30.1 C
Bhubaneswar
Sunday, September 29, 2024
Homeଓଡିଶାବଜ୍ରାଘାତ ନେଲା ୩ ଜୀବନ, ଜଣେ ଗୁରୁତର

ବଜ୍ରାଘାତ ନେଲା ୩ ଜୀବନ, ଜଣେ ଗୁରୁତର

ମୟୁରଭଞ୍ଜ : ଆକାଶରୁ ପଡ଼ିଲା ବଜ୍ର ନେଲା ୩ ଜୀବନ। ତେବେ ଗୁରୁତର ଅବସ୍ଥାରେ ଜଣେ ଉଦ୍ଧାର ଡାକ୍ତରଖାନାରେ ଚିକିତ୍ସା ଜାରୀ। ଆଜି ଅପରାହ୍ନରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷା ହୋଇଯାଇଛି। ତେବେ ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ ବାଗଡେଗା- ନିମଡିହି ଗ୍ରାମରେ ୨ ମୃତ ଜଣେ ଗୁରୁତର ହୋଇଥିବା ଭଳି ଦୁଃଖଦ ଘଟଣା ଘଟିଯାଇଛି । ସୂଚନାଯୋଗ୍ୟ ବାଗଡେଗା-ନିମଡିହି ଗ୍ରାମର ଗୋପି ମୁଣ୍ଡାର ସ୍ତ୍ରୀ ରାଣି ମୁଣ୍ଡା (୨୫)ବିଲକାମ ସାରି ଘରକୁ ଫେରିଥିଲେ । ଘରୁ ରାଣୀ ମୁଣ୍ଡା, ତାଙ୍କ ଝିଅ ଲେଚେ ମୁଣ୍ଡା(୮) ଏବଂ ଝିଆରୀ ପାନ ମୁଣ୍ଡା(୭) ଗାଁ ପାଖ ପୋଖରୀକୁ ଗାଧୋଇବାକୁ ଯାଇଥିଲେ ।ଗାଧୋଇ ସାରି ଘରକୁ ଫେରୁଥିବା ସମୟରେ ପ୍ରାୟ ଅପରାହ୍ନ ସମୟରେ ବର୍ଷା,ଘଡଘଡି ଯୋଗୁଁ ଗଛମୂଳେ ଆଶ୍ରୟ ନେଇଥିଲେ ।

ହେଲେ ଗଛ ଉପରେ ବଜ୍ରାଘାତ ହେବାରୁ ରାଣୀ ମୁଣ୍ଡା ଏବଂ ତାଙ୍କ ଝିଆରୀ ପାନ ମୁଣ୍ଡା ଟଳି ପଡ଼ିଥିଲେ । ଝିଅ ଲେଚେ ଗୁରୁତର ଅବସ୍ଥାରେ ପଡ଼ିଥିଲେ । ଆଖପାଖରେ ଥିବା ଲୋକମାନେ ସେମାନଙ୍କୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ଵହଳଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଯାଇଥିଲେ । ସେଠାରେ ସ୍ୱାସ୍ଥ୍ୟ ପରୀକ୍ଷା କରି ଡାକ୍ତର ରାଣୀ ମୁଣ୍ଡା ଏବଂ ପାନ ମୁଣ୍ଡାକୁ ମୃତ ଘୋଷଣା କରିଥିଲେ । ଗୁରୁତର ଲେଚେ ମୁଣ୍ଡା ବହଳଦା ଡାକ୍ତର ଖାନାରେ ଚିକିତ୍ସିତ ହେଉଥିବା ଜଣାପଡିଛି ।

ବହଳଦା ପୋଲିସ ଏକ ଅପମୃତ୍ୟୁ ମାମଲା ନମ୍ବର ୧୦/୨୨ ରୁଜ୍ଜୁ ସହ ଶବ ଜବତ କରି ରାଇରଙ୍ଗପୁର ହସ୍ପିଟାଲରେ ବ୍ୟବଛେଦ କରାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି । ସେହିଭଳି ତିରିଂ ଥାନା ଅନ୍ତର୍ଗତ କୁଲୁଘୁଟୁ ପଞ୍ଚାୟତର ବାରୁଡିହି ଗ୍ରାମର ଚାଷୀ ଶ୍ୟାମ ଚରଣ ପୂର୍ତୀ(୩୨) ବିଲରେ କାମ କରୁଥିବା ସମୟରେ ବଜ୍ରାଘାତରେ ମୃତ୍ୟୁ ହୋଇଥିବା ଜଣାପଡିଛି । ତିରିଂ ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରିଛି । ତେବେ ଆସନ୍ତାକାଲି ଶବ ବ୍ୟବଚ୍ଛେଦ କରାଯିବ ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି। ଅନ୍ୟପଟେ ମୃତକଙ୍କ ପରିବାରକୁ ତୁରନ୍ତ କ୍ଷତିପୂରଣ ଯୋଗାଇ ଦେବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହେଉଛି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking