35.2 C
Bhubaneswar
Wednesday, April 8, 2026
Homeଦେଶ ବିଦେଶଓମ୍ ବିର୍ଲା ଲୋକସଭା ବାଚସ୍ପତି

ଓମ୍ ବିର୍ଲା ଲୋକସଭା ବାଚସ୍ପତି

ନୂଆଦିଲ୍ଲୀ: ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍ ବିର୍ଲା । ଇଣ୍ଡି ମେଣ୍ଟ ପ୍ରାର୍ଥୀ କେ.ସୁରେଶଙ୍କୁ ହରାଇ ବାଚସ୍ପତି ନିର୍ବାଚିତ ହେଲେ ଓମ୍ ବିର୍ଲା। ଓମ ବିର୍ଲା ଦ୍ୱିତୀୟ ଥର ପାଇଁ ବାଚସ୍ପତିଭାବେ ନିର୍ବାଚିତ ହୋଇଛନ୍ତି । କାମଚଳା ବାଚସ୍ପତିି ଭର୍ତ୍ତୃହରି ମହତାବ ଓମ ବିର୍ଲାଙ୍କୁ ନିର୍ବାଚିତ ଘୋଷଣା କରିଛନ୍ତି । ସୂଚନ ଯୋଗ୍ୟ ଯେ, ବାଚସ୍ପତି ପଦ ପାଇଁ ବିଜେପି ନେତୃତ୍ୱାଧୀନ ଏନଡିଏ ମେଣ୍ଟ ଏବଂ କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡି ମେଣ୍ଟମଧ୍ୟରେ ଲଢେଇ ହୋଇଥିଲା । ଏଥିରେ ଓମ୍ ବିର୍ଲା ବନାମ କେ. ସୁରେଶଙ୍କ ମଧ୍ୟରେ ଲଢେଇ ଦେଖିବାକୁ ମିଳିଥିଲା। ଏନଡିଏ ମେଣ୍ଟର ସଂଖ୍ୟା ବରିଷ୍ଠତା ଦୃଷ୍ଟିରୁ ଓମ୍ ବିର୍ଲା ବିଜୟୀ ହୋଇଛନ୍ତି । ୫୪୩ ଆସନ ବିଶିଷ୍ଟ ଲୋକସଭାରେ ଏନଡିଏର ୨୯୩ ସାଂସଦ ଥିବା ବେଳେ ବିରୋଧୀ ଇଣ୍ଡି ମେଣ୍ଟର ୨୩୪ ଜଣ ସାଂସଦ ଅଛନ୍ତି। ଏନଡିଏ ପ୍ରାର୍ଥୀ ଓମ୍ ବିର୍ଲା ରାଜସ୍ଥାନ କୋଟାରୁ ସାଂସଦ ଅଛନ୍ତି। ଲଗାତାର ତୃତୀୟଥର ପାଇଁ ନିର୍ବାଚନ ଜିତି ସଂସଦକୁ ଆସିଛନ୍ତି। ସପ୍ତଦଶ ଲୋକସଭାର ସେ ଥିଲେ ବାଚସ୍ପତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking