ଭୁବନେଶ୍ୱର: ରାଜ୍ୟରେ ରାଗିଂ ନେଇ ଶିକ୍ଷାନୁଷ୍ଠାନରେ ସମସ୍ୟା ସୃଷ୍ଟି ହେଉଥିବା ବେଳେ ରାଗିଂ ନେଇ ପିଲାଙ୍କୁ ମାନସିକ ଯନ୍ତ୍ରଣା ଦିଆଯାଉଥିବା ଅଭିଯୋଗରେ ସୈନିକ ସ୍କୁଲର ପ୍ରିନ୍ସିପାଲଙ୍କୁ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ବିଷ୍ଣପଦ ସେଠି ଦେଇଛନ୍ତି । ଚିଠିରେ ଉଲ୍ଲେଖ କରାଯାଇଛି ଯେ, ସ୍କୁଲରେ କିଛି ଜୁନିୟର ଛାତ୍ର ସିନିୟର ଛାତ୍ରଙ୍କ ରାଗିଂର ଶିକାର ହୋଇ ମାନସିକ ସ୍ତରରେ ହାରସମେଣ୍ଟ ହେଉଥିବା ଜଣାପଡ଼ିଛି । ଯାହା ଆଣ୍ଟି ରାଗିଂ ଆକ୍ଟକୁ ଅବମାନନା କରୁଥିବା ଦର୍ଶାଯାଇଛି ।
ତେବେ ରାଗିଂ ଲାଗି ଶିକ୍ଷାନୁଷ୍ଠାରେ ଭୟର ପରିବେଶ ସୃଷ୍ଟି ହେଉଥିବା ପିଲାଙ୍କ ଉପରେ ଚାପ ରହିଥାଏ । ତେବେ ସୈନିକ ସ୍କୁଲରେ ରାଗିଂ ମୁକ୍ତ ଲାଗି କିଭଳି ପଦକ୍ଷେପ ଗ୍ରହଣ କରାଯାଇଛି ଏବଂ ସେ ସମ୍ପର୍କରେ କର୍ତ୍ତୃପକ୍ଷ କେଉଁ ପ୍ରକାର ଆକ୍ସନପ୍ଲାନ ପ୍ରସ୍ତୁତ କରାଯାଇଛି ସେ ସମ୍ପର୍କରେ ବିଭାଗକୁ ଅବଗତ କରିବାକୁ କୁହାଯାଇଛି ।