ନୂଆଦିଲ୍ଲୀ : ଦେଶକୁ ମିଳିଛି ନୂଆ ପ୍ରଧାନମନ୍ତ୍ରୀ । ଅନ୍ତର୍ଜାତୀୟ ନ୍ୟାୟାଳୟ ନୂଆ ଆଇସି ଜେ ର ଅଧ୍ୟକ୍ଷ ନୱାଫ ସଲାମକୁ ଲେବାନନର ନୂଆ ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତ କରାଯାଇଛି । ସଂସଦର ୧୨୮ ସଦସ୍ୟଙ୍କ ମଧ୍ୟରୁ ଦୁଇ ତୃତୀୟାଂଶ ୭୧ ବର୍ଷ ବିଚାରପତିଙ୍କ ସପକ୍ଷରେ ଭୋଟ ଦେଇଥିଲେ । ସାମ୍ପ୍ରଦାୟିକ କ୍ଷମତା ବଣ୍ଟନ ବ୍ୟବସ୍ଥା ଅଧୀନରେ ଲେବାନନର ପ୍ରଧାନମନ୍ତ୍ରୀ ପଦ ସୋନି ମୁସଲମାନଙ୍କ ପାଇଁ ସଂରକ୍ଷିତ ରହିଛି । ତାଙ୍କ ପ୍ରତିଦ୍ୱନ୍ଦି ଥିଲେ ଲେବାନନର କାଯ୍ୟକାରୀ ପ୍ରଧାନମନ୍ତ୍ରୀ ନଜୀବ ବିକାଟି ଯିଏକି ମାତ୍ର ୯ଟି ଭୋଟ ପାଇଥିଲେ । ହିଜବୁଲ୍ଲା ଏହି ପଦ ପାଇଁ ପ୍ରାର୍ଥୀ ଦେଇନଥିଲା । ସଲାମ ବର୍ତ୍ତମାନ ଅନ୍ତର୍ଜାତୀୟ ନ୍ୟାୟାଳୟର ମୁଖ୍ୟ ଭାବବରେ କାଯ୍ୟ କରୁଛନ୍ତି । ତାଙ୍କୁ ସାଉଦି ଏବଂ ପାଶିଆତ ଦେଶ ମାନଙ୍କରେ ସମର୍ଥନ ରହିଛି । ବିଶେଷଜ୍ଞ ମାନେ ବିଶ୍ୱାସ କରନ୍ତି ନବାବ ଲେବାନନକୁ ଯୁଦ୍ଧରୁ ଦୂରେଇ ରଖିପାରିବେ । କାରଣ ସେ ସାଉଦି ଆରବ ଏବଂ ପାଶ୍ଚାତ୍ୟ ଦେଶମାନଙ୍କର ପସନ୍ଦ ଏବଂ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ନିଜର ପରିଚୟ ରହିଛି ।