21.1 C
Bhubaneswar
Sunday, November 24, 2024
Homeଅପରାଧକୂଅରୁ ଆଇନ୍‌ଜୀବୀଙ୍କ ମୃତଦେହ ଉଦ୍ଧାର ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ

କୂଅରୁ ଆଇନ୍‌ଜୀବୀଙ୍କ ମୃତଦେହ ଉଦ୍ଧାର ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ

କଟକ: ବିଡ଼ାନାସୀ ଥାନା ପୁଲିସ ଏକ ଜମି ଜାଲିଆତି ଓ ଆଇନଜୀବୀ ଆର୍ଯ୍ୟଭୂଷଣ ଚୌଧୁରୀଙ୍କ ହତ୍ୟା ଘଟଣାରେ ସୁକାନ୍ତ ଓରଫ ସୁଶାନ୍ତ ଦାସ(୪୫)କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ପୁଲିସ ସୂତ୍ରରୁ ପ୍ରକାଶ ଯେ ତେଲେଙ୍ଗାବଜାରର କନକଲତା ଚୌଧୁରୀ ଓ ତାଙ୍କ ପୁଅ ଆଇନଜୀବୀ ଆର୍ଯ୍ୟଭୂଷଣ ବିଡ଼ାନାସୀ ନୂଆସାହିରେ ଏକ ସରକାରୀ ଜମି ଦୀର୍ଘବର୍ଷ ଧରି ଦଖଲ କରିଥିଲେ ।

ଉକ୍ତ ଜମିରେ ଘର ତିଆରି କରି ଦୀର୍ଘବର୍ଷ ହେବ ଭଡ଼ାରେ ଲଗାଇ ଆସୁଥିଲେ । ମାତ୍ର ଆର୍ଯ୍ୟଭୂଷଣଙ୍କ ସ୍ତ୍ରୀଙ୍କ ଛାଡ଼ପତ୍ର ପରେ ସେ ପ୍ରାୟ ୩ ବର୍ଷ ହେବ ଭଡ଼ା ଦେବା ବନ୍ଦ କରି ସେହି ଘରେ ସେ ରହୁଥିଲେ । ପରବର୍ତ୍ତି କାଳରେ ଉକ୍ତ ଜମିକୁ ଆର୍ଯ୍ୟ ବିକ୍ରି କରିବାକୁ ଚାହିଁଥିଲେ । ଅଭିଯୁକ୍ତ ସୁକାନ୍ତ ଜଣେ ଜମି ଦଲାଲ ହୋଇଥିବାରୁ ଗ୍ରାହକ ଯୋଗାଡ଼ କରିଦେବେ ବୋଲି ସେ ଆର୍ଯ୍ୟଭୂଷଣଙ୍କୁ କହିଥିଲେ । ମାନସ କୁମାର ମିଶ୍ରଙ୍କୁ ଗ୍ରାହକ ଭାବେ ଯୋଗାଡ କରିଥିଲେ ସୁକାନ୍ତ ।

ମାର୍ଚ୍ଚ ୯ ତାରିଖରେ ଆର୍ଯ୍ୟଭୂଷଣଙ୍କୁ ସହ ସୁକାନ୍ତଙ୍କ ଭେଟ ହୋଇଥିଲା । ସୁକାନ୍ତ ସେଦିନ ଆଣିଥିବା ବିଦେଶୀ ମଦକୁ ଦୁହେଁ ପିଇଥିଲେ । ତେବେ ନିଜ ଯୋଜନା ମୁତାବକ ବିଡ଼ାନାସୀ ନୂଅସାହିର ରାକେଶ ସିଂହ ନାମକ ଆଡ୍‌ଭୋକେଟକୁ ଜମି ମାଲିକ ଦର୍ଶାଇ ସେହି ଜମିର ଅର୍ଥ ମାନସ ଠାରୁ ହାସଲ କରିବାକୁ କଟୁରୀ ଦ୍ୱାରା ଆର୍ଯ୍ୟଭୂଷଣଙ୍କୁ ସୁକାନ୍ତ ହତ୍ୟା କରିଥିଲା । ମୃତଦେହ ଓ କଟୁରୀକୁ ଜମି ପରିସରସ୍ଥ କୂଅ ଭିତରକୁ ମଶିଣା ଓ କାଟୁନ୍ ଦ୍ୱାରା ଘୋଡ଼େଇ ପକାଇ ଦେଇଥିଲେ । ପୁଅ ନିଖୋଜ ହେବା ନେଇ କନକଲତାଙ୍କ ଏତଲା ଆଧାରରେ ପୁଲିସ ତଦନ୍ତ କରି ଆଜି ସୁକାନ୍ତକୁ ଗିରଫ କରି କୋର୍ଟଚାଲଣ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking