ଭୁବନେଶ୍ୱର : ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ଜାଗର ଯାତ୍ରାକୁ ନେଇ ସେବାୟତ ମାନେ ନିଜ ଜିଦରେ ଅଟଳ ରହିଛନ୍ତି । ଆଜିଠାରୁ ମନ୍ଦିର ସେବାରେ ଅସହଯୋଗ କରିଛନ୍ତି ସେବାୟତ ମାନେ । ରୋଷ ହୋମ ପରେ ମହାପ୍ରଭୁଙ୍କ ଅନ୍ୟ ନୀତିକାନ୍ତି ବନ୍ଦ ରହିଛି । ଏହା ନେଇ ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ, ପ୍ରଥମରୁ ବଡୁ ନିଯୋଗ ଓ ବ୍ରାହ୍ମଣ ନିଯୋଗଙ୍କ ତରଫରୁ ଅଭିଯୋଗ କରାଯାଉଥିଲା ଯେ, ଶ୍ରାବଣୀ ଭାର ଓ କପିଳନାଥଙ୍କ ସହିତ ଲିଙ୍ଗରାଜ ମହାପ୍ରଭୁଙ୍କ ପୁରୁଣା ସମ୍ପର୍କ ଓ ରିତୀନିତୀ କୁ ବଜାୟ ରଖାଯାଉ । ଏହିପରମ୍ପରା ଦିର୍ଘ ବର୍ଷ ହେବ ଖଣ୍ଡିତ ହୋଇ ଆସୁଛି । ଏହି ଦାବି କୁ ନେଇ ୨ ଦିନ ତଳେ ବ୍ରାହ୍ମଣ ନିଯୋଗ ତରଫରୁ ଦୋବୋତ୍ତର କମିଶନଙ୍କୁ ଭେଟି ଥିଲେ ଓ ଏକ ଚିଠି ମଧ୍ୟ ଦିଆଯାଇଥିଲା । ଏହା ସତ୍ୱେ କୌଣସି ସୁଫଳ ମିଳିନଥିଲା । ତେଣୁ ସେବାୟତ ମାନେ ନିଜ ଜିଦରେ ଅଟଳ ରହି ସେବାରେ ଅସହଯୋଗ କରିଛନ୍ତି ।