27.1 C
Bhubaneswar
Thursday, March 26, 2026
Homeଓଡିଶାଆସନ୍ତୁ ଜାଣିବା କଣ ରହିଛି ମହାମହିମଙ୍କ ଦୁଇ ଦିନିଆ ଗସ୍ତସୂଚୀ

ଆସନ୍ତୁ ଜାଣିବା କଣ ରହିଛି ମହାମହିମଙ୍କ ଦୁଇ ଦିନିଆ ଗସ୍ତସୂଚୀ

ଭୁବନେଶ୍ଵର : ଆଜି ଓଡିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବିଧାନସଭା ଶୀତ ଅଧିବେଶନକୁ ସମ୍ବୋଧିତ କରିବେ। ପ୍ରଥମଥର ପାଇଁ ଓଡିଶା ବିଧାନସଭାରେ ରାଷ୍ଟ୍ରପତି ଉଦବୋଧନ ଦେବାର କାର୍ୟ୍ୟକ୍ରମ ରହିଛି। ଅପରାହ୍ନ ୨ଟା ବେଳେ ଭୁବନେଶ୍ଵର ବିମାନ ବନ୍ଦରରେ ପହଞ୍ଚିବେ ମହାମହିମ ରାଷ୍ଟ୍ରପତି। ତେଣୁ ପହଞ୍ଚିବାର ୧ ଘଣ୍ଟା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରାଯିବ । ୨.୧୦ରେ ଭୁବନେଶ୍ଵର ବିମାନ ବନ୍ଦରରୁ ବାହାରିବେ ଏବଂ ୨ଟା ୨୦ରେ ରାଜଭବନରେ ପହଞ୍ଚିବେ। ୨ଟା ୨୫ରେ ରାଜଭବନ ଭିତରେ ଥିବା କଳିଙ୍ଗ ଅତିଥି ନିବାସକୁ ଉଦଘାଟନ କରିବେ । ୨ଟା ୩୦ରୁ ୨ଟା ୪୫ ମଧ୍ୟରେ ହାଇ-ଟି ବ୍ୟବସ୍ଥା ରହିଛି। ଏବଂ ୨ଟା ୪୫ରୁ ୪ଟା ୧୦ ପର୍ୟ୍ୟନ୍ତ କଳିଙ୍ଗ ନିବାସରେ ବିଶ୍ରାମ କରିବେ। ପରବର୍ତ୍ତୀ ସମୟରେ ୪ଟା ୧୦ରେ ରାଜଭବନରୁ ବାହାରି ୪ଟା ୨୦ରେ ବିଧାନସଭାରେ ପହଞ୍ଚିବେ। ୪ ଟା ୨୦ରୁ ୪ଟା ୩୦ ରିଜର୍ଭ ରହିଛି। ଏବଂ ୪ଟା ୩୦ରୁ ୫ଟା ୩୦ ବିଧାନସଭାର ସମସ୍ତ ସଦସ୍ୟ , ସବୁ ବିଧାୟକ, ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ।

୫ଟା ୩୦ରୁ ରାଷ୍ଟ୍ରପତି ବିଧାନସଭାରୁ ବାହାରିବେ । ୫ଟା ୪୦ରେ ଆସି ରାଜଭବନର କଳିଙ୍ଗ ଅତିଥି ଭବନରେ ପହଞ୍ଚିବେ। ୫ଟା ୪୦ରୁ ୭ଟା ୩୦ ପର୍ୟ୍ୟନ୍ତ ରିଜର୍ଭ ରଖାଯାଇଛି। ୭ଟା ୩୦ରେ ସେ ରାତ୍ରିଭୋଜନ କରିବା ସହ ରାଜଭବନରେ ରହିବେ। ସେହିପରି ୨୮ ତାରିଖରେ ୯ଟା ୧୫ରେ ସେ ରାଜଭବନ ରୁ ବାହାରିବେ। ୯ଟା ୨୫ରେ ଭୁବନେଶ୍ଵର ବିମାନ ବନ୍ଦରରେ ପହଞ୍ଚିବେ। ୯ଟା ୩୫ ରେ ତାଙ୍କ ସ୍ଵତନ୍ତ୍ର ବାୟୁସେନା ବିମାନ ଉଡାଣ ଭରିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking