26.6 C
Bhubaneswar
Wednesday, April 15, 2026
Homeଓଡିଶାବଜ୍ରଘାତ ନେଲା ମହିଳାଙ୍କ ଜୀବନ

ବଜ୍ରଘାତ ନେଲା ମହିଳାଙ୍କ ଜୀବନ

ବାଲେଶ୍ୱର : ବଜ୍ରଘାତ ନେଲା ମହିଳାଙ୍କ ଜୀବନ। ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ସୂନାରୁଇ ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମହିଳା ଜଣଙ୍କ ବିଲରେ କାମ କରୁଥିଲେ କାମ କଲା ସମୟରେ ସେ ବଜ୍ରଘାତର ଶିକାର ହୋଇ ତାଙ୍କର ଜୀବନ ଚାଲିଯାଇଛି । ସୂଚନା ଅନୁଯାୟୀ, ସୁନାରୂଇ ଗ୍ରାମର କାଳି ଚରଣ ଜେନା ଙ୍କ ସ୍ତ୍ରୀ ବାସନ୍ତୀ ଜେନା ଆଜି ସକାଳେ ବିଲକୁ ଧାନ ତଳି ରୋଇବା ପାଂଇ ଯାଇଥିଲେ, ହଠାତ ପ୍ରବଳ ବର୍ଷା ଏବଂ ଘଡଘଡି ଆରମ୍ଭ ହେବାରୁ ସେ ବିଲରୁ ଆସୁଥିବା ବେଳେ ବଜ୍ରପାତ ହୋଇ ଥିଲା, ଘଟଣା ସ୍ଥଳରେ ବାସନ୍ତୀ ସଜ୍ଞାହୀନ ହୋଇ ପଡିଥିଲେ, ପରିବାର ଲୋକେ ତୁରନ୍ତ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ର ରେ ଭର୍ତ୍ତି କରାଇ ଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ମୃତକ ବାସନ୍ତୀ ଙ୍କ ପରିବାର ଅତ୍ଯନ୍ତ ଗରୀବ ହୋଇଥିବା ରୁ ତୁରନ୍ତ ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking