15.1 C
Bhubaneswar
Wednesday, December 17, 2025
Homeଲୁକ୍‌ବ୍ୟାକ୍‌-୨୦୨୫ଲୁକ୍ ବ୍ୟାକ୍‌ ୨୦୨୫- ମା’କୁ ଖଣ୍ଡ ଖଣ୍ଡ କରି ହାଣିଦେଲା କୁଳାଙ୍ଗାର ପୁଅ

ଲୁକ୍ ବ୍ୟାକ୍‌ ୨୦୨୫- ମା’କୁ ଖଣ୍ଡ ଖଣ୍ଡ କରି ହାଣିଦେଲା କୁଳାଙ୍ଗାର ପୁଅ

ଛତିଶଗଡ଼: କୁଳାଙ୍ଗାର ପୁଅ। ଜନ୍ମକଲା ମା’କୁ ଛାଡ଼ିଲାନି ପୁଅ। ହାଣି ଖଣ୍ଡ ଖଣ୍ଡ କରି କାଟିଦେଲା। ଏତିକିରେ ମନ ଶାନ୍ତି ହେଲାନି, ମା’ର କଟା ଖଣ୍ଡ ପାଖରେ ବସି ଗୀତ ଗାଇଲା ଅଲାଜୁକ ପୁଅ। ଛତିଶଗଡ଼ର ଜଶପୁର ଜିଲ୍ଲାରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। କୁଙ୍କୁରି ଥାନା ଅଞ୍ଚଳର ଏକ ଗାଁରେ ଘଟିଛି ଏହି ବିଭତ୍ସ ହତ୍ୟାକାଣ୍ଡ। ଜଣେ ପୁଅ ନିଜ ମାଆଙ୍କୁ କୁରାଢ଼ିରେ ଅତି ନିର୍ମମ ଭାବେ ହତ୍ୟା କରିଛି। ମୃତକଙ୍କ ନାମ ଗୁଲା ବାଇ, ବଡ଼ ଆଶ୍ଚର୍ଯ୍ୟ କଥା କି ଅଭିଯୁକ୍ତ ନିଜେ ତାଙ୍କ ପୁଅ। ଅଭିଯୁକ୍ତ ପୁଅ ଜିତ ରାମ ଯାଦବ ବୋଲି କୁହାଯାଉଛି। ପୋଲିସ ଅଭିଯୁକ୍ତକୁ ହେପାଜତକୁ ନେଇଛି। ହତ୍ୟାର କାରଣ ତଦନ୍ତ କରାଯାଉଛି। ପୋଲିସ କହିବା ଅନୁଯାୟୀ, ଘଟଣାଟି ରବିବାର ବିଳମ୍ବିତ ସନ୍ଧ୍ୟାରେ ଘଟିଥିଲା। କୁଙ୍କୁରି ଥାନା ଅଞ୍ଚଳରେ ରହୁଥିବା ଗୁଲା ବାଇ ସବୁଦିନ ପରି ତାଙ୍କ ଘରେ କାମ କରୁଥିଲେ। ହଠାତ୍ ତାଙ୍କ ପୁଅ ଜିତ ରାମ ଯାଦବ ସେଠାରେ ପହଞ୍ଚି ତାଙ୍କ ମାଆଙ୍କୁ କୁରାଢ଼ିରେ ଆକ୍ରମଣ କରିଥିଲେ। ଆକ୍ରମଣରେ ଗୁଲା ବାଇ ଗୁରୁତର ଆହତ ହୋଇଥିଲେ ଏବଂ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।ଏଭଳି ହତ୍ୟାକାଣ୍ଡ ଦେଖି ଗାଁଲୋକ ତୁରନ୍ତ ପୋଲିସକୁ ଏନେଇ ଖବର ଦେଇଥିଲେ। ପୋଲିସ ଟିମ୍ ଘଟଣାସ୍ଥଳରେ ଅଭିଯୁକ୍ତ ପୁଅକୁ ଧରିବା ସହ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଥିଲେ। ଏତେ ବଡ଼ ହତ୍ୟାକାଣ୍ଡ ଘଟାଇବା ପରେ ପୁଅର ନଥିଲା ଅନୁତାବ। ଓଲଟି ମୃତଦେହ ପାଖରେ ବସି ଗୀତ ଗାଇଥିଲା ପୁଅ। ଯାହା ଲୋକେ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଗାଁ ଲୋକେ କହିଛନ୍ତି ଯେ ତାଙ୍କ କାର୍ଯ୍ୟ ଦେଖି ଲାଗୁଥିଲା ଯେ ତାଙ୍କୁ ତାଙ୍କ କାର୍ଯ୍ୟ ପାଇଁ କୌଣସି ଅନୁତାପ ନାହିଁ। ଅଭିଯୁକ୍ତଙ୍କ ଏହି ଅଜବ ଆଚରଣ ଦେଖି ଗାଁ ଲୋକମାନେ ସନ୍ଦେହ କରିଥିଲେ ଯେ ତାଙ୍କର ମାନସିକ ଅବସ୍ଥା ଭଲ ନଥାଇପାରେ। ପୋଲିସ ପହଞ୍ଚିବା ବେଳକୁ ଅଭିଯୁକ୍ତ ସେଠାରେ ବସି ଗୁଣୁଗୁଣୁ ହେଉଥିଲା। ପୋଲିସ ତାଙ୍କୁ ବହୁତ କଷ୍ଟରେ ନିୟନ୍ତ୍ରଣ କରିପାରିଥିଲା ଏବଂ ତାଙ୍କୁ ହେପାଜତକୁ ନେଇଥିଲା।

ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ ପ୍ରତିବାଦରେ ୧୨ ଘଣ୍ଟିଆ କେନ୍ଦୁଝର ବନ୍ଦ

କେନ୍ଦୁଝର: ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ ପ୍ରତିବାଦରେ ୧୨ ଘଣ୍ଟିଆ କେନ୍ଦୁଝର ବନ୍ଦ । ଅତ୍ୟାବଶ୍ୟକୀୟ ସେବାକୁ ଛାଡ଼ି ଦୋକାନ, ବଜାର, ଯାନବାହାନ ଚଳାଚଳ, ସ୍କୁଲ, କଲେଜ, ଅଫିସ୍ ସାମିଲଥିଲା । ସେପଟେ ଅଭିଯୁକ୍ତକୁ ଦଣ୍ଡବିଧାନ ସହ, ଅନୁପ୍ରବେଶକାରୀ, ଉପଦ୍ରବକାରୀ ତଥା ଅସାମାଜିକ କାର୍ଯ୍ୟକଳାପରେ ଲିପ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରି ଜିଲ୍ଲାରୁ ବିତାଡ଼ିତ କରିବାକୁ ଦାବି କରିଛି ବିଶ୍ୱହିନ୍ଦୁ ପରିଷଦ । ଅଖ, ଚକ, ସବୁ ବନ୍ଦ । କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ସଦର ଥାନା ଅଞ୍ଚଳରେ ଜଣେ ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ ବିରୋଧରେ ପ୍ରତିବାଦର ହୋଇଛି । ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ୧୨ ଘଣ୍ଟିଆ କେନ୍ଦୁଝର ବନ୍ଦ ଡାକରାକୁ ସମର୍ଥନ କରିଛନ୍ତି ଜନସାଧାରଣ ସହ ମହିଳା । କେନ୍ଦୁଝର ସହର ବ୍ୟତୀତ ଆନନ୍ଦପୁର, ଚମ୍ପୁଆ, ଯୋଡ଼ା, ବଡ଼ବିଲ, ପାଟଣା ଆଦି ଅଞ୍ଚଳରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଥିଲା । ଦୋକାନ, ବଜାର ସହ ଯାନବାହାନ ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି । ସେପଟେ ସାମ୍ନାକୁ ଆସିଛି ଦୁଷ୍କର୍ମକାରୀର ସିସିଟିଭି ଫୁଟେଜ୍ । ଗାଡ଼ି ରଖିବା ପରେ ସିଧା ପୀଡ଼ିତାଙ୍କ ଦୋକାନ ଭିତରକୁ ପଶିଯାଉଛି ଅଭିଯୁକ୍ତ । ଯଦିଓ ଏହି ଘଟଣା ପରେ ଦୁଷ୍କର୍ମକାରୀକୁ ଗିରଫ କରାଯାଇଛି, କିନ୍ତୁ ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ପୀଡ଼ିତାଙ୍କୁ ତୁରନ୍ତ ନ୍ୟାୟ ଦେବାକୁ ଦାବି ହୋଇଛି । ଖୋଦ୍ ଉତ୍ତରାଞ୍ଚଳ ଡିଆଇଜି କହିଛନ୍ତି ଯେ, ପୀଡ଼ିତା କିପରି ନ୍ୟାୟ ପାଇବେ, ସେଥିପାଇଁ ସବୁ ବ୍ୟବସ୍ଥା କରାଯିବ । ସେପଟେ ଜିଲ୍ଲାରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଦ୍ୱାରା ବିଭିନ୍ନ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବାରୁ ଏହା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ସେମାନଙ୍କୁ ବିଦା କରିବାକୁ ଦାବି ହୋଇଛି । ଗତ ୧୪ ତାରିଖରେ ଘରେ କେହି ନଥିବାର ସୁଯୋଗ ପାଇ ନାବାଳିକାକୁ ଦୁଷ୍କର୍ମ କରିଥିଲା ଜଣେ ପାଉଁରୁଟି ବିକାଳି । ଘଟଣାରେ ଅଭିଯୁକ୍ତକୁ ଗିରଫ କରାଯାଇଥିବା ବେଳେ ପୀଡିତା ନାବାଳିକା ଜଣକ ଏବେ ଡାକ୍ତରଖାନାରେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ।

ଜନ୍ମଦିନରେ ଜଘନ୍ୟକାଣ୍ଡ: କେକ୍ କାଟିବାକୁ ଡାକି ଯୁବତୀଙ୍କୁ ରାତିସାରା କଲେ ଗଣଦୁଷ୍କର୍ମ

ଜନ୍ମଦିନରେ ଜଘନ୍ୟକାଣ୍ଡ । ଜନ୍ମଦିନ ପାଳିବାକୁ ଡାକି ବନ୍ଧୁତାର ସବୁ ସୀମା ଡେଇଁଗଲେ ଦୁଇ ସାଙ୍ଗ । ଆଉ କେକ୍ କାଟିବା ବାହାନାରେ ରୁମକୁ ଡାକି ରାତି ସାରା ଗଣଦୁଷ୍କର୍ମ କଲେ ଦୁଇ ସୈତାନ ସାଙ୍ଗ । ଏଭଳି ନାରକୀୟ କାଣ୍ଡ କୋଲକାତାରୁ ଆସିବା ପରେ ପୁଣି ଥରେ ଲଜ୍ଜିତ ହୋଇଛି ପଶ୍ଚିମବଙ୍ଗ । ଯେଉଁଠି ନାରୀଟିଏ ଆଦୌ ସୁରକ୍ଷିତ ନୁହେଁ ବୋଲି ପ୍ରଶ୍ନ ଉଠିଛି । ତେବେ ମିଳିଥିବା ସୂଚନା ଅନୁସାରେ କୋଲକାତାର ହରିଦେବପୁର ଅଞ୍ଚଳର ଜଣେ ୨୦ ବର୍ଷୀୟ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଗତ ସେପ୍ଟେମ୍ବର ୫ ତାରିଖ, ଶୁକ୍ରବାର- ଯୁବତୀଙ୍କ ଜନ୍ମଦିନ ଥିବାରୁ ତାଙ୍କ ଜନ୍ମଦିନ ପାଳନ କରିବାକୁ ତାଙ୍କୁ ନିମନ୍ତ୍ରଣ କରିଥିଲେ ତାଙ୍କର ଦୁଇ ସାଙ୍ଗ । ଯେଉଁମାନେ ଗତ ମାସେ ହେବ ବନ୍ଧୁତାର ସୁତ୍ରରେ ବାନ୍ଧି ହୋଇଛନ୍ତି । ଯୁବତୀଙ୍କ ଜନ୍ମଦିନ ଥିବାରୁ ତାଙ୍କୁ ଦୁଇ ବନ୍ଧୁ ଚନ୍ଦନ ମଲ୍ଲିକ ଏବଂ ଦୀପ ବିଶ୍ୱାସ ସେଦିନ ରାତିରେ ଗୋଟେ ଫ୍ଲାଟକୁ ନେଇଥିଲେ । ରିଗେଣ୍ଟ ପାର୍କ ଅଞ୍ଚଳରେ ଥିବା ଫ୍ଲାଟରେ ସେହି ୩ ଜଣଙ୍କ ଛଡା ଆଉ କେହି ନଥିଲେ । ସମସ୍ତେ ମିଲ୍ ଖାଇବା ପରେ ମୃଦୁ ପାନୀୟ ପିଇଥିଲେ ଏବଂ ତାପରେ ଯୁବତୀ ଜଣଙ୍କ ଘରକୁ ଫେରିବାକୁ ବାହାରିବାରୁ ଜଣେ ବନ୍ଧୁ ଘରର କବାଟ ଦେଇଦେଇଥିଲା ଆଉ ଦୁହେଁ ଯୁବତୀଙ୍କୁ ଅଶାଳୀନ ବ୍ୟବହାର କରିବା ସହ ବାରମ୍ବାର ଦୁଷ୍କର୍ମ କରିଥିଲେ । ଅଭିଯୋଗ ହେଉଛି କି ମୃଦୁ ପାନୀୟରେ ନିଶା ମିଶାଇ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଛି । ରାତି ସାରା ଦୁଇ ସୈତାନ ସାଙ୍ଗ ଯୁବତୀଙ୍କୁ ଗଣଦୁଷ୍କର୍ମ କରିବା ପରେ ପର ଦିନ ସକାଳ ପ୍ରାୟ ସାଢେ ୧୦ଟା ବେଳେ ଯୁବତୀ କୌଣସି ପ୍ରକାରେ ରୁମରୁ ଖସି ପଳାଇ ଆସିବା ସହ ଘରେ ଗତ ରାତିର ଘଟଣା ସବୁ କହିଥିଲେ ଏବଂ ପରେ ପରିବାର ଲୋକେ ତାଙ୍କୁ ନେଇ ଥାନାରେ ଅଭିଯୋଗ ଲେଖେଇଥିଲେ । ପୋଲିସ ଏଯାଏଁ ଦୁଇ ଅଭିଯୁକ୍ତଙ୍କୁ ଧରିପାରିନି, ସେମାନେ ଫେରାର ଅଛନ୍ତି ।ଯୁବତୀ ଜଣଙ୍କୁ ଚନ୍ଦନ ମଲ୍ଲିକ ଦକ୍ଷିଣ କୋଲକାତାର ଏକ ପ୍ରତିଷ୍ଠିତ ଦୁର୍ଗା ପୂଜା କମିଟିର ସଦସ୍ୟ କହିବା ସହ ତା ସାଙ୍ଗ ଦୀପ ସହ ଯୁବତୀଙ୍କୁ ଭେଟାଇଥିଲା ଆଉ ଦୁହେଁ ଯୁବତୀଙ୍କୁ ପୂଜା କମିଟିରେ ତାଙ୍କୁ ସାମିଲ କରେଇବେ ବୋଲି ବି ପ୍ରତିଶ୍ରୁତି ଦେଇଥିଲେ ଏବଂ ସେବେଠାରୁ କଥାବାର୍ତ୍ତା କରୁଥିଲେ । ମାତ୍ର ଯୁବତୀଙ୍କ ଜନ୍ମଦିନରେ ଏଭଳି ନୃଶଂସ କାମ କରିବେ ବୋଲି କିଏ ଜାଣିଥିଲା ।

ମାଲକାନଗିରି ବିବାଦ: ନଦୀରୁ ମିଳିଲା କଟାମୁଣ୍ଡ

ମାଲକାନଗିରି ରାଖେଲ ଗୁଡାରେ ମହିଳାଙ୍କ ମୁଣ୍ଡ କାଟି ହତ୍ୟା ଘଟଣାର ତଦନ୍ତ ବେଳେ ପୁଲିସକୁ ମିଳିଛି କଟା ମୁଣ୍ଡ । କନ୍ୟାଆଶ୍ରମ ନିକଟ ପୁଟେରୁ ନଦୀକୂଳରୁ କଟା ମୁଣ୍ଡ ଜବତ ହୋଇଛି । ଗତ ୪ ତାରିଖରେ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର ପରେ ଆଜି କଟାମୁଣ୍ଡ ଉଦ୍ଧାର ହୋଇଛି । ମୃତଦେହ ଠାରୁ ପ୍ରାୟ ୪୦ କିମି ଦୂରରେ ମହିଳାଙ୍କ କଟାମୁଣ୍ଡ ପାଇଛି ପୋଲିସ। ଗ୍ରାମବାସୀ ପୋଲିସକୁ ଖବର ଦେବା ପରେ କଟାମୁଣ୍ଡ ଉଦ୍ଧାର ହୋଇଛି । ହତ୍ୟାକାଣ୍ଡ ପରେ ଶବ ଜବତ ହୋଇଥିଲେ ବି କଟାମୁଣ୍ଡ ମିଳୁନଥିବାରୁ ଏମଭି- ୨୬ ରାଖେଲଗୁଡା ମଧ୍ୟରେ ବିବାଦ ଦେଖାଦେଇଥିଲା । ଏହାକୁ ନେଇ ଦୁଇ ଗାଁ ମଧ୍ୟରେ ବିବାଦ ଲାଗି ରହିଛି । ପୂର୍ବରୁ ଏମଭି ଗାଁରେ ଲୋକମାନେ ଭଙ୍ଗାରୁଜା ପୋଡାଜଳା କରିଛନ୍ତି ଅସ୍ତ୍ରଶସ୍ତ୍ରଧାରୀ ଲୋକେ । ବିଏନଏସ ଧାରା ଲଗୁ ହେବା ସହ ୨୪ ଘଣ୍ଟା ପାଇଁ ମାଲକାନଗିରି ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ କରାଯାଇଥିଲ।। ପରିସ୍ଥିତି ଆହୁରି ଉତ୍ତେଜନା ହେବାରୁ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ କଟକଣା ଲାଗୁ କରାଯାଇଥିଲା । ସ୍ଥାନୀୟ ଅଞ୍ଚଳକୁ ପରିଦର୍ଶନ ପାଇଁ ଡିଜି ୱାଇ ବି ଖୁରାନିଆ ପରିଦର୍ଶନ କରିଥିଲେ ।

ଇଣ୍ଟରନେଟ୍‌‌ କଟକଣାକୁ ଆହୁରି ୨୪ ଘଣ୍ଟା ଅର୍ଥାତ୍‌‌ ଗୁରୁବାର ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। ସମସ୍ତ ଥାନା ଅଞ୍ଚଳରେ ଥାନା ଅଧିକାରୀଙ୍କ ନେତୃତ୍ୱରେ ପୁଲିସ୍‌‌ ଫ୍ଲାଗମାର୍ଚ୍ଚ କରୁଛି। ପୂରା ମାଲକାନଗିରି ସହର ପୁଲିସ ଛାଉଣୀ ମଧ୍ୟରେ ରହିଥିବାବେଳେ ସ୍ଥାନୀୟ ସିଖପାଲୀ ସାପ୍ତାହିକ ହାଟ ବନ୍ଦ ରହିଥିଲା। ସ୍ଥିତି ଉପରେ ଗୁଇନ୍ଦା ବିଭାଗ ଓ ପୁଲିସର ଉଚ୍ଚ ଅଧିକାରୀ କଡ଼ା ନଜର ରଖିଛନ୍ତି। ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ କହିଛନ୍ତି, ଏମ୍‌‌ଭି-୨୬ ଗ୍ରାମରେ ହୋଇଥିବା କ୍ଷୟକ୍ଷତିର ଆକଳନ ପାଇଁ ୭ଟି ଟିମ୍‌‌ ଗଠନ ହୋଇଛି। ଟିମ୍‌‌ରେ ଜିଲ୍ଲାର ୭ ତହସିଲଦାର, ଅତିରିକ୍ତ ତହସିଲଦାର, ରାଜସ୍ୱ ନିରୀକ୍ଷକ, ଅମିନଙ୍କୁ ସାମିଲ କରାଯାଇଛି। ମଙ୍ଗଳବାର ସନ୍ଧ୍ୟାରେ ହୋଇଥିବା ଶାନ୍ତି କମିଟି ବୈଠକରେ ଆଦିବାସୀ ମହାସଂଘ ଓ ବଙ୍ଗାଳୀ ସମାଜ ନେତୃବୃନ୍ଦ ଉପସ୍ଥିତ ରହି ଘଟଣାକୁ ଭୁଲି ପୂର୍ବ ପରି ମିଳିମିଶି ରହିବାକୁ ନିଷ୍ପତ୍ତି ନେଇଥିଲେ।

ସୂଚନାଯୋଗ୍ୟ, ଜମିଜମା ବିବାଦକୁ କେନ୍ଦ୍ର କରି ଡିସେମ୍ବର ୧ରେ ରାଖେଲଗୁଡ଼ା ଗ୍ରାମର ଆଦିବାସୀ ମହିଳା ଲାକେ ପଡ଼ିଆମୀଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ହତ୍ୟା ପରେ ପୋଟେରୁ ନଦୀରେ ମୁଣ୍ଡବିହୀନ ଶବକୁ ଫୋପାଡ଼ି ଦେଇଥିଲେ ଦୁର୍ବୃତ୍ତ। ଘଟଣାର ଦିନକ ପରେ ମୁଣ୍ଡବିହୀନ ଶବ ନଦୀରୁ ଉଦ୍ଧାର ହେବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ଶହ ଶହ ଆଦିବାସୀ କୋରୁକୋଣ୍ଡା ଥାନା ଘେରାଉ କରି ଅଭିଯୁକ୍ତକୁ ଗିରଫ ସହ ଲାକେଙ୍କ ନିଖୋଜ ମୁଣ୍ଡ ଖୋଜି ଆଣିବାକୁ ଦାବି କରିଥିଲେ। ପୁଲିସ କାର୍ଯ୍ୟାନୁଷ୍ଠାନରେ ବିଳମ୍ବକୁ ନେଇ ୭ ତାରିଖରେ ଶହ ଶହ ଆଦିବାସୀ ଏମଭି-୨୬ ଗାଁ ଉପରେ ଆକ୍ରମଣ କରି ୫୦ରୁ ଊର୍ଧ୍ୱ ଘର ପୋଡ଼ି ଦେଇଥିଲେ। ସେହିପରି ୮ ତାରିଖରେ ସମ୍ପୂର୍ଣ୍ଣ ଗାଁରେ ନିଆଁ ଲଗାଇ ଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking