31.1 C
Bhubaneswar
Saturday, September 21, 2024
Homeଓଡିଶାବଜ୍ରାଘାତ ନେଲା ଦୁୁଇ ଜୀବନ

ବଜ୍ରାଘାତ ନେଲା ଦୁୁଇ ଜୀବନ

ଯାଜପୁର: ଯାଜପୁର ସଦର ଥାନା ମାଳଆନନ୍ଦପୁର ପଞ୍ଚାୟତ ଅଧୀନ ମତବାଦ ଗ୍ରାମର ବଳରାମ ସାହୁ (୬୫) ବଜ୍ରଘାତରେ ପ୍ରାଣ ହରାଇଛନ୍ତି। ଗତକାଲି ବିଲ କାମ ସାରି ଘରକୁ ଫେରୁଥିବା ସମୟରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇଥିଲା। ବର୍ଷାରୁ ବର୍ତ୍ତିବାକୁ ସେ ଧରିଥିବା ମାଣ୍ତିଆଟିକୁ ମୁଣ୍ଡରେ ଦେଇଥିଲେ। ଏହି ସମୟରେ ହଠାତ ବଜ୍ରପାତ ହେବାରୁ ସେହିଠାରେ ହିଁ ଟଳି ପଡ଼ିଥିଲେ। ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସେହିପରି ଦାନଗଦୀ ଫାଣ୍ଡି ଅନ୍ତର୍ଗତ ସିଙ୍ଗାଗଡ଼ିଆ ଗ୍ରାମରେ ଆଜି ଅପରାହ୍‌ଣରେ ବଜ୍ରପାତ ହେବାରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ହେଲେ କଟକ ନିଆଳି ଅଞ୍ଚଳର ଅଙ୍ଗଦ ମହାନ୍ତି (୪୦)। ସେ ସିଙ୍ଗାଡ଼ିଆ ଗାଁରେ ରହି ନିକଟସ୍ଥ କାରଖାନାରେ ଠିକା ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ଆଜି ଡ୍ୟୁଟି ନ ଥିବାରୁ ସେ ଗ୍ରାମର ଜଣେ ବ୍ୟକ୍ତିଙ୍କ ୱେଲଡିଂ କାମ କରିବାକୁ ଯାଉଥିବା ବେଳେ ବଜ୍ରାଘାତରେ ଟଳି ପଡ଼ିଥିଲେ। ଖବର ପାଇ ଫାଣ୍ଡି ପୁଲିସ ଦାନଗଦୀ ଡାକ୍ତରଖାନାରେ ପହଞ୍ଚି ଶବକୁ ବ୍ୟବଚ୍ଛେଦ ପାଇଁ ରଖିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking