19.1 C
Bhubaneswar
Tuesday, November 19, 2024
Homeଦେଶ ବିଦେଶଲକ୍ଷ୍ମୀପୁର ଖେରୀ ଘଟଣାର ପ୍ରତିବାଦ : ରେଳରୋକ ଓ ମହାପଞ୍ଚାୟତ କରିବ କୃଷକ ସଂଗଠନ

ଲକ୍ଷ୍ମୀପୁର ଖେରୀ ଘଟଣାର ପ୍ରତିବାଦ : ରେଳରୋକ ଓ ମହାପଞ୍ଚାୟତ କରିବ କୃଷକ ସଂଗଠନ

ନୂଆଦିଲ୍ଲୀ: ଲକ୍ଷ୍ମୀପୁର ଖେରୀ ହିଂସାକାଣ୍ଡ ଘଟଣାର ବିରୋଧରେ ସଂଯୁକ୍ତ କିଷାନ ମୋର୍ଚ୍ଚା ଅକ୍ଟୋବର ୧୮ରେ ରେଳରୋକର ଡାକରା ଦେଇଛି । ଏହା ସହିତ ଅକ୍ଟୋବର ୨୬ ତାରିଖରେ ଲକ୍ଷ୍ନୌରେ ଏକ ମହାପଞ୍ଚାୟତ ଆୟୋଜନ ପାଇଁ ଘୋଷଣା କରିଛି । ସେହିପରି କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ବରଖାସ୍ତ ସହିତ ହିସଂକାଣ୍ଡର ମୁଖ୍ୟ ଅଭିଯୁକ୍ତ ତାଙ୍କ ପୁତ୍ର ଆଶିଷ ମିଶ୍ରଙ୍କ ଗିରଫ ଦାବି କରିଛି । ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସ୍ୱରାଜ ଅଭିଯାନର ମୁଖ୍ୟ ଯୋଗେନ୍ଦ୍ର ଯାଦବ କହିଛନ୍ତି, ସାରା ଦେଶର କୃଷକ ବିରୋଧ ପ୍ରତର୍ଶନ ପାଇଁ ଅକ୍ଟୋବର ୧୨ରେ ଲକ୍ଷ୍ମୀପୁର ଖେରୀରେ ପହଞ୍ଚିବେ । ଏହି ଅବସରରେ ସେ ସେହିଦିନ ରାତି ୮ଟା ବେଳେ ଏକ ମହମବତି ଶୋଭାଯାତ୍ରା କରିବା ପାଇଁ ସାମାଜିକ ଅନୁଷ୍ଠାନକୁ ନିବେଦନ କରିଛନ୍ତି ।  ଅକ୍ଟୋବର ୧୫ ଦଶହରା ଦିନ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ କୁଶପୁତ୍ତଳିକା ଦାହ କରାଯିବ ବୋଲି ସଂଗଠନ ପକ୍ଷରୁ ନିଷ୍ପତ୍ତି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking