25.9 C
Bhubaneswar
Monday, April 6, 2026
Homeଓଡିଶାପ୍ରଭୁ ଲିଙ୍ଗରାଜଙ୍କ ନୀତି ବନ୍ଦ

ପ୍ରଭୁ ଲିଙ୍ଗରାଜଙ୍କ ନୀତି ବନ୍ଦ

ଭୁବନେଶ୍ୱର: ଏକାମ୍ର କ୍ଷେତ୍ରର ଆରାଧ୍ୟ ଦେବ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ମନ୍ଦିରରେ ଏବେ ଅଚଳାବସ୍ଥା । ରୁପା ଘୋଡ଼ଣିକୁ ନେଇ ଦୁଇ ପ୍ରମୁଖ ସେବାୟତ ନିଯୋଗ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ଉଗ୍ର ରୂପ ଧାରଣ କରିଛି । ଫଳରେ ସୋମବାର ସକାଳ ୯ଟାରୁ ମନ୍ଦିରର ସମସ୍ତ ନୀତିକାନ୍ତି ବନ୍ଦ ରହିଥିବାରୁ ଦୂରଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁମାନେ ଦର୍ଶନ ନପାଇ ନିରାଶ ହୋଇଛନ୍ତି । ସୂଚନା ଅନୁଯାୟୀ, ମହାପ୍ରଭୁଙ୍କ ଲିଙ୍ଗକୁ ସୁରକ୍ଷା ଦେବା ପାଇଁ ବ୍ୟବହୃତ ହେଉଥିବା ରୁପା ଘୋଡ଼ଣିକୁ ନେଇ ବିବାଦର ସୂତ୍ରପାତ ହୋଇଛି । ଗର୍ଭଗୃହ ମଧ୍ୟରେ ବଡ଼ୁ ନିଯୋଗ ଏବଂ ସୁଆର ନିଯୋଗର ସେବାୟତଙ୍କ ମଧ୍ୟରେ ଏହାକୁ ନେଇ ପ୍ରବଳ ଯୁକ୍ତିତର୍କ ଓ ପରେ ଗଣ୍ଡଗୋଳ ହୋଇଥିଲା । ବିବାଦ ଏତେ ବଢ଼ିଥିଲା ଯେ, ସକାଳ ୯ଟା ପରଠାରୁ ପ୍ରଭୁଙ୍କ ନୀତିକାନ୍ତି ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି । ବଡ଼ୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡ଼ୁ ସୁଆର ନିଯୋଗ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking