18.1 C
Bhubaneswar
Saturday, November 23, 2024
Homeଅପରାଧବିଚାରପତିଙ୍କ ଆକାଉଣ୍ଟରୁ ଉଠାଇନେଲେ ୨ ଲକ୍ଷ ଟଙ୍କା, ବଢୁଛି ସାଇବର ଠକେଇ

ବିଚାରପତିଙ୍କ ଆକାଉଣ୍ଟରୁ ଉଠାଇନେଲେ ୨ ଲକ୍ଷ ଟଙ୍କା, ବଢୁଛି ସାଇବର ଠକେଇ

ବୌଦ୍ଧ: ଡିଜିଟାଲ ଇଣ୍ଡିଆ ଗଠନ ଲକ୍ଷରେ ପେପରଲେସ ନେଣଦେଣକୁ ସରକାର ପ୍ରତ୍ସୋହନ କରିବା ସହିତ ବ୍ୟାଙ୍କ ଗୁଡିକ ମଧ୍ୟ ଇଣ୍ଟରନେଟ ବ୍ୟାଙ୍କିଂ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି । ଫଳରେ ଲୋକମାନେ ମୋବାଇଲ ଉପରେ ନିର୍ଭରଶୀଳ ହେବା ସହିତ ସମସ୍ତ ପ୍ରକାର ଆର୍ôଥକ ନେଣଦେଣ ମୋବାଇଲ ଜରିଆରେ ବହୁଳ ଭାବରେ କରୁଥିବା ଦେଖାଯାଉଅଛି । ତେବେ ମୋବାଇଲ ଜରିଆରେ ଆର୍ôଥକ ନେଣଦେଣ ସମୟରେ ଅନେକ ଲୋକ ଠକାମୀର ଶିକାର ହେଉଥିବା ଖବର ନଜରକୁ ଆସୁଥିବାବେଳେ ଏହିଭଳି ଠକେଇରେ ପୋଲିସ ପକ୍ଷରୁ କୌଣସି ପ୍ରକାର ସହାୟତା ମିଳିପାରୁ ନାହିଁ । ବୌଦ୍ଧରେ ଜଣେ ବିଚାର ବିଭାଗୀୟ ଅଧିକାରୀଙ୍କ ଏକାଉଣ୍ଟ୍ ରୁ ନେଟ୍ ବେଙ୍କିଂ ଜରିଆରେ ୨ ଲକ୍ଷ ଟଙ୍କା ଠକେଇ ହୋଇଥିବା ନେଇ ବୌଦ୍ଧ ଆଦର୍ଶ ଥାନାରେ ଅଭିଯୋଗ ହୋଇଛି । ଏନେଇ ପୋଲିସ ପକ୍ଷରୁ ତନାଘନା ଆରମ୍ଭ ହୋଇଛି । ବୌଦ୍ଧ ପରିବାର ଅଦାଲତର ବିଚାରପତି ପ୍ରସନ୍ନ କୁମାର କର୍ଣ୍ଣଙ୍କ ପକ୍ଷରୁ ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ ବଲାଙ୍ଗୀର ଇଣ୍ଡିଆନ ବ୍ୟାଙ୍କରେ ତାଙ୍କର ଏକ ଏକାଉଣ୍ଟ୍ ରୁ ୨ ଲକ୍ଷ ଟଙ୍କା ତାଙ୍କରି ଅଜାଣତରେ ଉଠାଇ ନିଆଯାଇଛି । ଗତ ଡିସେମ୍ବର ମାସରେ ତାଙ୍କ ମୋବାଇଲକୁ ଏକ ମେସେଜ ଆସିଥିଲା । ଏକାଉଣ୍ଟରେ ହୋଇଥିବା କିଛି ନେଣଦେଣକୁ ନିଶ୍ଚିତ କରିବାକୁ ମେସେଜରେ ଲେଖାଯାଇଥିଲା । କିନ୍ତୁ ବିଚାରପତି ଶ୍ରୀଯୁକ୍ତ କର୍ଣ୍ଣ ଆସିଥିବା ମେସେଜକୁ କୌଣସି ଗୁରୁତ୍ୱ ନଦେଇ ତାଙ୍କର ଏକାଉଣ୍ଟରୁ ଇଣ୍ଟରନେଟ ଜରରିଆରେ ନେଣଦେଣ ନକରିବାକୁ ଉତ୍ତର ଦେଇଥିଲେ । କିନ୍ତୁ ନିଜର ଏକାଉଣ୍ଟ୍ ଯାଞ୍ଚ କରିବାପରେ ତା ୦୩/୦୧/୨୦୨୧ ରୁ ତା ୦୬/୦୧/୨୦୨୨ ରିଖ ମଧ୍ୟରେ ୨ ଲକ୍ଷ ଟଙ୍କା ତାଙ୍କ ଅଜାଣତରେ ଉଠାଇ ନିଆଯାଇଥିବା ଜାଣିବାକୁ ପାଇ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଏବଂ ଏ ସଂପର୍କରେ ବୌଦ୍ଧଥାନାରେ ଅଭିଯୋଗ କରିଥିଲେ । ବୌଦ୍ଧ ଥାନା କେସ ନମ୍ବର ୪୭/୨୨ ରେ ଏକ ମାମାଲା ରୁଜୁ କରି ପୋଲିସ ପକ୍ଷରୁ ଠକେଇ ଘଟଣାର ତଦନ୍ତ କରାଯାଉଥିବା ଥାନା ଅଧିକାରୀ ମାଧବାନନ୍ଦ ନାୟକଙ୍କ ନିକଟରୁ ଜଣାଯାଇଛି । ତେବେ ବିଚାରପତିଙ୍କ ଏକାଉଣ୍ଟରୁ ଏକ ବର୍ଷ ହେଲା ବିଭିନ୍ନ ସ୍ଥାନରେ ସାମଗ୍ରୀ ସବୁ କ୍ରୟ କରାଯାଇ ଟଙ୍କା ଉଠାଯାଇଥିବା ଜଣାପଡିଛି । ଏ ସଂପର୍କରେ ପୋଲିସ ସାଇବର ସେଲର ସହାୟତା ନିଆଯିବା ପରେ ଘଟଣାର ପର୍ଦ୍ଦାଫାସ ହୋଇପାରିବ । କିନ୍ତୁ ନେଟ ବ୍ୟାଙ୍କିଂ ଜରିଆରେ ନେଣଦେଣ ସମୟରେ ଠକସଂସ୍ଥା ଦ୍ୱାରା ଉପଭୋକ୍ତାମାନେ ଠକେଇର ଶିକାର ହେଉଥିବା ଘଟଣା କିଛି ନୁହେଁ । ଜିଲାସ୍ତରରେ ସାଇବର ଅପରାଧୀଙ୍କୁ ଧରିବା ପାଇଁ ବିଶେଷ ବ୍ୟବସ୍ଥା ନଥିବାବେଳେ ଠକେଇର ଶୀକାର ହେଉଥିବା ଲୋକଙ୍କୁ ନ୍ୟାୟ ମିଳିପାରୁନାହିଁ । ତେଣୁ ପ୍ରତ୍ୟେକ ଜିଲାରେ ସ୍ୱତନ୍ତ୍ର ସାଇବର ଥାନା ସ୍ଥାପନ କରାଯିବାକୁ ହେଉଥିବା ଦାବି ସଂପର୍କରେ ସରକାର ବିଚାର ନକଲେ ଆର୍ôଥକ ନେଣଦେଣରେ ଇଣ୍ଟରନେଟ ବ୍ୟାଙ୍କିଂ ଉପରେ ଉପଭୋକ୍ତାମାନଙ୍କ ଭରସା ତୁଟିବା ନିଶ୍ଚିତ ବୋଲି ସାଧାରଣରେ ମତପ୍ରକାଶ ପାଉଅଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking