24.1 C
Bhubaneswar
Tuesday, December 3, 2024
Homeଅପରାଧପ୍ରେମିକାଠୁ ଧୋକା ଖାଇବା ପରେ ଜୀବନ ହାରିଲା ପ୍ରେମିକ

ପ୍ରେମିକାଠୁ ଧୋକା ଖାଇବା ପରେ ଜୀବନ ହାରିଲା ପ୍ରେମିକ

ଭବାନୀପାଟଣା: ପ୍ରେମ ଶାଶ୍ୱତ, ପ୍ରେମ ଚିରନ୍ତନ । ସ୍ନେହ ଓ ବିଶ୍ୱାସର ପ୍ରତୀକ ହେଉଛି ପ୍ରେମ । ହେଲେ ବର୍ତ୍ତମାନର ଯୁବପୀଢ଼ିଙ୍କ ପାଇଁ ପ୍ରେମର ସଂଜ୍ଞା ବଦଳି ଯାଇଛି । ପ୍ରେମ କିଏ ସଫଳ ହୋଇ ଜୀବନ ଜିଉଁଛି ତ ପୁଣି ଆଉ କିଏ ପ୍ରେମରେ ବିଫଳ ହେବା ପରେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ଗ୍ରହଣ କରୁଥିବା ଦେଖିବାକୁ ମିଳିଛି । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲାର ଧର୍ମଗଡ ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି । ପ୍ରେମରେ ଧୋକା ଖାଇବା ପରେ ହ୍ୱାଟ୍ସଆପରେ ଷ୍ଟାଟସ ଦେଇ ଯୁବକ ଜଣକ କରିଛନ୍ତି ଆତ୍ମହତ୍ୟା ।

ସୂଚନା ଅନୁସାରେ ଜିଲ୍ଲାର ଧର୍ମଗଡ ଥାନା ଅନ୍ତର୍ଗତ ଅଏଁଲାଜୋର ଗାଁର ହିମାଂଶୁ ଭଇଁସାଲ ଓ ସେହି ଅଞ୍ଚଳର ପିଙ୍କି ନାମକ ଜଣେ ଯୁବତୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଦୀର୍ଘ ବର୍ଷ ଧରି ଉଭୟ ସମ୍ପର୍କରେ ରହିଥିବା ବେଳେ କୌଣସି କାରଣରୁ ଉଭୟ ଅଲଗା ହୋଇଯାଇଥିଲେ । ପ୍ରେମରେ ଧୋକା ଖାଇବା ପରେ ଗତ ବିଳମ୍ବିତ ରାତିରେ ପ୍ରେମିକ ଜଣକ ନିଜ ହାତ କାଟି ଦେଇଥିଲେ । ହାତ କାଟି ଝିଅର ନାଁ ଲେଖିଥିବା ବେଳେ ସମ୍ପୃକ୍ତ ଯୁବତୀ ଜଣକ ତାଙ୍କୁ ଧୋକା ଦେଇଥିବା ସେ ନିଜ ଷ୍ଟାଟସ ଦେଇଥିଲେ ।

ଏହାସହ ସେହି ଝିଅ ବିନା ସେ ବଞ୍ଚିପାରିବେ ନାହିଁ ଓ ସେ ଝିଅ ତାଙ୍କୁ ବର୍ବାଦ କରି ଦେଇଥିବା ବେଳେ ତାଙ୍କ ମୃତ୍ୟୁ ପାଇଁ କେହି ନୁହେଁ ବରଂ ସେ ଧୋକା ସହି ନ ପାରି ଆତ୍ମହତ୍ୟା କରିବା ପାଇଁ ନିଷ୍ପତ୍ତି ନେଇଥିବା ନିଜ ଫୋନ ଷ୍ଟାଟସରେ ଉଲ୍ଲେଖ କରିଛନ୍ତି । ଆଜି ପ୍ରେମରେ ଧୋକା ଖାଇଥିବା ଯୁବକଙ୍କ ଝୁଲନ୍ତା ମୃତଦେହ କୋକସରା ଥାନା ଅନ୍ତର୍ଗତ ଭାଲୁଛୁଆଁ ଗାଁ ମୁଣ୍ଡରେ ଠାବ ହୋଇଛି । ଏକ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେବା ପରେ କୋକସରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯୁବକଙ୍କ ମୃତଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହାସହ ଏନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ଏହି ଘଟଣା ବର୍ତ୍ତମାନ ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଳଟିଥିବା ବେଳେ ଏହାକୁ ନେଇ ସାମାଜିକ ଗଣମାଧ୍ୟମରେ ମଧ୍ୟ ବିଭିନ୍ନ ମତ ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking