32.1 C
Bhubaneswar
Friday, September 20, 2024
Homeଓଡିଶାବିଜେଡିରେ ନେତାମାନେ ଶ୍ୱାସରୁଦ୍ଧ : ଢାଲି

ବିଜେଡିରେ ନେତାମାନେ ଶ୍ୱାସରୁଦ୍ଧ : ଢାଲି

ଭୁବନେଶ୍ୱର : ବିଜେପିରେ ମିଶିଲେ ଜୟଦେବ ବିଧାୟକ ଅରବିନ୍ଦ ଢାଲି । ବିଜେପିରେ ସାମିଲ୍ ହେବା ପରେ ଅରବିନ୍ଦ ଢାଲିଙ୍କ ଦମ୍ଭୋକ୍ତି। ବିଜେପିରେ ସାମିଲ ହେଲା ପରେ ସେ ବିଜେଡି ସରକାର ଉପରେ ଜୋରଦାର୍ ବର୍ଷିଛନ୍ତି । ସେ କହିଚନ୍ତି ବିଜେପି ଓଡିଶାରେ ନିଶ୍ଚିତ ସରକାର କରିବ । ଯେଭଳି ଲୋକେ ବିଜେପିରେ ମିଶୁଛନ୍ତି , ଲାଗୁଛି ଶହେରୁ ଉର୍ଦ୍ଧ୍ୱ ସିଟ୍ ପାଇବୁ ବୋଲି କହିଛନ୍ତି । ଶହେରୁ ଅଧିକ ବିଧାନସଭା ଓ ସବୁ ୨୧ ଲୋକସଭା ସିଟ୍ ଜିତିବୁ ବୋଲି କହିଛନ୍ତି ।

ରାଜ୍ୟରେ ବିଜେପି ସ୍ଥିର ସରକାର କରିବ ବୋଲି ମଧ୍ୟ କହିଛନ୍ତି । ବର୍ତ୍ତମାନର ଶାସନ ରାଜ୍ୟପାଇଁ ଆଦୌ ଉପଯୁକ୍ତ ନୁହେଁ ବୋଲି କହିଛନ୍ତି । ବିଜେଡିରେ ରହି ନେତାମାନେ ଶ୍ୱାସରୁଦ୍ଧ ହେଲେଣି । ବିଜେଡିରେ ବରିଷ୍ଠଙ୍କୁ ଯେଭଳି ସମ୍ମାନ ମିଳିବା କଥା ମିଳୁନି । ଏବେ ମଙ୍ଗ ଧରିଥିବା ଯୁବକମାନେ ଭୁଲି ଯାଇଛନ୍ତି , ଓଲ୍ଡ ଇଜ୍ ଗୋଲ୍ଡ । ଜଣେ ବିଧାୟକ ଥିବା ସ୍ଥଳେ ଆଉ ୩ ଜଣଙ୍କୁ ପ୍ରୋଜେକ୍ଟ କରୁଛନ୍ତି । ମୋ ବିରୋଧରେ ସମାନ୍ତରାଳ ସଂଗଠ ଛିଡାକଲେ । ତେଣୁ ଯେଉଁଠି ମାନ ସମ୍ମାନ ନାହିଁ , ସେହି ସ୍ଥାନ ଛାଡିଦେବା ଉଚିତ ହୋଲି କହିଛନ୍ତି । ସେଥିପାଇଁ ଘର ବାହୁଡା କଲି , ବିଜେପିରେ ଥିଲି ଆଉ ଶେଷ ଯାଏଁ ରହିବି ବୋଲି ଶ୍ରୀ ଢାଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking