32.1 C
Bhubaneswar
Saturday, October 19, 2024
Homeଓଡିଶାଏବର୍ଷ ସ୍ୱାଭାବିକ୍‌ଠାରୁ କମ ବର୍ଷା: ସ୍କାଏମେଟ୍‌

ଏବର୍ଷ ସ୍ୱାଭାବିକ୍‌ଠାରୁ କମ ବର୍ଷା: ସ୍କାଏମେଟ୍‌

ବେଙ୍ଗାଲୁରୁ: ୨୦୨୩ରେ ଭାରତରେ ସ୍ୱାଭାବିକ୍‌ଠାରୁ କମ ପରିମାଣର ବର୍ଷା ହେବ ବୋଲି ଘରୋଇ ପାଣିପାଗ ଏଜେନ୍ସି ସ୍କାଏମେଟ୍ ପକ୍ଷରୁ କୁହାଯାଇଛି । ଆଗାମୀ ବର୍ଷାଋତୁରେ ଏଲ-ନିନୋ ପ୍ରଭାବ ଅଧିକ ରହୁଥିବାରୁ କମ ପରିମାଣର ବର୍ଷା ହୋଇପାରେ ବୋଲି ସ୍କାଏମେଟ୍‌ର ପରିଚାଳନା ନିର୍ଦ୍ଦେଶକ ଯତୀନ ସିଂହ କହିଛନ୍ତି । ସାଧାରଣତଃ ମୌସୁମୀ ଯୋଗୁଁ ଭାରତରେ ପ୍ରତିବର୍ଷ ୯୪ ପ୍ରତିଶତ ବର୍ଷା ଆଶା କରାଯାଇଥାଏ । ୯୬ରୁ ୧୦୪ ପ୍ରତିଶତ ମଧ୍ୟରେ ହେଉଥିବା ବର୍ଷାକୁ ସ୍ୱାଭାବିକ୍ ଆଖ୍ୟା ଦିଆଯାଇଥାଏ । ଜୁନ୍‌ରୁ ଚାରିମାସିଆ ବର୍ଷାଋତୁ ଆରମ୍ଭ ହେଉଥିବାବେଳେ ଏବର୍ଷ ଦେଶର ଉତ୍ତର ଓ କେନ୍ଦ୍ରାଞ୍ଚଳରେ କମ ବର୍ଷାର ଆଶଙ୍କା ରହିଛି ବୋଲି ସ୍କାଏମେଟ୍ ପକ୍ଷରୁ କୁହାଯାଇଛି । ଫଳରେ ଦେଶର ଶସ୍ୟ ଭଣ୍ଡାର କୁହାଯାଉଥିବା ପଞ୍ଜାବ, ହରିୟାଣା, ରାଜସ୍ଥାନ ଓ ଉତ୍ତରପ୍ରଦେଶ ଏଥିଯୋଗୁଁ ପ୍ରଭାବିତ ହେବାର ସମ୍ଭାବନା ରହିଛି ବୋଲି ଶ୍ରୀ ସିଂହ ସୂଚନା ଦେଇଛନ୍ତି । ଭାରତୀୟ ପାଣିପାଗ କାର୍ଯ୍ୟାଳୟ (ଆଇଏମଡି) ପକ୍ଷରୁ ଖୁବଶୀଘ୍ର ବର୍ଷା ସମ୍ପର୍କରେ ଘୋଷଣା କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking