26.1 C
Bhubaneswar
Tuesday, September 17, 2024
Homeଅପରାଧଋଣ ଦେବାକୁ ଠକେଇ, ଅଭିଯୁକ୍ତ ଗିରଫ

ଋଣ ଦେବାକୁ ଠକେଇ, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ଋଣ କରାଇଦେବାକୁ କହି ଟଙ୍କା ଠକି ନେବା ଅଭିଯୋଗରେ ପାହାଳ ଥାନା ପୋଲିସ ଜଣକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ କେନ୍ଦ୍ରପଡା ରାଜକନିକ ଅଞ୍ଚଳର ପ୍ରିୟବ୍ରତ ପ୍ରିତମ ସାହୁ । ପୋଲିସ ତାଙ୍କ ବିରୋଧରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି ।ସୂଚନାଯୋଗ୍ୟ ଯେ, ଅଭିଯୋଗକରିଣୀ ଏବଂ ତାଙ୍କ ସ୍ୱାମୀ ଗତ ୫ବର୍ଷ ହେବ ପାହାଳ ଥାନା ଅନ୍ତର୍ଗତ ନୂଆଗାଁ ତିରଣପଡାରେ ରହୁଥିବା ବେଳେ ହଂସପାଳ ନିକଟରେ “ଥାନସ ସେଲୁନ” ନାମରେ ଏକ ସେଲୁନ ଚଳାଉଛନ୍ତି । ୨୦୨୧ ମସିହା ଡିସେମ୍ବର ମାସରେ ଗିରଫ ଅଭିଯୁକ୍ତ ଜଣକ ଜଷ୍ଟଡାଏଲଥୃ ଆପ ଜରିଆରେ ଅଭିଯୋଗକାରିଣୀଙ୍କୁ ଫୋନ କରି ବ୍ରାଇଡାଲ ମେକଅପର ଚାର୍ଜ ସମ୍ପର୍କରେ ପଚାରି ବୁଝିଥିଲେ ଏବଂ ରେଟ ପସନ୍ଦ ନହେବାରୁ ସେ ଆଉ କୌଣସି ଯୋଗଯୋଗ କରିନଥିଲେ ମଧ୍ୟ ଅଭିଯୋଗକାରିଣୀଙ୍କ ଫୋନ ନମ୍ବର ନିଜ ପାଖରେ ସେଭକରି ରଖିଥିଲେ?

ମେ ମାସରେ ଅଭିଯୁକ୍ତ ଜଣକ ହଠାତ ଅଭିଯୋଗକାରିଣୀଙ୍କ ନିକଟକୁ ଏକ ଲିଙ୍କ ପଠାଇବା ସହିତ ନିଜକୁ ଆଇସିଆଇସିଆଇ ବ୍ୟାଙ୍କର ଡେପୁଟି ମ୍ୟାନେଜର ପରିଚୟ ଦେଇଥିଲେ ଏବଂ ତାଙ୍କୁ ଏକ ଋଣ କରାଇଦେବାର ପ୍ରଲୋଭନ ଦେଖାଇଥିଲେ । ଅଭିଯୋଗକାରିଣୀଙ୍କ ଏକ ଋଣ ଦରକାର ଥିବାରୁ ସେ ଅଭିଯୁକ୍ତଙ୍କୁ ପନ୍ଦରଲକ୍ଷ ଟଙ୍କା ଲୋନ କରାଇଦେବା ଲାଗି ଅନୁରୋଧ କରିଥିଲେ ଏବଂ ପରେ ସମସ୍ତ ଦରକାରୀ କାଗଜପତ୍ର ସେ ହ୍ୱାଟସ୍‌?ଆପ ଜରିଆରେ ଅଭିଯୁକ୍ତଙ୍କୁ ପଠାଇ ଥିଲେ । ପରେ ଅଭିଯୁକ୍ତ ଜଣକ ତାଙ୍କୁ ଋଣ କରିଦେବାର ମିଥ୍ୟା ପ୍ରତିଶୃତି ଦେବା ସହିତ ଲୋନ ପରିମାଣର ୧୦ପ୍ରତିଶତ ଟଙ୍କା ତାଙ୍କ ଆକାଉଣ୍ଟରେ ଡିପୋଜିଟ କରିବା ଲାଗି କହିଥିଲେ ।

ଅଭିଯୁକ୍ତଙ୍କ କହିବ ମୁତାବକ ଅଭିଯୋଗକରିଣୀ ଫୋନ-ପେ ମାଧ୍ୟମରେ ପ୍ରଥମ କିସ୍ତିରେ ୧୫୦୦ ଟଙ୍କା ଏବଂ ଦ୍ୱିତୀୟ କିସ୍ତିରେ ୭୫ ହଜାର ଟଙ୍କା ଅଭିଯୁକ୍ତଙ୍କ ଅକାଉଣ୍ଟକୁ ପଠାଇଥିଲେ । ଅଭିଯୁକ୍ତ ଜଣକ ଟଙ୍କା ପାଇବା ପରେ ନିଜ ଫୋନକୁ ସ୍ୱିଚଅଫ କରିଦେଇଥିଲେ? ଯାହାଫଳରେ ଅଭିଯୋଗକାରିଣୀ ଆଉ ଅଭିଯୁକ୍ତଙ୍କୁ କୌଣସି ଯୋଗଯୋଗ କରିପାରିନଥିଲେ । ଠକାମୀର ଶିକାର ହୋଇଥିବା ଜାଣିବା ପରେ ଅଭିଯୋଗକରିଣୀ ଜଣକ ଏନେଇ ପାହାଳ ଥାନାରେ ଅଭିଯୋଗ କରିଥିଲେ? ଘଟଣାର ଅଭିଯୋଗ ପରେ ପାହାଳ ଥାନା ପୋଲିସ ମାମଲା ରୁଜୁ କରିବା ସହିତ ବିଶ୍ୱସ୍ତ ସୂତ୍ରରୁ ଖବରପାଇ ଚଢଉ ଜରିଆରେ ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ । ଛାନଭିନ ସମୟରେ ପୋଲିସ ଅଭିଯୁକ୍ତଙ୍କ ନିକଟରୁ ବିଭିନ୍ନ ଇନସ୍ୟୁରାନ୍ସ କମ୍ପାନୀର ୪ଗୋଟି ଆଇକାର୍ଡ, ଗୋଟିଏ ମୋବାଇଲ ଫୋନ ଏବଂ ୬ ହଜାର ଟଙ୍କା ଜବତ କରିଥିଲେ । ପଚରାଉଚରା ବେଳେ ଅଭିଯୁକ୍ତ ଜଣକ ନିଜ ଅପରାଧ ସ୍ୱୀକାର କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking