ଲଣ୍ଡନ: ଏବେ ଯାଏଁ ଆପଣ ଆମ୍ବ, ଲେମ୍ବୁ, ଲଙ୍କା ଆଦିରେ ଆଚାର ପ୍ରସ୍ତୁତ କରାଯାଉଥିବା ଶୁଣଥିବେ। କିନ୍ତୁ କେବେ ମଣିଷ ଆଚାର ଶୁଣିଛନ୍ତି କି? ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଲଣ୍ଡନର ଆସେକସରେ ଏପରି ଏକ ଦୋକାନ ରହିଛି, ଯେଉଁଠାରେ ମଣିଷର ବିଭିନ୍ନ ଅଙ୍ଗର ଆଚାର ମିଳିଥାଏ। ଏହି ଦୋକାନ ଭିତରେ ଏତେମାତ୍ରାରେ ଭୟଙ୍କର ସାମଗ୍ରୀ ରହିଛି, ଯେ କେହି ଦୋକାନକୁ ଯିବା ପୂର୍ବରୁ ୧୦ ଥର ଚିନ୍ତା କରିବ।
ହି ଦୋକାନରେ ପ୍ରବେଶ କରିବା ପରେ ଆପଣ ମଣିଷର କଟା ହାତ, ଗୋଡ, ଆଖି, ଚୁଟି, ନଖ, ଖପୁରୀ ଆଦି ଦେଖିବାକୁ ପାଇବେ। ଏହି ଦୃଶ୍ୟ କୌଣସି ଭୟଙ୍କର ଫିଲ୍ମଠୁ କମ୍ ନୁହେଁ। ଏହି ଦୋକାନର ନାମ ରହିଛି ‘କ୍ୟୁରୋସିଟିଜ୍ ଫ୍ରମ୍ ଦି ଫିପଥ୍ କର୍ଣ୍ଣର’। ଏହାର ମାଲିକଙ୍କ ନାମ ହେଉଛି ହେନେରୀ ସ୍କ୍ରେଗ୍। ହେନେରୀ ଏହି ଦୋକାନରେ ଏପରି ଶତାଧିକ ସାମଗ୍ରୀ ରଖିଛନ୍ତି, ଯାହାକୁ ଦେଖି ଲୋକମାନେ ଭୟ କରନ୍ତି।ହେନେରୀଙ୍କ ଏହି ଦୋକାନରେ ଛୋଟ ଶିଶୁର ଶବ, ହାତ, ମହିଳାଙ୍କ ଚୁଟି, ଆଖି ଆଦିକୁ ଆଚାର ଡବା ମଧ୍ୟରେ ରଖାଯାଇଛି। ତେବେ ଏହାକୁ ନେଇ ହେନେରୀ କୁହନ୍ତି ଯେ, କିଛି ଲୋକ ତାଙ୍କୁ ଭୁଲ ବୁଝନ୍ତି। କିନ୍ତୁ ଅନେକ ଲୋକ ଏହି ସବୁ ସାମଗ୍ରୀକୁ କିଣି ନିଜ ଘରକୁ ନେଇଯାଆନ୍ତି। ଏଠାରେ ଲୋକମାନେ ଏପରି କିଛି ତଥ୍ୟ ଜାଣିବାକୁ ପାଆନ୍ତି ଯାହା ସେମାନେ କେବେ ଦେଖି ନଥିବେ। ନିଜ ପସନ୍ଦ ମୁତାବକ ଲୋକମାନେ ଏସବୁକୁ କ୍ରୟ ମଧ୍ୟ କରନ୍ତି। ଏହି ସବୁର ଦାମ ମଧ୍ୟ ଲକ୍ଷାଧିକ ଟଙ୍କା ଅଟେ। ସେ ଏହାକୁ ସଂଗ୍ରହ କରିବା ପାଇଁ ଅପରିଚିତ କିମ୍ବା ଦାନ କରାଯାଇଥିବା ଶବ ଉପରେ ନିର୍ଭର କରୁଥିବା କହିଛନ୍ତି।