18.1 C
Bhubaneswar
Tuesday, November 19, 2024
Homeଋଷିଆ-ୟୁକ୍ରେନ୍ ଯୁଦ୍ଧଘନ ଘନ ବୋମା ବିସ୍ପୋରଣରେ ଦୁଇ ହୃଦୟର ମିଳନ

ଘନ ଘନ ବୋମା ବିସ୍ପୋରଣରେ ଦୁଇ ହୃଦୟର ମିଳନ

କେଭ୍ : ୟୁକ୍ରେନର ଘନ ଘନ ବୋମା ବିସ୍ପୋରଣ ମଧ୍ୟରେ ଦୁଇ ହୃଦୟର ମିଳନ । ମୃତ୍ୟୁର ଦୂତ ଚାରିଆଡ଼େ ବୁଲୁଥିବା ବେଳେ ଅନୁଷ୍ଠିତ ହୋଇଛି ବିବାହ । ଯୁଦ୍ଧଗ୍ରସ୍ତ ଦେଶରେ ଜୀବନ ପ୍ରତି କ୍ଷଣେ କ୍ଷଣେ ବିପଦ ରହିଥିବା ବେଳେ ୟୁକ୍ରେନରେ ଏପରି ଚିତ୍ର ଦେଖିବାକୁ ମିଳିଛି । ରାଜଧାନୀ କିଭ୍‌ରେ ଏକ ଦମ୍ପତିଙ୍କର ବିବାହ ହେବାର ଭିଡିଓ ଚର୍ଚ୍ଚା ସୃଷ୍ଟି କରୁଛି । ଭାଇରାଲ ଭିଡିଓଟି ଏକ ଡାକ୍ତରଖାନାର ବୋଲି କୁହାଯାଉଛି । ଡାକ୍ତରଖାନାରେ ବିବାହ କରିଥିବା ଦମ୍ପତିଙ୍କୁ ବୃତ୍ତିରେ ଡାକ୍ତର । ଯୁଦ୍ଧ ଚାଲିଥିବା ବେଳେ ସେମାନେ ସବୁଦିନ ପାଇଁ ଏକାଠି ହେବାପାଇଁ ନିଷ୍ପତ୍ତି ନେଇଥିଲେ । ଉଭୟେ ଡାକ୍ତର ହୋଇଥିବା ବେଳେ ତାଙ୍କୁ ୨୪ ଘଣ୍ଟା ହସ୍ପିଟାଲରେ ରହିବାକୁ ପଡ଼ୁଛି । କାନ୍ଦବୋବାଳି ମଧ୍ୟ ହୃଦୟକୁ ଟାଣ କରି ପ୍ରେମକୁ ଅମର କରିଦେଇଛନ୍ତି । ଆଜି ତାଙ୍କର ଜୀବନ ଅଛି, କାଲି ହୁଏତଃ ନଥିବ, କିନ୍ତୁ ପ୍ରେମ ସବୁଦିନ ପାଇଁ ରହିବ । ଦମ୍ପତି ପରସ୍ପରର ହାତ ଧରିଥିବା ଦେଖିବାକୁ ମିଳୁଛି । ସାମ୍ନାରେ ଛିଡ଼ା ହୋଇଥିବା ବ୍ୟକ୍ତି ରୀତିନୀତି ଅନୁସାରେ ଉଭୟଙ୍କ ବିବାହ କରିଛନ୍ତି । ଜଣେ ମହିଳା ମଧ୍ୟ ଦମ୍ପତିଙ୍କ ପାଖରେ ଛିଡ଼ା ହୋଇଥିବା ନଜର ଆସିଛନ୍ତି । ବିବାହର ସମସ୍ତ ରୀତିନୀତି ଶେଷ ହେବା ପରେ ଦମ୍ପତି ଉଭୟେ ଉଭୟଙ୍କୁ ଆଲିଙ୍ଗନ କରି ଖୁସି ବ୍ୟକ୍ତ କରନ୍ତି । ଏହି ବିବାହ ଯୁଦ୍ଧ ମଧ୍ୟରେ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି । ତେବେ ୟୁକ୍ରେନରୁ ଏଭଳି ଚିତ୍ର ସାମ୍ନାକୁ ଆସିବା ପ୍ରଥମ ଘଟଣା ନୁହେଁ । ଗତ ସପ୍ତାହରେ କିଭରେ ଆଉ ଏକ ଦମ୍ପତି ବିବାହ କରିଥିଲେ । କିଭ୍‌ରେ ରହୁଥିବା ୨୧ ବର୍ଷିୟ ୟରିନା ଆରେଭା ଏବଂ ସୂୟାତସ୍ଲାବ ବିବାହ କରିଥିଲେ । ବିବାହ ସମୟରେ ଗୋଟିଏପଟେ ଚର୍ଚ୍ଚର ଘଣ୍ଟି ବାଚୁଥିଲା, ଅନ୍ୟପଟେ ଘନ ଘନ ବୋମା ମାଡ଼ ହେଉଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking