26.1 C
Bhubaneswar
Friday, September 20, 2024
Homeସ୍ୱାସ୍ଥ୍ୟଆସନ୍ତୁ ଜାଣିବା ନାଲି ଲଙ୍କାର ଉପକାରିତା ସମ୍ପର୍କରେ

ଆସନ୍ତୁ ଜାଣିବା ନାଲି ଲଙ୍କାର ଉପକାରିତା ସମ୍ପର୍କରେ

ଭୁବନେଶ୍ଵର: ହାର୍ଟକୁ ସୁସ୍ଥ ରଖିବାରେ ନାଲି ଲଙ୍କା ବେଶ୍ ଉପଯୋଗୀ । ନାଲି ଲାଙ୍କାରେ ରହିଛି ବହୁ ଚମତ୍କାରୀ ଗୁଣ । ଏହା ହୃଦୟକୁ ସୁସ୍ଥ ରଖେ। ଯଦି ଆପଣ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି ତେବେ ନାଲି ଲଙ୍କା ଆପଣଙ୍କ ପାଇଁ ବେଶ୍ ଉପଯୋଗୀ।ତେବେ ଲଙ୍କା ଶୁଖି ନାଲି ପଡିବା ପରେ ଏଥିରେ ଥିବା ପୂଷ୍ଟିକର ପରିବର୍ତ୍ତନ ହୋଇଥାଏ । ନାଲି ଲଙ୍କା ଭାରତୀୟ ରୋଷେଇରେ ଏକ ଅତ୍ୟାବଶ୍ୟକ ଉପାଦାନ ଏବଂ ଖାଦ୍ୟରେ ସ୍ଵାଦ, ରସ ଏବଂ ସ୍ଵଗନ୍ଧ ମିଶାଇବା ପାଇଁ ଏହା ସମଗ୍ର ଭାରତରେ ବହୁଳ ପରିମାଣରେ ଚାଷ କରାଯାଏ ଏବଂ ବ୍ୟବହୃତ ହୁଏ । କୁହାଯାଏ ଯେ, ନାଲି ଲଙ୍କା ଶରୀରର ପାଇଁ କ୍ଷତିକାରକ । କିନ୍ତୁ ଖାଦ୍ୟ ବିଶେଷଜ୍ଞ, ଆୟୁର୍ବେଦଚାର୍ଯ୍ୟ ଏବଂ ଡାଏଟିସିଆନ୍ ମାନେ ନାଲି ଲଙ୍କାକୁ ମଧ୍ୟମ ପରିମାଣରେ ଖାଇବାକୁ ପରାମର୍ଶ ଦେଇଥାନ୍ତି ।ନାଲି ଲଙ୍କାରେ କ୍ୟାଲସିୟମ, ମ୍ୟାଗ୍ନେସିୟମ, ଅକ୍ସାଲିକ୍ ଏସିଡ୍, ଫସଫରସ୍, ଆଇରନ୍, ସୋଡିୟମ୍, ତମ୍ବା ଏବଂ ସଲଫର୍ ବ୍ୟତୀତ ଭିଟାମିନ୍ ଏ ଏବଂ ସି ପର୍ଯ୍ୟାପ୍ତ ପରିମାଣରେ ମିଳିଥାଏ । ନାଲି ଲଙ୍କା ନିଜର ସ୍ଵତନ୍ତ୍ର ରାଗ ଯୋଗୁଁ ପାଟିରେ ଲାଳର ନିର୍ଗତରେ ସାହାର୍ଯ୍ୟ କରେ ଏବଂ ଖାଦ୍ୟ ହଜମ କରିାବରେ ସାହାର୍ଯ୍ୟ କରେ । ନାଲି ଲଙ୍କା ହୃଦୟ ପାଇଁ ଭଲ ବୋଲି ବିବେଚନା କରାଯାଏ କାରଣ  ଏଥିରେ ଥିବା କ୍ୟାପସାଇସିନ ରକ୍ତରେ ଜମାଟ ବାନ୍ଧିବାରେ ରୋକିଥାଏ । ଆଣ୍ଟି-କୋଲେଷ୍ଟ୍ରଲ୍ ଏବଂ ସାଧାରଣ ରକ୍ତଚାପ ବଜାୟ ରଖିବାରେ ମଧ୍ୟ ସହାୟକ ହୋଇଥାଏ । ଯେଉଁମାନଙ୍କର ଶ୍ଵାସକ୍ରିୟାରେ ସମସ୍ୟା ଥାଏ ସେମାନଙ୍କ ପାଇଁ ନାଲି ଲଙ୍କା ମଧ୍ୟ ଉପକାରୀ ବୋଲି କୁହାଯାଏ । ନାଲି ଲଙ୍କା ମଧ୍ୟ ଟ୍ରାଇଗ୍ଲାଇସରାଇଡକୁ ରୋକିଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking