27.1 C
Bhubaneswar
Friday, September 20, 2024
Homeଅପରାଧସିରିୟଲ କିଲର କୁ ଆଜୀବନ କାରାଦଣ୍ଡ

ସିରିୟଲ କିଲର କୁ ଆଜୀବନ କାରାଦଣ୍ଡ

ତେଲେଙ୍ଗାନା : ୧୭ ଜଣ ମହିଳା ଙ୍କୁ ହତ୍ୟା କରିଥିବା ଅଭିଯୋଗ ରେ ସିରିୟଲ କିଲର କୁ ଆଜୀବନ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି କୋର୍ଟ । ଘଟଣା ଘଟିଛି ତେଲେଙ୍ଗାନାର ଜୋଗୁଲାମ୍ବା ଗଡବ୍ୱାଲ ଜିଲ୍ଲା ରେ । ୟେରୁକାଲି ଶ୍ରୀନୁ ନାମକ ଜଣେ ବ୍ୟକ୍ତି ମହିଳା ମାନଙ୍କ ସହ ବନ୍ଧୁତା କରିବା ବାହାନାରେ ସେମାନଙ୍କୁ ଟାର୍ଗେଟ କରିଛି । ତୃତୀୟ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀନୁ କୁ ଦୋଷୀ ସାବ୍ୟସ୍ତ କରିଥିଲେ । ଗତ ଗୁରୁବାର ଦିନ ଚିତ୍ତୀ ଆଲିଭେଲମା ଙ୍କ ହତ୍ୟା ମାମଲାରେ ଶୁଣାଣୀ କରି ଆଜୀବନ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି । ୧୭ ଜଣ ମହିଳାଙ୍କ ସହ ପ୍ରତାରଣା କରିବା ପରେ ହତ୍ୟା କରିଥିଲା । ଗତ ଦଶନ୍ଧି ରେ ୧୬ ଜଣ ମହିଳାଙ୍କୁ ହତ୍ୟା କରି ସାରିଥିଲା । ଚୋରି ହୋଇଥିବା ସମ୍ପତ୍ତି ସରଂକ୍ଷଣ ପାଇଁ ଶ୍ରୀନୁଙ୍କ ପତ୍ନୀ ସଲାମା ଙ୍କୁ ଗିରଫ କରାଯାଇଥିଲା । ନିଶାଶକ୍ତ ଯୁବକ ହୋଇଥିବାରୁ ମହିଳା ମାନଙ୍କ ସହ ବନ୍ଧୁତା କରୁ ପିକନିକ ନାମରେ ନିଛାଟିଆ ସ୍ଥାନକୁ ନେଇ ଯାଉଥିଲେ । ସେମାନଙ୍କ ସହ ମଦ୍ୟପାନ କରି ସେମାନଙ୍କ ସୁନା ଓ ରୂପା ଅଳଙ୍କାର ଚୋରି କରି ହତ୍ୟା କରୁଥିଲା । ୨୦୦୯ ରେ ଶ୍ରୀନୁ ଅପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ ଯାଇଥିଲା । ନିଜ ଭାଇକୁ ହତ୍ୟା କରିବା ମାମଲାରେ ଆଜୀବନ କାରାବାସ ର ସଜା ଦିଆଯାଇଥିଲା । କିନ୍ତୁ ୨୦୧୩ ରେ ନିଜ ଭଲ ବ୍ୟବହାର ଛାଡି ଦିଆଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking