ନୂଆଦିଲ୍ଲୀ : ପୁରୀ, ବରା, ପକୁଡ଼ି ଛଣା ପରେ ବଳକା ତେଲରେ ରାନ୍ଧିବାକୁ ପ୍ରାୟ କେହି ପସନ୍ଦ କରନ୍ତିନି। ଖାଦ୍ୟ ବିଶେଷଜ୍ଞ ମଧ୍ୟ ପରାମର୍ଶ ଦେଇଛନ୍ତି ଯେ ଛଣା ତେଲକୁ ପୁଣି ଥରେ ରୋଷେଇରେ ବ୍ୟବହାର କଲେ ବିଭିନ୍ନ ରୋଗ ହେବା ଆଶଙ୍କା ବଢ଼େ। ଏହି ଛଣା ତେଲକୁ ତା’ ହେଲେ କରିବା କ’ଣ। ଚାଲନ୍ତୁ ସେ ଉପାୟ ଜାଣିବା।
ପୁରୀ ଛଣା ତେଲକୁ ପ୍ରଥମେ ଥଣ୍ଡା ହେବାକୁ ଛାଡ଼ିବା। ତା’ ପରେ ସେଇ ତେଲକୁ ଛାଣି ବୋତଲରେ ରଖନ୍ତୁ। କବାଟ, ଝରକା କବ୍ଜାରେ ତେଲ ଦେବା ଦରକାର ପଡ଼ିଲେ, ଏହି ଛଣା ତେଲକୁ ବ୍ୟବହାର କରିପାରିବା। ଉତ୍ତର-ଭାରତରେ ମହିଳାମାନେ ଛଣା ତେଲକୁ ରଖି ସେଥିରେ ଦୀପ ମଧ୍ୟ ଜାଳନ୍ତି। ଏଣୁ ତେଲ ଅପଚୟ ହେବାର ଭୟ ଆଦୌ ନାହିଁ।