27.1 C
Bhubaneswar
Sunday, September 29, 2024
Homeଓଡିଶାଆନ୍ଦୋଳନରେ ଅପ୍ରୀତିକର ପରିସ୍ଥିତି ପାଇଁ ୧୪ ଜଣ ଓକିଲଙ୍କ ଲାଇସେନ୍ସ ସସପେଣ୍ଡ

ଆନ୍ଦୋଳନରେ ଅପ୍ରୀତିକର ପରିସ୍ଥିତି ପାଇଁ ୧୪ ଜଣ ଓକିଲଙ୍କ ଲାଇସେନ୍ସ ସସପେଣ୍ଡ

ସମ୍ବଲପୁର: ସମ୍ବଲପୁରର ଓକିଲ ସଂଘର ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟ ନେଇଛନ୍ତି କଡା ନିଷ୍‌ପତ୍ତି । ମାନ୍ୟବର କୋର୍ଟଙ୍କ ନିର୍ଦ୍ଦେଶ ପରେ ଓକିଲ ସଂଘର ଆନ୍ଦୋଳନ ସ୍ଥଗିତ ହୋଇଛି । ଆନ୍ଦୋଳନ ସମୟରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିବା କାରଣରୁ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବାର କାଉନ୍ସିଲ ଅଫ ଇଣ୍ଡିଆ । ପୁଣି ୧୪ ଓକିଲଙ୍କ ଲାଇସେନ୍ସ ସସପେଣ୍ଡ କରିଛି ବିସିଆଇ ।

ଆସନ୍ତା ୧୮ ମାସ ପର୍ଯ୍ୟନ୍ତ ସେମାନଙ୍କ ଲାଇସେନ୍ସ ରଦ୍ଦ ହୋଇଥିବା ନେଇ ଜାଣିବାକୁ ମିଳିଛି । ଏ ନେଇ ବାର କାଉନ୍ସିଲ ତରଫରୁ ଘୋଷଣା କରାଯାଇଛି । ଏହାପୂର୍ବରୁ ଗତକାଲି ୨୯ ଜଣ ଓକିଲଙ୍କ ଲାଇସେନ୍ସ ସସପେଣ୍ଡ କରିଥିଲା ବିସିଆଇ । ଆନ୍ଦୋଳନ ସମୟରେ ଗଣ୍ଡଗୋଳ ଭଳି କିଛି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଥିବା ଘଟଣାରେ ସେମାନଙ୍କ ଲାଇସେନ୍ସ ରଦ୍ଦ ହୋଇଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking