27.1 C
Bhubaneswar
Sunday, July 7, 2024
Homeରଥଯାତ୍ର-୨୦୨୪ଆସନ୍ତୁ ଜାଣିବା ରଥ ଯାତ୍ରା କାହିଁକି ପାଳନ ହୁଏ..

ଆସନ୍ତୁ ଜାଣିବା ରଥ ଯାତ୍ରା କାହିଁକି ପାଳନ ହୁଏ..

ପୁରୀ : ପ୍ରତିବର୍ଷ ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ପ୍ରତିବର୍ଷ ପୁରୀରେ ରଥ ଯାତ୍ରା ହୁଏ । ରତ୍ନବେଦୀରୁ ଜନ୍ମବେଦୀକୁ ନବଦିନାତ୍ମକ ଯାତ୍ରାରେ ଭାଇଭଉଣୀଙ୍କୁ ନେଇ ବାହାରି ଯାଆନ୍ତି କଳା ଠାକୁର । ଯେଉଁଥିରେ ସାମିଲ୍ ହେବାକୁ ଦେଶ ବିଦେଶରୁ ପୁରୀ ଛୁଟି ଆସିଥାନ୍ତି ଭକ୍ତଗଣ । ଶ୍ରୀକୃଷ୍ଣଙ୍କୁ ସମର୍ପିତ ପୁରୀ ଜଗନ୍ନାଥ ମନ୍ଦିରରେ ବର୍ଷ ସାରା ଗର୍ଭ ଗୃହରେ ଶ୍ରୀଜୀଉମାନଙ୍କ ପୂଜା କରା ଯାଇଥାଏ । କିନ୍ତୁ ଆଷାଢ଼ ଶୁକ୍ଳ ଦ୍ୱିତୀୟ ତିଥିରେ ହଟିଆ ଠାକୁର ବଡ଼ ଦାଣ୍ଡକୁ ବାହାରି ଆସନ୍ତି । ଆଉ ରଥରେ ବିରାଜ ମାନ ହୋଇ ଗୁଣ୍ଡିଚା ମନ୍ଦିର ଯାଆନ୍ତି । ହିନ୍ଦୁ ଧର୍ମରେ ମାନ୍ୟତା ଅନୁସାରେ, ଆଷାଢ଼ ଶୁକ୍ଳ ଦ୍ୱିତୀୟାରେ ଭଗବାନ ଜଗନ୍ନାଥ, ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରା ନିଜ ଜନ୍ମବେଦୀକୁ ଯାଇଥାନ୍ତି । ଏହି ଅବସରରେ ପୁରୀରେ ହୁଏ ରଥ ଯାତ୍ରା । ସବୁଠୁ ଆଗରେ ବଡ଼ଭାଇ ବଳଭଦ୍ର ତାଳଧ୍ୱଜ ରଥରେ ବିରାଜମାନ ହୋଇଥିବା ଦର୍ପଦଳନରେ ଭଉଣୀ ସୁଭଦ୍ରା ଓ ପଛରେ ନନ୍ଦିଘୋଷ ରଥରେ ଜନ୍ମବେଦୀକୁ ଯାଆନ୍ତି ପ୍ରଭୁ ଜଗନ୍ନାଥ । ପଦ୍ମ ପୁରାଣ ଅନୁସାରେ, ଭଗବାନ ଜଗନ୍ନାଥଙ୍କ ଭଉଣୀ ସୁଭଦ୍ରା ଏକଦା ନଗର ଦେଖିବାକୁ ଇଚ୍ଛା କରିଥିଲେ । ସେତେବେଳେ ଦୁଇ ଭାଇ, ଭଉଣୀ ସୁଭଦ୍ରାକୁ ରଥରେ ବସାଇ ନଗର ଭ୍ରମଣ କରାଇଥିଲେ । ଆଉ ସେହି ସମୟରେ ଜନ୍ମବେଦୀକୁ ଯାଇ ୭ ଦିନ ରହିବା ସହ ଫେରିବା ବେଳେ ମାଉସୀ ହାତରୁ ପୋଡ଼ ପିଠା ଖାଇଥିଲେ । ସେବେଠୁ ରଥଯାତ୍ରା ଚାଲି ଆସୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking