14.1 C
Bhubaneswar
Monday, January 12, 2026
Homeଦୁର୍ଗା ପୂଜା - 2024ଆସନ୍ତୁ ଜାଣିବା କ’ଣ ରହିଛି ମା’ ଦୁର୍ଗାଙ୍କର ପୂଜାବିଦ୍ଧି

ଆସନ୍ତୁ ଜାଣିବା କ’ଣ ରହିଛି ମା’ ଦୁର୍ଗାଙ୍କର ପୂଜାବିଦ୍ଧି

ଭୁବନେଶ୍ୱର : ଜନ୍ମାଷ୍ଟମୀ ଅବସରରେ ନଦୀରୁ ମାଟି ଅଣାଯାଏ, ଯାହା ଦଶହରାର ପ୍ରଥମ ବିଧି। ଏହା ପରେ କାରିଗରମାନେ ମୂର୍ତ୍ତି ତିଆରିରେ ବ୍ୟସ୍ତ ରୁହନ୍ତି। ପବିତ୍ର ମହାଳୟା ଅବସରରେ ମା’ଙ୍କ ମୃଣ୍ମୟ ମୂର୍ତ୍ତିରେ ଖଡ଼ି ଚଢ଼ାଯାଏ। ମହାଳୟା ଠାରୁ ପ୍ରକୃତ ଦୁର୍ଗା ପୂଜା ଆରମ୍ଭ ହୁଏ। ପ୍ରକୃତ ପୂଜାବିଧି ଷଷ୍ଠୀ ଠାରୁ ଦଶମୀ ପର୍ଯ୍ୟନ୍ତ ଦେଖିବାକୁ ମିଳେ। ମା’ଙ୍କୁ ସ୍ୱାଗତ କରିବାକୁ ଷଷ୍ଠୀ ପୂଜାରେ ବେଲବରଣୀ କରାଯାଏ । ବେଲ ଗଛ ପାଖରେ ଏହି ପୂଜା କରାଯାଏ। ସପ୍ତମୀରେ ନବପତ୍ରିକା ପୂଜା କରାଯାଏ, ଯେଉଁଥିରେ କଦଳୀ ଗଛକୁ ପୂଜା କରାଯାଏ। ଏହା ପରେ ମହାସ୍ନାନ ବିଧି ହୁଏ। ଅଷ୍ଟମୀରେ ମା’ଙ୍କ ମୁଖ୍ୟ ସନ୍ଧିପୂଜା ହୁଏ। ଏହି ଦିନ ମା’ଙ୍କ ପାଖରେ ବଳି ଦିଆଯାଏ। ପୂର୍ବରୁ ଜୀବମାନଙ୍କୁ ବଳି ଦିଆଯାଉଥିଲା । ଆଜିକାଲି ଲାଉ, ପାଣିକଖାରୁ ଓ ବୋଇତିକଖାରୁ ବଳି ଦିଆଯାଉଛି। ନବମୀ ପୂଜାରେ ମା’ଙ୍କ ପୀଠରେ ମାଛ ଭୋଗ ହେଇଥାଏ। କଟକର ଅଲିଶାବଜାର, ଚାନ୍ଦିନୀ ଚୌକ ପ୍ରଭୃତି କେତେକ ପୂଜା କମିଟି ନବମୀ ପୂଜାରେ ବଡ଼ ଧରଣର ମାଛ ଭୋଗ କରିଥାନ୍ତି। ଦଶମୀ ପୂଜା ମା’ଙ୍କ ଅନ୍ତିମ ପୂଜା ହୋଇଥାଏ। ଓଡ଼ିଶାର କେତେକ ଅଞ୍ଚଳରେ ଅପରାଜିତା ଫୁଲରେ ମା’ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦେବାକୁ ଯାଇ ସାହିର ମହିଳାମାନେ ଝିଅ ବିଦାକଲା ଭଳି କାନ୍ଦବୋବାଳି କରିଥାନ୍ତି। ଏହା ସହିତ ମହିଳାମାନେ ସିନ୍ଦୂର ଖେଳ କରିଥାନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking