29.1 C
Bhubaneswar
Monday, November 18, 2024
Homeଅପରାଧସ୍କୁଟି ଡିକିରୁ ୧ଲକ୍ଷ ୯୦ ହଜାର ଲୁଟିନେଲେ ଦୃର୍ବୃତ୍ତ

ସ୍କୁଟି ଡିକିରୁ ୧ଲକ୍ଷ ୯୦ ହଜାର ଲୁଟିନେଲେ ଦୃର୍ବୃତ୍ତ

ରିଆମାଳ: ରିଆମାଳ ସଦର ଦୁର୍ଗାମଣ୍ଡପ ସମ୍ମୁଖରୁ ଆଜି ମଧ୍ୟାହ୍ନରେ ବୁଡିଦୋ ପଞ୍ଚାୟତର ପୂର୍ବତନ ସରପଞ୍ଚ ଡିଲେଶ୍ୱର ବେହେରାଙ୍କ ସ୍କୁଟିରୁ ୧ ଲକ୍ଷ ୯୦ ହଜାର ଟଙ୍କା ଲୁଟ ହୋଇଥିବା ନେଇ ସ୍ଥାନୀୟ ଥାନାରେ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ ଡିଲେଶ୍ୱର ପୋଷ୍ଟ ଅଫିସ ପକ୍ଷରୁ ଏଜେଣ୍ଟ ରହି ବହୁ ଲୋକଙ୍କ ଆରଡି ଖାତା ଖୋଲିଛନ୍ତି । ଦୈନିକ ସେ ଲୋକ ମାନଙ୍କ ପାଖରୁ ଟଙ୍କା କଲେକସନ୍ କରି ପୋଷ୍ଟ ଅଫିସ୍‌ରେ ଡିପୋଜିଟ କରିଥାନ୍ତି । ଯାହାକି ଦୈନିକ ତାଙ୍କର ଲକ୍ଷ ଲକ୍ଷ ଟଙ୍କା କଲେକସନ ହୋଇଥାଏ । ମାତ୍ର ଆଜିର କଲେକସନ ସାରି ୨ ଲକ୍ଷ ଟଙ୍କା ସ୍କୁଟି ଡିକିରେ ରଖିଥିଲେ ।

ଏହା ପରେ ଦୁର୍ଗା ମଣ୍ଡପ ସମ୍ମୁଖରେ ଗାଡି ଥୋଇ ଏକ ଦୋକାନକୁ ଯାଇଥିଲେ । ମାତ୍ର କିଛି କ୍ଷଣ ପରେ ଆସି ଡିକି ଦେଖିବାରୁ ଡିକିରେ କେବଳ ୧୦ ହଜାର ଟଙ୍କା ଥିଲା । ଆଉ ୧ ଲକ୍ଷ ୯୦ ହଜାର ଟଙ୍କା ନ ଥିଲା । ପରେ ସେ ରିଆମାଳ ଥାନାର ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତି କରି ପୁଲିସ ଜୋରଦାର ତଦନ୍ତ ଚଳାଇଥିବା ଜଣା ପଡିଛି । ମାର୍କେଟରେ ଯଦି ସି.ସି.ଟିଭି ଫୁଟେଜ ଲାଗନ୍ତା ତାହାଲେ ଚୋର ଧରିବାରେ ପୁଲିସ ସଫଳ ହୁଅନ୍ତା ବୋଲି ଜନସାଧାରଣରେ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking