24.9 C
Bhubaneswar
Tuesday, April 7, 2026
Homeଦେଶ ବିଦେଶକାନାଡ଼ାରେ ବଡ଼ ଧରଣର ଭୂକମ୍ପ

କାନାଡ଼ାରେ ବଡ଼ ଧରଣର ଭୂକମ୍ପ

ଅଟୱା : କାନାଡ଼ାରେ ବଡ଼ ଧରଣର ଭୂକମ୍ପ । କାନାଡ଼ାରେ ୬.୬ ତୀବ୍ରତାଯୁକ୍ତ ବଡ଼ ଧରଣର ଭୂକମ୍ପ ଘଟିଛି। କାନାଡ଼ାର ବ୍ରିଟିଶ କଲମ୍ବିଆରେ ପ୍ରଶାନ୍ତ ମହାସାଗର ଉପକୂଳରେ ଏହି ଭୂକମ୍ପ ଘଟିଛି। ଯୁକ୍ତରାଷ୍ଟ୍ରର ଭୂତତ୍ତ୍ବ ସର୍ବେକ୍ଷଣ (ୟୁଏସଜିଏସ) ଭାରତୀୟ ସମୟ ବିଳମ୍ବିତ ରାତିରେ ଘଟିଥିବା ଏହି ଭୂକମ୍ପ ବ୍ରିଟିଶ କଲମ୍ବିଆର ଉପକୂଳବର୍ତ୍ତୀ ସହର ପୋର୍ଟ ମ୍ୟାକନିଲ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି। ପ୍ରଶାନ୍ତ ମହାସାଗରରେ ୧୦ କିଲୋମିଟର ଗଭୀରରେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ରହିଥିଲା। ଭୂକମ୍ପ ଯୋଗୁ କୌଣସି ଧନଜୀବନ ନଷ୍ଟ ହୋଇ ନ ଥିବା କୁହାଯାଉଛି। ଭୂକମ୍ପ ଯୋଗୁ ଲୋକମାନେ ଭୟରେ ଘରୁ ବାହାରି ଖାଲି ପଡ଼ିଆରେ ଏକାଠି ହୋଇଥିଲେ। ଏଥି ସହିତ ଆମେରିକାର ଜାତୀୟ ସୁନାମି କେନ୍ଦ୍ର ମଧ୍ୟ ସୁନାମି ଆସିବାର କୌଣସି ବିପଦକୁ ଅସ୍ୱୀକାର କରିଛି। ଲୋକଙ୍କୁ ଆତଙ୍କିତ ନ ହେବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି। ଏହା ସହିତ ଭୂକମ୍ପ ଅବା ସୁନାମୀ ନେଇ ଲୋକଙ୍କୁ ଆତଙ୍କିତ କରିବା ଭଳି ବିଭ୍ରାନ୍ତ ଖବର ସୋସିଆଲ ମିଡ଼ିଆରେ ପ୍ରସାର ନ କରିବାକୁ ପରାମର୍ଶ ଦିଆଯାଇଛି। ସୂଚନାଯୋଗ୍ୟ, ୫ ଦିନ ତଳେ ଭୂକମ୍ପରେ ଭାରତ ମଧ୍ୟ କମ୍ପିତ ହୋଇଥିଲା। ରାଜଧାନୀ ଦିଲ୍ଲୀ ଏବଂ ଏହାର ଆଖପାଖ ସହର ନୋଏଡା, ଗାଜିଆବାଦ ଏବଂ ଗୁରୁଗ୍ରାମରେ କମ୍ପନ ଅନୁଭୂତ ହୋଇଥିଲା। ଏହା ବ୍ୟତୀତ ଚଣ୍ଡିଗଡ଼ ସମେତ ସମଗ୍ର ଉତ୍ତର ଭାରତ ଭୂକମ୍ପରେ କମ୍ପିତ ହୋଇଥିଲା। ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୩ ଥିଲା। ଏହାର କେନ୍ଦ୍ର ପାକିସ୍ତାନରେ ଥିଲା। ଭୂଗର୍ଭର ୩୩ କିଲୋମିଟର ଗଭୀରରୁ ଏହି ଭୂକମ୍ପ ଘଟିଥିଲା।
ପାକିସ୍ତାନର ଲାହୋର ଏବଂ ଇସଲାମାବାଦ ସହରରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା। ଅପରାହ୍ନ ପ୍ରାୟ ୧ଟା ସମୟରେ, ଯେତେବେଳେ ଲୋକମାନେ ରୋଷେଇ କରିବା ଅବା ମଧ୍ୟାହ୍ନ ଭୋଜନ କରିବାରେ ବ୍ୟସ୍ତ ଥିଲେ, ହଠାତ୍ ସବୁକିଛି ଥରୁଥିବାର ଦେଖି ସେମାନେ ଭୟଭୀତ ହୋଇଥିଲେ । ଗତ କିଛି ମାସ ଧରି ଭାରତରେ କ୍ରମାଗତ ଭାବରେ ଭୂକମ୍ପ ଘଟିଆସୁଛି। ଜମ୍ମୁ-କଶ୍ମୀରରୁ ଦିଲ୍ଲୀ ପର୍ଯ୍ୟନ୍ତ କମ୍ପନ ହେଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking