ଭୁବନେଶ୍ୱର: ନୂଆ ରୂପ ପାଇବ ଲୋକସେବା ଭବନ । ଏନେଇ ସୂଚନା ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଆହୁରି କହିଛନ୍ତି, ଭୂତଳ ପାର୍କିଂ ସହ ୩ ଥାକିଆ ପାର୍କିଂ ବ୍ୟବସ୍ଥା ହେବ । ଲୋକସେବା ଭବନରେ ନବୀକରଣ ପାଇଁ ଡିପିଆର ପ୍ରସ୍ତୁତ ସରିଛି । ମୁଖ୍ୟମନ୍ତ୍ରୀଙ୍କୁ ଅନୁମୋଦନ ମିଳିସାରିଛି । ଓବିସିସି ଏହାର ରିନୋଭେସନ କାମ କରିବ । ଅଫିସର ପାର୍କିଂ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ବାହାରେ ଗାଡି ରହିବ ନାହିଁ । ଅଫିସ, ଷ୍ଟାଫ, ମନ୍ତ୍ରୀଙ୍କ ସମେତ ଭିଜିଟରଙ୍କ ପାଇଁ ଗାଡି ପାର୍କିଂ ବ୍ୟବସ୍ଥା ହେବ । ସଡକ ସୁରକ୍ଷା କାର୍ଯ୍ୟକ୍ରମରେ ଯୋଗ ଦେଇ ଏହି ସୂଚନା ଦେଇଛନ୍ତି ପୂର୍ତ୍ତମନ୍ତ୍ରୀ ପୃଥ୍ୱୀଦାସ ହରିଚନ୍ଦନ ।










