21.1 C
Bhubaneswar
Monday, November 18, 2024
Homeଓଡିଶାପଦ୍ମବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ

ପଦ୍ମବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ

ପୁରୀ : ଆଜି ଶ୍ରୀଜିଉଙ୍କ ଦୁର୍ଲଭ ପଦ୍ମବେଶ । ଦୁର୍ଲଭ ପଦ୍ମବେଶରେ ଦର୍ଶନ ଦେବେ କାଳିଆ ଠାକୁର । ଶ୍ରୀମନ୍ଦିର ପ୍ରଶାସନ ଠାରୁ ଆରମ୍ଭ କରି ସେବକ ଓ କଳାକାର ସମସ୍ତେ ପ୍ରସ୍ତୁତ । ପଦ୍ମବେଶ ପାଇଁ ଆବଶ୍ୟକୀୟ ସାମଗ୍ରୀ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ । ପରମ୍ପରା ଅନୁଯାୟୀ ମହାପ୍ରଭୁଙ୍କ ପଦ୍ମ ବେଶ ପାଇଁ ବଡ଼ ଛତା ମଠ ସମସ୍ତ ସାମଗ୍ରୀ ଯୋଗାଇଥାଏ । ପରେ କାରିଗର, ଚିତ୍ରକର ମାନେ ବେଶ ନିଷ୍ଠାର ସହ ପ୍ରସ୍ତୁତ କରିଥାନ୍ତି । ପଣ୍ଡୁ ପୂର୍ଣ୍ଣିମା ଠାରୁ ପଦ୍ମ ବେଶ ନେଇ ପ୍ରସ୍ତୁତି ଆରମ୍ଭ ହୋଇଥାଏ । ତେବେ ପଦ୍ମ ବେଶ ଭକ୍ତର ଭକ୍ତି ଏବଂ ଭାବମୂଳକ ବେଶ ବୋଲି ବିବେଚନା କରାଯାଏ ।

ଶ୍ରୀମନ୍ଦିର ସ୍ୱତ୍ୱଲିପି ଅନୁଯାୟୀ ମାଘ ମାସ ଅମାବାସ୍ୟା ଠାରୁ ବସନ୍ତ ପଞ୍ଚମୀ ମଧ୍ୟରେ ପଡୁଥିବା ବୁଧବାର କିମ୍ବା ଶନିବାର ଦିନ ଶ୍ରୀବିଗ୍ରହମାନଙ୍କୁ ଏହି ବେଶ କରାଯାଇଥାଏ । ମାତ୍ର ବର୍ଷକରେ କେବଳ ଏହି ଗୋଟିଏ ଦିନ ମହାପ୍ରଭୁ ପଦ୍ମବେଶରେ ହିଁ ପହୁଡ଼ ଯାଇଛନ୍ତି । ମହାପ୍ରଭୁଙ୍କ ପଦ୍ମବେଶକୁ ଆଉ ଅଳ୍ପଦିନ ବାକିଥିବା ବେଳେ ମୁଖ୍ୟ କାରିଗର ବସନ୍ତ ରଣାଙ୍କୁ ନେତୃତ୍ୱରେ ମହାପ୍ରଭୁଙ୍କ ବେଶ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି । ଶ୍ରୀବିଗ୍ରହମାନଙ୍କ ନିମନ୍ତେ ଆବଶ୍ୟକ ଚୂଳ, ଶ୍ରୀମୁଖ ପଦ୍ମ, କର ପଲ୍ଲବ, ପଦ୍ମ କଢି, ଗଛ , ଡାଳିଲତା , ଚୂଳ ଗୁଡିକ ସୋଲ ତିଆରି କରାଯାଇ ପଦ୍ମ ଫୁଲ ପ୍ରସ୍ତୁତ କରାଯାଉଛି ।

ବେଶ ପ୍ରସ୍ତୁତିରେ ମୁଖ୍ୟତଃ ସୋଲ , କଇଁଥ ଅଠା , ଜରୀ , ବାଉଁଶ କାଠି , ରଙ୍ଗ ଏବଂ ପଟ ମାଧ୍ୟମରେ ପଦ୍ମବେଶ ପ୍ରସ୍ତୁତ କରାଯାଇଥାଏ । ମୁଖ୍ୟତଃ ୮୦ ଟି ଛୋଟ ପଦ୍ମ , ୪ଟି ପଦ୍ମକଢି ବା କର ପଲ୍ୱବ , ୪ଟି ହଂସ ୭ଟି ଗଛ ସହ ବିଭିନ୍ନ ପ୍ରକାର ଅଳଙ୍କରା ପ୍ରସ୍ତୁତ କରାଯାଇଥାଏ । ବେଶ ପ୍ରସ୍ତୁତି ପାଇଁ ୭ରୁ ୮ ଜଣ କାରିଗର ନିଯୋଜିତ ହୋଇଥାନ୍ତି । ସମସ୍ତ କରିଗର ଅରୁଆ ଭକ୍ଷଣ କରି ନିଷ୍ଟାର ସହ ମହାପ୍ରଭୁଙ୍କ ନିମନ୍ତେ ବେଶ ପ୍ରସ୍ତୁତି କରିଥାନ୍ତି । ତେବେ ପଦ୍ମ ବେଶ ପଛରେ ରହିଛି ଏକ ସୁନ୍ଦର ଲୋକ କଥା । ଏକଦା ମନୋହର ଦାସ ନାମକ ଜଣେ ଭକ୍ତ ତଥା ସାଧୁ ପୁରୀକୁ ଆସୁଥିବା ବେଳେ ଏକ ପୋଖରୀରୁ କିଛି ପଦ୍ମ ଫୁଲ ମହାପ୍ରଭୁଙ୍କୁ ଲାଗି ଆଣିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking