29.1 C
Bhubaneswar
Sunday, June 23, 2024
Homeଦେଶ ବିଦେଶଆସନ୍ତୁ ଜାଣିବା କେତେ ଅଛି ସୁନା ଦର

ଆସନ୍ତୁ ଜାଣିବା କେତେ ଅଛି ସୁନା ଦର

ନୂଆଦିଲ୍ଲୀ : ଜୁନ୍ ୧୦ ରେ ସୁନା ୧୦ ଗ୍ରାମ ପିଛା ଆଜି ୭୧ ହଜାର ଟଙ୍କା ତଳକୁ ରହିଛି । ସେହିଭଳି ରୂପା ମୂଲ୍ୟ କିଲୋଗ୍ରାମ ପିଛା ୮୯ ହଜାର ଉପରକୁ ରହିଛି । ତେବେ ଏମସିଏକ୍ସରେ ଆଜି ସୁନା ଦର ୧୦ ଗ୍ରାମ ପିଛା ୭୦ ହଜାର ୯୧୨ ଟଙ୍କା ହୋଇଯାଇଛି । ପୂର୍ବରୁ ଏହାର ରେଟ ୭୧ ହଜାର ୧୫୦ ଟଙ୍କା ଥିଲା । ଅର୍ଥାତ ଏହି ମୂଲ୍ୟରେ ୪୨୬ ଟଙ୍କା ହ୍ରାସ ପାଇଛି । ସେହିଭଳି ଆଜି ରୂପା ମୂଲ୍ୟ କିଲୋଗ୍ରାମ ପିଛା ୩୨୬ ଟଙ୍କା ବଢି ୮୯ ହଜାର ୪୧୫ ଟଙ୍କା ହୋଇଯାଇଛି । ସାରା ଦେଶରେ ସୁନା ମୂଲ୍ୟ କମିବା ଦେଖିବାକୁ ମିଳିଛି । ଦେଶର ରାଜଧାନୀ ଦିଲ୍ଲୀରେ ୨୪ କ୍ୟାରେଟ ସୁଦ୍ଧ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୭୧ ହଜାର ୮୨୦ ଟଙ୍କା ହୋଇଛି । ସେହିପରି ମୁମ୍ବାଇରେ ୨୪ କ୍ୟାରେଟ ସୁନା ମୂଲ୍ୟ ୭୧ ହଜାର ୭୬୦ ଟଙ୍କା ଚାଲିଛି । ଚେନ୍ନାଇରେ ୨୪ କ୍ୟାରେଟ ସୁନା ମୂଲ୍ୟ ୭୨ ହଜାର ୩୩୦ ଟଙ୍କା ସେହିଭଳି କୋଲକାତାରେ ସୁଦ୍ଧ ସୁନାର ମୂଲ୍ୟ ୭୧ ହଜାର ୬୭୦ ଟଙ୍କା ହୋଇଛି । ଅନ୍ତରାଷ୍ଟ୍ରୀୟ ବଜାରରେ କମେକ୍ସରେ ସୁନା ଦର ୧୧.୮୦ ଡଲାର ହ୍ରାସ ପାଇଛି । ଏଥିରେ ଡଲାର ପ୍ରତି ୨୩୧୩.୨୦ ଓନ୍ସ ରେଟରେ ରହିଛି । ସେହିପରି ରୂପା ଦର ୦.୨୨୫ ଡଲାର ବଢିଛି । ଏଥିରେ ରୂପା ମୂଲ୍ୟ ଡଲାର ପ୍ରତି ୨୯.୬୬୫ ଓନ୍ସରେ ପହଞ୍ଚିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking