ତୁମୁଡ଼ିବାଡି : ପ୍ରେମ ବିବାହ ଯେ ଦିନେ ଏଭଳି ପରିସ୍ଥିତିରେ ପହଞ୍ଚିବ କେହି ମଧ୍ୟ ଭାବିନଥିଲେ । କନ୍ଧମାଳ ଜିଲ୍ଲା ବେଲଘର ଥାନା ଅର୍ନ୍ତଗତ ବଡସାହି ଗ୍ରାମରେ ପ୍ରେମିକା ସ୍ତ୍ରୀକୁ ଶିକ୍ଷକ ସ୍ୱାମୀ ହତ୍ୟା କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ବଡସାହି ଗ୍ରାମର ହାଡିପା ପରାସେଠ୍ଙ୍କ ପୁଅ ରାଜେଶ୍ୱର ପରାସେଠ୍ ଦେଶୁଘାଟି ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଥିଲେ । ତିନିମାସ ତଳେ ଲଙ୍କାଗଡ ଗ୍ରାମର ଅଭିମନ୍ୟୁ ଦେଶୀନାୟକ (ନିଜ ମାମୁ)ଙ୍କ ଏକମାତ୍ର ଝିଅ ସ୍ୱୟଂପ୍ରଭାଙ୍କୁ ପ୍ରେମ ବିବାହ କରିଥିଲେ । ଗତକାଲି ରାତିରେ କୌଣସି ଏକ କାରଣରୁ ସ୍ତ୍ରୀର ଗଳାଚିପି ହତ୍ୟା କରିଥିଲେ । ପରେ ବେଲଘର ଥାନାରେ ନିଜେ ଯାଇ ଆତ୍ମସମର୍ପଣ କରିଥିଲେ ରାଜେଶ୍ୱର । ଆଜି ସକାଳେ ଝିଅ ଘର ପରିବାର ଲୋକ ଲଙ୍କାଗଡରୁ ଆସି ଝିଅର ମୃତ୍ୟୁ ଜାଣିବା ପରେ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଶବ ଜବତ କରିବା ସହ ବ୍ୟବଚ୍ଛେଦ କରି ପରିବାରକୁ ହସ୍ତାନ୍ତର କରିଥିବା ଥାନା ଅଧିକାରି ଦୀପକ ରାଉତ ସୂଚନା ଦେଇଛନ୍ତି ।