28.1 C
Bhubaneswar
Friday, October 18, 2024
Homeଓଡିଶାଆରମ୍ଭ ହେଲା ‘ଟେଲିମାନସ’ ସେବା

ଆରମ୍ଭ ହେଲା ‘ଟେଲିମାନସ’ ସେବା

ଭୁବନେଶ୍ୱର: ମାଟ୍ରିକ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କୁ ଚାପମୁକ୍ତ କରିବା ପାଇଁ ଗଣଶିକ୍ଷା ବିଭାଗର ପ୍ରୟାସ । ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ‘ଟେଲିମାନସ’ ସେବା । ୧୪୪୧୬ ନମ୍ବର ଜାରି କରିଛି ବିଭାଗ । ପରୀକ୍ଷା ପ୍ରସ୍ତୁତି ସମୟରେ ପିଲାମାନେ ଚାପ ଓ ଚିନ୍ତାରେ ରହିଥାନ୍ତି । ଏ ଦିଗରେ ସଚେତନତା ବୃଦ୍ଧି କରିବା ପାଇଁ ବିଭାଗ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି । ପରୀକ୍ଷା ସମୟରେ ଚାପଗ୍ରସ୍ତ ଥିଲେ ଏହି ୧୪୪୧୬ ନମ୍ବରରେ ଫୋନ୍ କରି ମତାମତ ନେଇପାରିବେ । ‘ଟେଲିମାନସ-୧୪୪୧୬’ କୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଦିଆଯିବା ପରେ ସେମାନେ ନିଜ ନିଜ ଜିଲ୍ଲାରେ ବିତରଣ କରିବେ । ଏହା ସହ ଶିକ୍ଷାନୁଷ୍ଠାନ ପରିସରରେ ଟେଲି ମାନସ ନମ୍ବର ପ୍ରଦର୍ଶିତ କରାଯାଇପାରିବ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking