ୍ୱର ସହରରେ ରହି ପାଣିଟାଙ୍କି କାମ କରୁଥିଲେ । ସେଠାରେ ମଧ୍ୟ ନୟାଗଡ଼ ଅଞ୍ଚଳର ଫକୀର ନାୟକ ଓ ତାଙ୍କ ପତ୍ନୀ ସୁମିତ୍ରା ମଧ୍ୟ କାମ କରୁଥିଲେ । ସମୟକ୍ରମେ ଶ୍ରୀଧର ଓ ସୁମିତ୍ରାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିବା ବେଳେ ପରସ୍ପର ସାଙ୍ଗରେ ରହିବା ପାଇଁ ନିଷ୍ପତ୍ତି ନେଇଥିଲେ । ତଦନୁଯାୟୀ ଦୁହେଁ ୬/୭ ମାସ ହେବ ସାଙ୍ଗରେ ରହୁଥିବା ବେଳେ ଫକୀର ନୟାଗଡ଼ ଅଞ୍ଚଳକୁ ଚାଲିଯାଇଥିଲେ । ଏହାରି ମଧ୍ୟରେ ଗତ ୫ ତାରିଖ ଦିନ ସୁମିତ୍ରା କୌଣସି କାରଣରୁ ପ୍ରେମିକ ଶ୍ରୀଧରକୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା । ପରେ ଏନେଇ ଘଟଣା ସମ୍ପର୍କରେ ସ୍ୱାମୀଙ୍କୁ ଜଣାଇଥିଲା ।

ଖବର ପାଇ ନୟାଗଡ଼ରୁ ଫକୀର ଆସି ବାଲେଶ୍ୱରରେ ପହଞ୍ଚିବା ପରେ ମୃତ୍ୟୁ ବରଣ କରିଥିବା ଶ୍ରୀଧର ଶରୀରକୁ ନିକଟ ଏକ ବଣରେ ଫିଙ୍ଗିଥିବା ବେଳେ ମୁଣ୍ଡକୁ ଗୋଟିଏ ମୁଣିରେ ଧରି ପଳେଇ ଆସିଥିଲେ । ସେଠାରୁ ଏକ ମୋଟର ସାଇକେଲ ଯୋଗେ ସ୍ୱାମୀ-ସ୍ତ୍ରୀ କଟା ମୁଣ୍ଡକୁ ଧରି ନୟାଗଡ଼ ଅଭିମୁଖେ ଆସୁଥିବା ବେଳେ ଭଣ୍ଡାରିପୋଖରୀ ଥାନା ଛତାବର ନିକଟ ନିର୍ମାଣାଧୀନ ରାଜପଥ ଡ୍ରେନରେ ଏହାକୁ ଫିଙ୍ଗି ଦେଇଥିଲେ । ଘଟଣା ସମ୍ପର୍କରେ ଅଭିଯୋଗ ପାଇବା ପରେ ବାଲେଶ୍ୱର ସଦର ଥାନା ପୁଲିସ ପ୍ରଥମେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବା ପରେ ଫକୀର ଓ ସୁମିତ୍ରା ଉପରେ ସନ୍ଦେହ ଦୃଢ଼ୀଭୂତ ହୋଇଥିଲା । ପରେ ପୁଲିସ ମୋଟର ସାଇକେଲଟିକୁ ପାଣିକୋଇଲି ଠାରୁ ଜବତ କରି କଟକରୁ ସୁମିତ୍ରା ଓ ନୟାଗଡ଼ରୁ ଫକୀରକୁ ଗିରଫ କରିଥିଲା । ପଚରାଉଚୁରା ବେଳେ ଶରୀର ବିହୀନ ମୁଣ୍ଡଟି ଛତାବର ନିକଟରେ ପଡ଼ିଥିବା ପୁଲିସ ଜାଣିବାକୁ ପାଇଥିଲା । ତେଣୁ ଅଭିଯୁକ୍ତକୁ ସାଥିରେ ଧରି ଆଜି ଦିନ ପ୍ରାୟ ଦୁଇଟା ବେଳେ ସଦର ଥାନାର ବରିଷ୍ଠ ଅଧିକାରୀ ମାନେ ଛତାବର ଠାରେ ପହଞ୍ଚି କଟା ମୁଣ୍ଡଟିକୁ ଉଦ୍ଧାର କରିଥିବା ବେଳେ ଉପର ଲିଖିତ ଘଟଣାବଳୀ ସମ୍ପର୍କରେ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking