22.1 C
Bhubaneswar
Sunday, November 17, 2024
Homeଦେଶ ବିଦେଶମଙ୍ଗଳ ମାଟି ତଳେ ମିଳିଲା ଲାଭା, ଏହାକୁ ନେଇ ଆହୁରି ଅଧ୍ୟୟନ କରୁଛନ୍ତି ଭୂବୈଜ୍ଞାନିକ

ମଙ୍ଗଳ ମାଟି ତଳେ ମିଳିଲା ଲାଭା, ଏହାକୁ ନେଇ ଆହୁରି ଅଧ୍ୟୟନ କରୁଛନ୍ତି ଭୂବୈଜ୍ଞାନିକ

ନୂଆଦିଲ୍ଲୀ : ବୈଜ୍ଞାନିକ ଓ ନକ୍ଷତ୍ରବିଜ୍ଞାନୀଙ୍କୁ ମଙ୍ଗଳ ଗ୍ରହ ସର୍ବଦା ଦ୍ୱନ୍ଦ୍ୱରେ ରଖିଛି । ଏହି ଗ୍ରହକୁ ନେଇ ରହିଥିବା ତଥ୍ୟ ଅନୁସାରେ, ଏହାକୁ ଶୀତଳ ଓ ମରୁଭୂମି ବୋଲି କୁହାଯାଉଛି ।
ଅଧ୍ୟୟନରୁ ସୂଚନା ମିଳିଛି, ମଙ୍ଗଳ ପୃଷ୍ଠର ଗଭୀରରେ ମାଗମା ପ୍ରବାହିତ ହେଉଥାଇପାରେ । ନେଚର୍ ଆଷ୍ଟ୍ରୋନୋମି ପତ୍ରିକାରେ ଏହି ଅଧ୍ୟୟନ ପ୍ରକାଶ ପାଇଛି । ଅଧ୍ୟୟନ ଅନୁସାରେ, ୫୦ ହଜାର ବର୍ଷ ତଳେ ଏକ ଆଗ୍ନେୟଗିରିରୁ ମାଗମାର ଉତ୍ପତ୍ତି ହୋଇଥିଲା । ଇଟିଏଚ୍ ଜ୍ୟୁରିଚ୍ (ସ୍ୱିସ୍ ଫେଡେରାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି) ନେତୃତ୍ୱରେ ଗବେଷକ ଟିମ୍ ନିକଟରେ ମଙ୍ଗଳ ଗ୍ରହରେ ହୋଇଥିବା ୨୦ରୁ ଅଧିକ ଭୂକମ୍ପର କ୍ଲଷ୍ଟର୍କୁ ବିଶ୍ଳେଷଣ କରିଥିଲେ । ତନ୍ମଧ୍ୟରେ କିଛି କ୍ଲଷ୍ଟରକୁ ଏକ ଉତ୍ତପ୍ତ ସ୍ରୋତ ଦ୍ୱାରା ଉତ୍ତେଜିତ କରାଗଲା, ଯାହା କେବଳ ବର୍ତ୍ତମାନର ଲାଭାକୁ ଦର୍ଶାଇଛି । ଏହା ପରେ ଗବେଷକ ଟିମ୍ ଉକ୍ତ ଅଞ୍ଚଳର ସାଟେଲାଇଟ୍ ଛବି ଉପରେ ନଜର ପକାଇଲେ ଏବଂ ମଙ୍ଗଳ ପୃଷ୍ଠର ୧୮ ଫୁଟରୁ ଅଧିକ ଗଭୀରରେ ଗାଢ୍ ଧୂଳି ଜମିଥିବା ପାଇଲେ, ଯାହା ଏକ ଆଗ୍ନେୟଗିରି ଅଞ୍ଚଳର ସଙ୍କେତ ଦେଉଛି ।
ଆବିଷ୍କାର ଯଦି ଚୂଡ଼ାନ୍ତ ହୁଏ, ତେବେ ଏହା ମଙ୍ଗଳକୁ ଅଧ୍ୟୟନ କରୁଥିବା ଗବେଷକଙ୍କ ମାର୍ଗରେ ପରିବର୍ତ୍ତନ କରିବ ଏବଂ ଏହା ସ୍ଥିର ଓ ଆଗ୍ନେୟଗିରି ଗତିବିଧି ଏଠାରେ ନାହିଁ ବୋଲି ଥିବା ଧାରଣାରେ ମଧ୍ୟ ପରିବର୍ତ୍ତନ କରିବ । ଅଧ୍ୟୟନର ମୁଖ୍ୟ ସାଇମନ୍ ଷ୍ଟେଲର୍ କହିଛନ୍ତି, ଧୂଳିର ଗାଢ୍ ରଙ୍ଗ ନିକଟରେ ହୋଇଥିବା ଆଗ୍ନେୟଗିରି ଗତିବିଧିର ଭୂବୈଜ୍ଞାନିକ ପ୍ରମାଣକୁ ଗୁରୁତ୍ୱ ଦେଇଛି । ତେବେ ମଙ୍ଗଳ ଗ୍ରହରେ ମାଗ୍ମାର ପ୍ରମାଣ ଦ୍ୱନ୍ଦ୍ୱରେ ପକାଇଛି । ଏହାକୁ ନେଇ ଆହୁରି ଅଧ୍ୟୟନ ଜରୁରୀ ବୋଲି ଗବେଷଣାରେ ସାମିଲ ଅନ୍ୟତମ ବୈଜ୍ଞାନିକ ଆନା ମିଟେଲହୋଲଜ କହିଛନ୍ତି । ୨୦୧୮ ମସିହା, ନଭେମ୍ବର ମାସରେ ମଙ୍ଗଳ ଗ୍ରହରେ ଅବତରଣ କରିଥିବା ନାସାର ଇନ୍ସାଇଟ୍ ଲ୍ୟାଣ୍ଡର୍ ଏହି ଲାଭା ଆବିଷ୍କାର କରିଛି । ଏହି ପଥୁରିଆ ଗ୍ରହ କିପରି ସୃଷ୍ଟି ହେଲା ତାହା ଜାଣିବା ଯାନର ଉଦ୍ଦେଶ୍ୟ ଥିଲା । ମଙ୍ଗଳର ଆଭ୍ୟନ୍ତର ଢାଞ୍ଚା ଓ ସଂରଚନା ଯାଞ୍ଚ୍ କରି ଯାନଟି ତଥ୍ୟ ସଂଗ୍ରହ କରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking