29.1 C
Bhubaneswar
Wednesday, March 19, 2025
Homeଓଡିଶାଚାକିରୀ ନୁହେଁ ଲଲିପପ୍: ନବୀନ ମୋହନ ଜେଲ୍ ଯିବା ଦରକାର

ଚାକିରୀ ନୁହେଁ ଲଲିପପ୍: ନବୀନ ମୋହନ ଜେଲ୍ ଯିବା ଦରକାର

ଭୁବନେଶ୍ୱର: ଭାରତୀୟ ଗଣତନ୍ତ୍ର ବ୍ୟବସ୍ଥାରେ ପ୍ରଶାସନକୁ ଲୋକାଭିମୁଖୀ କରିବା ପାଇଁ ଲୋକସଂଖ୍ୟା ଦୃଷ୍ଟିକୁ ଆକଳନ କରି ସରକାରୀସ୍ତରରେ ସ୍ଥାୟୀ ଶିକ୍ଷକ, କର୍ମଗ୍‌ରୀ, ନର୍ସ, ଡାକ୍ତର, ଇଞ୍ଜିନିୟର, ପୋଲିସ୍ ପ୍ରମୁଖ ପଦବୀ ସୃଷ୍ଟି କରାଯାଇଥାଏ । ଉକ୍ତ ପଦବୀ ନିମନ୍ତେ କ୍ୟାବିନେଟର ମଞ୍ଜୁରୀ ସହ ରାଜ୍ୟପାଳଙ୍କ ଅନୁମୋଦନକ୍ରମେ ବିଭାଗୀୟ ଆର୍ଥିକ ବଜେଟରେ ଅର୍ଥ ଅନୁମୋଦନ କରାଯାଇଥାଏ । ଉକ୍ତ ସ୍ମାୟୀ ପଦବୀଗୁଡ଼ିକ ନିମନ୍ତେ ପ୍ରତ୍ୟେକ ବର୍ଷ ରାଜ୍ୟ ସରକାରଙ୍କ ପକ୍ଷରୁ ବିଧାନସଭାର ଅନୁମୋଦନ କ୍ରମେ ବଜେଟ୍ ବ୍ୟବସ୍ଥା କରିଥାନ୍ତି । ସାମ୍ବିଧାନିକ ନିୟମ ଅନୁଯାୟୀ ଉକ୍ତ ପଦବୀ ଗୁଡ଼ିକୁ ସେହିବର୍ଷ ମାର୍ଚ୍ଚ ପୂର୍ବରୁ ନିଯୁକ୍ତି ଆଇନ ଅନୁଯାୟୀ ସ୍ଥାୟୀ ଭାବେ ପୂରଣ କରିବାର ବ୍ୟବସ୍ଥା ରହିଛି। କୌଣସି ପରିସ୍ଥିତିରେ ଓଡ଼ିଶା ସରକାର, କେନ୍ଦ୍ର ସରକାର କିମ୍ବା ଖୋଦ୍ ରାଜ୍ୟପାଳ, ରାଷ୍ଟ୍ରପତି ମଧ୍ଯ ଉକ୍ତ ପଦବୀକୁ ଉଚ୍ଛେଦ କରିପାରିବେ ନାହିଁ । କିନ୍ତୁ ରାଜ୍ୟ ସରକାର ସମ୍ବିଧାନର ବ୍ୟବସ୍ଥାକୁ ସମ୍ପୂର୍ଣ ଉଲଙ୍ଘନ କରି ଉକ୍ତ ସ୍ଥାୟୀ ପଦବୀ ଗୁଡ଼ିକ ଦୀର୍ଘବର୍ଷ ଧରି ପୂରଣ ନକରି ବଜେଟ୍‌କୁ ହେରାଫେରି କରି ଆସୁଛନ୍ତି । ପରବର୍ତୀ ସମୟରେ ଉକ୍ତ ପଦବୀ ସ୍ଥାନରେ ଠିକା ନିଯୁକ୍ତି କରି ସ୍ଵଳ୍ପ ଦରମାରେ ଉଚ୍ଚଶିକ୍ଷିତ ଯୁବକ ଯୁବତୀମାନଙ୍କୁ ଦାଦନ ଭଳି ଖଟାଇବା ସହ ସମସ୍ତ ଋକିରିକାଳୀନ ଆର୍ଥିକ ସହାୟତା ଓ ପେନସନ ବ୍ୟବସ୍ଥା ଉପରେ ସମ୍ପୂର୍ଣ କଟକଣା ଲଗାଇ ନିଯୁକ୍ତିପ୍ରାପ୍ତ ଠିକା କର୍ମମ୍ଭରୀ ଶିକ୍ଷକଙ୍କୁ ଓ ସେମାନଙ୍କ ପରିବାରକୁ ମରିବାକୁ ବାଧ୍ୟ କରୁଛନ୍ତି ।

ଦେଶର ସର୍ବୋଚ୍ଚ ନ୍ୟାୟାଳୟ ମାନ୍ୟବର ସୁପ୍ରିମକୋର୍ଟ ଯେକୌଣସି ସ୍ଥାୟୀ ନିଯୁକ୍ତି ସମୟରେ ସମ୍ପୃକ୍ତ ବିଭାଗରେ ଓ କ୍ଷେତ୍ରରେ କାର୍ଯ୍ୟରତ ଅଭିଜ୍ଞ ଠିକା କର୍ମଗ୍‌ରୀଙ୍କୁ ସର୍ବପ୍ରଥମେ ଅଗ୍ରାଧୂକାର ଭିତରେ ନିଯୁକ୍ତି ଦେବା ପରେ ବଳକା ପଦବୀରେ ନୂତନମାନଙ୍କୁ ନିଯୁକ୍ତି ଦେବା ପାଇଁ କଡ଼ା ଆଇନ ପ୍ରଚଳନ ହୋଇଛି । କିନ୍ତୁ ରାଜ୍ୟ ସରକାର ଦେଶର ସର୍ବୋଚ୍ଚ ନ୍ୟାୟାଳୟର ରାୟକୁ ସମ୍ପୂର୍ଣ ଉଲଙ୍ଘନ କରି ଅଭିଜ୍ଞମାନଙ୍କୁ ସ୍ଥାୟୀ ନିଯୁକ୍ତିରୁ ବଞ୍ଚିତ କରିବା ସହ ବେକାରମାନଙ୍କୁ ସେହି ସ୍ଥାନରେ ଠିକା ଭାବରେ ନିଯୁକ୍ତି କରି ଦେଶର ସର୍ବୋଚ୍ଚ ନ୍ୟାୟାଳୟର ରାୟକୁ ଉଲଙ୍ଘନ କରୁଛନ୍ତି । ସେହିଭଳି ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ସମାନ କାମକୁ ସମାନ ଦରମା ଓ ସମାନ ସୁବିଧା ସୁଯୋଗ ପ୍ରଦାନ କରିବା ପାଇଁ କଡ଼ା ରାୟ ଦେଇଥିବା ବେଳେ ରାଜ୍ୟ ସରକାର ସ୍ଥାୟୀ ପଦବୀ ସ୍ଥାନରେ ଠିକା ନିଯୁକ୍ତି କରି ସ୍ଵଳ୍ପ ଦରମା ଦେବା ଘୋର ଧର୍ମବ୍ୟ ଅପରାଧ ଓ ସର୍ବୋଚ୍ଚ ନ୍ୟାୟାଳୟର ରାୟକୁ ସମ୍ପୂର୍ଣ୍ଣ ବିରୁଦ୍ଧାଚରଣ କରୁଛି । ବିଗତ ନବୀନ ସରକାର ୨୪ ବର୍ଷ ଧରି ସାମ୍ବିଧାନିକ ପଦବୀ ପୂରଣ କ୍ଷେତ୍ରରେ ଘୋର ହେଳା କରି ଠିକା କର୍ମଋରୀ, ଶିକ୍ଷକ ଓ ଉଚ୍ଚଶିକ୍ଷିତ ବେକାର ଯୁବକଯୁବତୀମାନଙ୍କୁ ଧୋକ୍କା ଦେବା ସହ ଦେଶର ସର୍ବୋଚ୍ଚ ନ୍ୟାୟାଳୟର ରାୟକୁ ଉଲଙ୍ଘନ କରିଥିବା ବେଳେ ବର୍ତ୍ତମାନର ମୋହନ ସରକାର ପୁଣି ତାର ପୁନରାବୃତ୍ତି କରି ଖଲିଛନ୍ତି । ଏହି ଦୁଇନେତା ତାଙ୍କ କାର୍ଯ୍ୟକାଳ ସମୟରେ ସ୍ଥାୟୀ ପଦବୀଗୁଡ଼ିକୁ ଦୀର୍ଘଦିନ ଧରି ପୂରଣ କରିନାହାଁନ୍ତି ।

ବହୁ ବିଳମ୍ବରେ ସେହି ସ୍ଥାନରେ ଠିକା ନିଯୁକ୍ତି ଦେଇଛନ୍ତି । ସ୍ଵାୟୀ ପଦବୀ ନିମନ୍ତେ ଅନୁମୋଦିତ ଅର୍ଥକୁ ଅର୍ଥ ବିଭାଗ ନିୟମ ଅନୁଯାୟୀ ସିଭିଲ୍ ଡିପୋଜିଟ ମଧ୍ୟ କରିନାହାଁନ୍ତି । ତେଣୁ ଏ ସମସ୍ତ ଅର୍ଥ ଏମାନେ ଏହି ଦୁଇନେତା ଓ ତାଙ୍କ ସରକାର ଖାଇ ଯାଇଛନ୍ତି । କର୍ମପ୍ସରୀ, ଶିକ୍ଷକ, ନର୍ସ, ଡାକ୍ତର, ପୋଲିସ୍, ଇଞ୍ଜିନିୟର ପ୍ରମୁଖ ଆବଶ୍ୟକ କର୍ମରୀ ନିଯୁକ୍ତି ନକରି ରାଜ୍ୟର ଜନସାଧାରଣଙ୍କୁ ଉପଯୁକ୍ତ ସେବା ଦେଇପାରି ନାହାଁନ୍ତି । ଠିକା କର୍ମୱରୀ, ଶିକ୍ଷକ, ନର୍ସ, ଡାକ୍ତର, ପୋଲିସ୍ ପ୍ରମୁଖ ନିଯୁକ୍ତ କରି ସ୍ଵଳ୍ପ ଦରମାରେ ସେମାନଙ୍କୁ ଖଟାଇଛନ୍ତି । ସ୍ଵଳ୍ପ ଦରମା ଯୋଗୁ ସେମାନଙ୍କ ପିଲାମାନେ ଓ ପରିବାର ସଦସ୍ୟସଦସ୍ୟ ଶିକ୍ଷା ଓ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ହେଉଛନ୍ତି । ଭାରତୀୟ ସମ୍ବିଧାନରେ ଶିକ୍ଷା ଓ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ କରିବା ଧର୍ମବ୍ୟ ଅପରାଧ ଭାବେ ବିବେଚନା କରାଯାଏ । ଅତି କମ୍‌ରେ ୭ ବର୍ଷ ଜେଲ୍ ବ୍ୟବସ୍ଥାର ବ୍ୟବଧାନ ରହିଛି । ଏହି ଦୁଇନେତା ଘୋର ଧୋକାବାଜ, ଠକ ଓ ହରିଲୁଟ୍‌କାରୀ । ଏହି ନେତା ନବୀନ ଓ ମୋହନ ତାଙ୍କ ସରକାରର ସବୁ ମନ୍ତ୍ରୀ, ଅଫିସରଙ୍କୁ ତୁରନ୍ତ ଝାଡ଼ପଡ଼ା ଓ ତିହାର ଜେଲକୁ ପଠାଇବା ଦରକାର । ଯଦି ପୋଲିସ୍ ପ୍ରଶାସନ ତୁରନ୍ତ ଏ ଦିଗରେ ବିହିତ ପଦକ୍ଷେପ ଗ୍ରହଣ ନକରେ ତେବେ କ୍ରାନ୍ତି ଓଡ଼ିଶା ଏ ନେଇ ଆଇନଗତ ଲଢେଇ ଲଢିବା ସହ ସମଗ୍ର ରାଜ୍ୟରେ ବ୍ୟାପକ ଜନ ଆନ୍ଦୋଳନ ବ୍ୟବସ୍ଥା ଗ୍ରହଣ ବୋଲି କ୍ରାନ୍ତି ଓଡ଼ିଶାର ଅଧ୍ୟକ୍ଷ କ୍ରାନ୍ତିକାରୀ ଶ୍ରୀ ଗଙ୍ଗାଧର ପାଣିଗ୍ରାହୀ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking