ନୂଆଦିଲ୍ଲୀ : ଭାରତର ପଡ଼ୋଶୀ ଦେଶରେ ଆସୁନି ବିଜୁଳି । ଚିନ୍ତାରେ ଲୋକ । କାରଣ ଜାଣିଲେ ଆପଣଙ୍କୁ ହସ ଲାଗିପାରେ ବାସ୍ତବରେ କିନ୍ତୁ ଏହା ସତ । ମାଙ୍କଡ଼ ପାଇଁ ବିଜୁଳି କାଟ ହୋଇଥିବା ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ତେବେ ଆପଣ ଜାଣିନ୍ତି ଏହା କେଉଁ ଦେଶ ? ଏବଂ ମାଙ୍କଡ଼ଙ୍କ ପାଇଁ କେମିତି କଟିଲା କରେଣ୍ଟ ? ମାଙ୍କଡ଼ ପାଇଁ ଏହି ବିଜୁଳି କଟି ଯାଇଛି ଆଉ ଏବେ ସମ୍ପୂର୍ଣ୍ଣଭାବେ ଆସିନାହିଁ । ଜରୁରୀ କାଳିନ ପରିସ୍ଥିତିରେ ବିଦ୍ୟୁତ ସରବରାହ ବନ୍ଦ ରହିଥିବାବେଳେ ଏବେ କାମ ଚାଲିଥିବା CEB ପକ୍ଷରୁ କୁହାଯାଇଛି ।ତେବେ ଆନ୍ତର୍ଜାତୀୟ ଖବର ଅନୁସାରେ ରବିବାର ସ୍ଥାନୀୟ ସମୟ ସକାଳ ୧୧.୩୦ରେ ବିଦ୍ୟୁତ କାଟ ଆରମ୍ଭ ହୋଇଥିଲା । ପ୍ରାୟ ତିନି ଘଣ୍ଟାରୁ ଯେତେବେଳେ ଅଧିକ ସମୟ ବନ୍ଦ ରହିଥିଲା ସେତେବେଳେ ଲୋକେ ଭାବିଥିଲେ କି, କାହିଁକି ବିଦ୍ୟୁତ କାଟ ହୋଇଛି । ପ୍ରଥମେ ଭାବିଥିଲେ କି ପାଓ୍ବାର କଟ କିନ୍ତୁ ଏତେ ସମୟ ଅନ୍ଧାର ହେବା ପରେ ଲୋକେ ଜାଣିବାକୁ ପାଇଥିଲେ କି ବିଦ୍ୟୁତ ସରବରାହ ସମ୍ପୂର୍ଣ୍ଣ ଦେଶରେ ବ୍ୟାଘାତ ଘଟିଛି । କିନ୍ତୁ ଖୁବଶୀଘ୍ର ବିଦ୍ୟୁତ ସେବା ମିଳିବ ବୋଲି ଆଶ୍ବାସନା ଦେଇଛନ୍ତି ସିଇବି ଅଧ୍ୟକ୍ଷ । ସେପଟେ ବିଦ୍ୟୁତ ବିଭାଗ ସଚିବ କହିଛନ୍ତି କି, ଗ୍ରୀଡରେ ଅସୁନ୍ତଳ କାରଣରୁ ବିଦ୍ୟୁତ କଟାଯାଇଛି । ତେବେ ଏକ ମାଙ୍କଡ଼ ଦଳ ସବଷ୍ଟେସନରେ ପ୍ରବେଶ କରିଥିବାବେଳେ ଅସୁନ୍ତଳ ଘଟିଛି । ଯେଉଁ କାରଣରୁ ବିଦ୍ୟୁତ କାଟ ହୋଇଛି । ଆଉ ଏହାର ସମାଧାନ ପାଇଁ କାମ କରାଯାଉଛି ।୨ କୋଟି ୨୦ ଲକ୍ଷ ବିଶିଷ୍ଟ ଏହି ଦେଶରେ ଏଭଳି ବିଦ୍ୟୁତ ପାଇଁ ଲୋକେ ପୂର୍ବରୁ ମଧ୍ୟ ହନ୍ତସନ୍ତ ହୋଇଛନ୍ତି । ଏବେ ହସ୍ପିଟାଲ ଏବଂ ବଡ଼ ବଡ଼ ବ୍ୟବସାୟୀକ ପ୍ରତିଷ୍ଠାନରେ ଡିଜିରେ କାମ ଚାଲିଛି ମାତ୍ର ଏହା କେତେ ସମୟ ଚାଲିବ ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି । କାରଣ ଦୀର୍ଘ ସମୟ ଧରି ବିଜୁଳି କାଟ ହୋଇଥିବାରୁ ଲୋକେ ବହୁ ଅସୁବିଧା ଦେଇ ଗତି କରୁଛନ୍ତି ।