ଯାଜପୁର : ଯାଜପୁର ଜିଲ୍ଲାର କଳିଙ୍ଗନଗର ଯଖପୁରା ଠାରେ କଳିଙ୍ଗ ନଗର ସ୍ପୋର୍ଟସ କମ୍ପ୍ଲେକ୍ସ ଏବଂ ଶିଶୁ ଯତ୍ନ ପ୍ରତିଷ୍ଠାନ,ନିର୍ମାଣର ଶୁଭାରମ୍ଭ ହୋଇଛି। ଯଖପୁରା ଠାରେ ପ୍ରତିଷ୍ଠା ହେଉଥିବା ଏହି କ୍ରୀଡ଼ା ବିକାଶ କେନ୍ଦ୍ରର ଭିତ୍ତିପ୍ରସ୍ତର ଦେଇଛନ୍ତି, ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡ଼ାଇ। ନିର୍ମାଣ କାର୍ଯ୍ୟ ଖୁବୁ ଶୀଘ୍ର ସମ୍ପନ୍ନ ହେବ କ୍ରୀଡା ପ୍ରେମୀ ମାନେ ଏଠାରେ କୀଡା ର ତାଲିମ ନେଇ ଦେଶ ଓ ଅନ୍ତର୍ଜାତୀୟ କ୍ଷେତ୍ରରେ ନାମ କରିବା ସଂଗେ ଦେଶ ଓ ରାଜ୍ୟ ଜିଲ୍ଲା ଅଂଚଳ କୁ ଗୌରlବନିତକରିବେ ବୋଲି ମନ୍ତ୍ରୀ ଶ୍ରୀ ଘଡେ଼ଇ ଦୃଢ଼କ୍ତି ପ୍ରକାଶ କରିଛନ୍ତି l
• ସୁକିନ୍ଦା-ଦାନଗଦୀ ସହ ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ରହୁଥିବା ଖେଳାଳିଙ୍କ ପ୍ରତିଭା ବିକାଶରେ ଏହି ସ୍ପୋର୍ଟସ କଂପ୍ଲେକ୍ସ,ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ।
• ଏଠାରେ ଫୁଟବଲ, କ୍ରିକେଟ୍ ଏବଂ ବିଭିନ୍ନ ପ୍ରକାର ଇଣ୍ଡୋର ଗେମ୍ ଖେଳାଯିବ।
• ୪୫ କୋଟି ବ୍ୟୟରେ ୩୦ ଏକରରେ ନିର୍ମାଣ ହେଉଥିବା କଳିଙ୍ଗ ନଗର ସ୍ପୋର୍ଟସ କଂପ୍ଲେକ୍ସରେ ଉନ୍ନତ ମାନର ଟ୍ରେନିଂ ପ୍ରଦାନ ହେବ।ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।