କନ୍ଧମାଳ : ଲାଲ ହିଂସା ରୁ ଲାଲ ଗୋଲାପ , ପର୍ବତ ରାସ୍ତା ରୁ ମୁଖ୍ୟ ରାସ୍ତା ରେ ପହଞ୍ଚି ଛନ୍ତି ଦୁଇ ମହିଳା ମାଓବାଦୀ । ହିଂସା ଛାଡି ମୁଖ୍ୟ ସ୍ରୋତରେ ସାମିଲ ହେଲେ ମାଓବାଦୀ । ଦିନେ ଘଞ୍ଚ ଜଙ୍ଗଲ ହାତରେ ତିକନ ଲୁହା କୁ ନିଜର ସର୍ବସ୍ବ ଭାବୁଥିବା ଦୁଇ ମାଓବାଦୀ ଆଜି ହାତରେ ମେହେନ୍ଦୀ , ମଥାରେ ସିନ୍ଦୁର ପିନ୍ଧି ଆରମ୍ଭ କରିଛନ୍ତି ଘର ସଂସାର । ହାତରେ ଚୁଡି ମଥାରେ ସିନ୍ଦୁର ପିନ୍ଧିବା ସୁନେଲି ସ୍ୱପ୍ନ ଦେଖୁଥିବା ଦୁଇ ମହିଳା ମାଓବାଦୀ ଙ୍କ ଆଜି ସ୍ୱପ୍ନ ସାକାର ହୋଇଛି । ନିରାଡ଼ମ୍ବର ଭାବେ ଚାଲିଛି ଦୁଇ ମାଓବାଦୀଙ୍କ ବିବାହ କାର୍ଯ୍ୟ ।
ସରକାରଙ୍କ ଆକର୍ଷଣୀୟ ପ୍ୟାକେଜରେ ଆକର୍ଷିତ ହୋଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ମନ ବଳାଇ ୨ ମହିଳା ମାଓବାଦୀ ନନ୍ଦିନୀ ଓ କରୁଣା କନ୍ଧମାଳ ଏସପିଙ୍କ ନିକଟରେ ୨୦୧୯ ଓ ୨୦୨୧ ରେ ଆତ୍ମସମର୍ପଣ କରିଥିଲେ। ତେବେ ସେ ଦୁହେଁ ଅବିବାହିତ ଥିବାରୁ ସେମାନଙ୍କୁ ପୁଲିସ ସହଯୋଗରେ ରବିବାର ବିବାହ କରାଯାଉଛି। ଏଥିପାଇଁ ସମସ୍ତ ପ୍ରକାର ଆୟୋଜନ କରାଯାଇଛି। ବେଦି ସାଜସଜ୍ଜାଠୁ ଆରମ୍ଭ କରି ବିବାହ ସାମଗ୍ରୀ, ବରଯାତ୍ରୀ ସ୍ୱାଗତ ସହ ଭୋଜିଭାତ ବ୍ୟବସ୍ଥା ହୋଇଛି। ପୁଲିସ ରିଜର୍ଭ ପଡ଼ିଆରେ ଥିବା ରାଧାକୃଷ୍ଣ ମନ୍ଦିର ପରିସରରେ ଏହି ଦୁଇଜଣଙ୍କ ବିବାହ କାର୍ୟ୍ୟ ଚାଲିଛି । ବିବାହ ଭୋଜିଠୁ ଆରମ୍ଭ କରି ଲୁଗାପଟା, ଯାନୀ ଯୌତୁକ କିଛି ଦେବାର ବ୍ୟବସ୍ଥା ମଧ୍ୟ କରିଛି ପୁଲିସ।
କନ୍ଧମାଳର ଦାରିଙ୍ଗବାଡ଼ି ଅଞ୍ଚଳର ଵିନୋଦଙ୍କ ସହ ନନ୍ଦିନୀଙ୍କ ବିବାହ ହେବାକୁ ଥିବା ବେଳେ କରୁଣା ଜି. ଉଦୟଗିରି ସପ୍ନେଶ୍ୱରଙ୍କୁ ବିବାହ କରିଛନ୍ତିବ। ସେମାନଙ୍କୁ ଆତ୍ମ ନିର୍ଭରଶୀଳ ହେବା ପାଇଁ କନ୍ଧମାଳ ପୁଲିସ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି କହିଛନ୍ତି କନ୍ଧମାଳ ଏସପି ଭିନୀତ ଅଗ୍ରୱାଲ।