18.1 C
Bhubaneswar
Tuesday, November 19, 2024
Homeଦେଶ ବିଦେଶ୪୨୦ ପ୍ରେମିକ, ପ୍ରେମରେ ଫସାଇ ସମ୍ପତ୍ତି ନେଇ ଚମ୍ପଟ ମାରୁଥିଲା

୪୨୦ ପ୍ରେମିକ, ପ୍ରେମରେ ଫସାଇ ସମ୍ପତ୍ତି ନେଇ ଚମ୍ପଟ ମାରୁଥିଲା

ନୂଆଦିଲ୍ଲୀ: ଫସାଉଥିଲେ, ବିବାହ କରୁଥିଲେ, ପରେ ଟଙ୍କା ପଇସା ସୁନା ରୂପା ଧରି ଚମ୍ପଟ ମାରୁଥିଲେ । ଏପରି ସାଙ୍ଘାତିକ ଅଭିଯୋଗ ଆସିଛି ଉତ୍ତର ପ୍ରଦେଶରୁ । ନିଜର ଅନେକ ନାମ ଧରି ବୁଲୁଥିଲେ । ଭଲ ଘରର ପୁଅଙ୍କୁ ଫସାଇ ବିବାହ କରୁଥିଲେ । ପରେ ସମସ୍ତ ସମ୍ପତ୍ତି ନେଇ ଫେରାର ହୋଇ ଯାଉଥିଲେ ।
ଏମିତି ଜଣେ ମହିଳାଙ୍କ କବଜାରୁ ପୋଲିସ ମଧ୍ୟ ବାଦ ପଡ଼ି ନଥିବା ଜଣାପଡ଼ିଛି । ଉତ୍ତର ପ୍ରଦେଶ ଫଜଲଗଜରେ କାର୍ୟ୍ୟରତ କନେଷ୍ଟବଳ ଜିତେନ୍ଦ୍ର ଗୌତମଙ୍କୁ ମହିଳା ଜଣକ ୧୦ ଲକ୍ଷ ଟଙ୍କାର ଚୂନା ଲଗାଇ ଦେଇଛନ୍ତି । ଗୌତମଙ୍କ ବୟାନ ଅନୁସାରେ ୨୦୧୬ରେ ସୋସିଆଲ ମିଡିଆ ଦ୍ବାରା ସେ ମହିଳାଙ୍କ ସଂସ୍ପର୍ଶରେ ଆସିଥିଲେ । ବିବାହ ପୂର୍ବରୁ ଗାଡ଼ି କିଣିବା ନେଇ ସେ ପ୍ରଥମେ ୬.୨୧ ଲକ୍ଷ ଟଙ୍କା ନେଇଥିଲେ ବୋଲି କହିଥିଲେ । କିନ୍ତୁ ସେ ଗାଡ଼ି କେବେ ତାଙ୍କୁ ଦେଖାଇ ନଥିଲେ ବୋଲି ଅଭିଯୋଗ କରିଛନ୍ତି କନେଷ୍ଟବଳ ।
ଅନ୍ୟପଟେ ବିବାହର କିଛିଦିନ ପରେ ଅନ୍ୟ ପୁରୁଷଙ୍କ ସହ ତାଙ୍କର ସମ୍ବନ୍ଧ ଥିବା ଜାଣିବାକୁ ପାଇଥିଲେ ଗୌତମ । କେବଳ ଏତିକି ନୁହେଁ, ମହିଳା ଜଣକ ଝାନ୍ସୀର ବ୍ରିଜେନ୍ଦ୍ରଙ୍କୁ ମଧ୍ୟ ବିବାହ କରିଥିଲେ ଓ ସେମାନଙ୍କର ଦୁଇ ସନ୍ତାନ ଅଛନ୍ତି ବୋଲି ପରେ ଖବର ପାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking