ନୂଆଦିଲ୍ଲୀ: ଦିଲ୍ଲୀର ତିହାର ଜେଲ୍ ବାହାରେ ଶୁକ୍ରବାର ଆତ୍ମସମର୍ପଣ ପାଇଁ ଆସିଥିବା କଏଦୀଙ୍କ ଲମ୍ବା ଧାଡ଼ି ଦେଖିବାକୁ ମିଳିଥିଲା । ଏହା ସହିତ ପ୍ରଥମେ ଜେଲ୍ରେ ହାଜର ହେବାକୁ ନେଇ କଏଦୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ମଧ୍ୟ ହୋଇଥିଲା । ଅସଲରେ କରୋନା ମହାମାରୀ ସମୟରେ ସୁପ୍ରିମ୍କୋର୍ଟଙ୍କ ଆଦେଶରେ ୪୬୮୩ କଏଦୀଙ୍କୁ ମୁକ୍ତ କରାଯାଇଥିଲା । ଏହା ମଧ୍ୟରୁ ୧୧୪୮ ଦୋଷୀ ସାବ୍ୟସ୍ତ ହୋଇସାରିଥିବା ବେଳେ ଅନ୍ୟମାନେ ବିଚାରାଧୀନ କଏଦୀ ଥିଲେ ।
ତେବେ ସେମାନଙ୍କ ମଧ୍ୟରୁ ଅଧିକାଂଶ ବର୍ତ୍ତମାନ ସୁଦ୍ଧା ଜେଲ୍ରେ ପୁନର୍ବାର ଆତ୍ମସମର୍ପଣ କରିନଥିଲେ । ତେଣୁ ମାର୍ଚ୍ଚ ୨୪ ତାରିଖରେ ସୁପ୍ରିମ୍କୋର୍ଟ ଏକ କଡ଼ା ଆଦେଶ ଜାରିକରି ସମସ୍ତ କଏଦୀଙକୁ ୧୫ ଦିନ ମଧ୍ୟରେ ଜେଲ୍ରେ ଆତ୍ମସମର୍ପଣ କରିବାକୁ କହିଥିଲେ । ଏଥିପାଇଁ ଏପ୍ରିଲ୍ ୭ ତାରିଖ ଶେଷ ଦିନ ଥିଲା । ଏହାପରେ ଏପ୍ରିଲ୍ ୭ ତାରିଖରେ ଆତ୍ମସମର୍ପଣ ପାଇଁ କଏଦୀଙ୍କ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଯାଇଥିଲା । ବର୍ତ୍ତମାନ ସୁଦ୍ଧା ୧୭୬୮ କଏଦୀ ପୁନର୍ବାର ଜେଲ୍କୁ ଫେରିଆସିଥିବା ବେଳେ ବହୁତ କଏଦୀ ଏବେ ବି ଆତ୍ମସମର୍ପଣ ପାଇଁ ଆସିନାହାନ୍ତି ।