32.1 C
Bhubaneswar
Tuesday, October 22, 2024
Homeଓଡିଶାବମିଖାଲ ପୂଜା ମଣ୍ଡପରୁ ସୁନା ଚେନ୍ ଲୁଟ୍ ଘଟଣା

ବମିଖାଲ ପୂଜା ମଣ୍ଡପରୁ ସୁନା ଚେନ୍ ଲୁଟ୍ ଘଟଣା

ଭୁବନେଶ୍ବର: ପୂଜା ମଣ୍ଡପରୁ ସୁନା ଚେନ୍ ଲୁଟ୍ ଘଟଣାରେ ୮ ସନ୍ଦିଗ୍ଧଙ୍କୁ ଉଠାଇନେଲା ପୋଲିସ । ସମସ୍ତ ଅଭିଯୁକ୍ତ ବିହାର ଅଞ୍ଚଳରୁ ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ଭୁବନେଶ୍ବର ବମିଖାଲ ଦୁର୍ଗାପୂଜା ମଣ୍ଡପରୁ ସୁନା ଚେନ୍ ଲୁଟ୍ ହୋଇଥିଲା । ଏ ନେଇ ଅଭିଯୋଗ ପରେ ପୋଲିସ ଘଟଣା ତଦନ୍ତ ଆରମ୍ଭ କରିଥିଲା । ଏହି ପରିପ୍ରେକ୍ଷୀରେ ୮ ଜଣ ସନ୍ଦିଗ୍ଧଙ୍କୁ ପୋଲିସ ଉଠାଇନେଇଛି । ସମସ୍ତେ ବିହାର ଅଞ୍ଚଳର ବୋଲି ଜଣାପଡିଛି । ଏମାନେ ରବିବାର ରାତିରେ ଅତ୍ୟଧିକ ମଦ୍ୟପାନ କରି ବୁଲାବୁଲି କରୁଥିଲେ । ବମିଖାଲ ଦୁର୍ଗାପୂଜା ମଣ୍ଡପରେ ବୁଲୁଥିବା ସାଧା ପୋଷାକଧାରି ପୋଲିସ ଏମାନଙ୍କୁ ମାଡ଼ିବସିଥିଲା । ତେବେ ସୋମବାର ଏମାନଙ୍କୁ ପଚରାଉଚରା କରାଯାଉଥିବା ଜଣାପଡିଛି ।

ପୂଜାରେ ରାଜଧାନୀ ସ୍ଥିତ ବିଭିନ୍ନ ଦୁର୍ଗା ମଣ୍ଡପରେ ସାଧାରଣତଃ ଭିଡ ପରିଲକ୍ଷିତ ହୋଇଥାଏ । ଲୁଟେରାମାନେ ଏହି ଭିଡର ଫାଇଦା ଉଠାଇଥାନ୍ତି । ବିଭିନ୍ନ ପୂଜା ମଣ୍ଡପର ବୁଲା ବୁଲି କରିବା ସହ ସୁଯୋଗ ଦେଇ ଲୁଟ୍‌ପାଟ୍ କରିଥାନ୍ତି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking